ନାବାଳିକାଙ୍କୁ ସମ୍ପର୍କୀୟ ମାମୁଁଙ୍କ ଅସଦାଚରଣ ଅଭିଯୋଗ

Get real time updates directly on you device, subscribe now.

ସାଲେପୁର : ନାବାଳିକାଙ୍କୁ ସଂପର୍କୀୟ ମାମୁଁ ଅସଦାଚରଣ କରିଥିବା ଅଭିଯୋଗ । କଟକ ଜିଲ୍ଲା ସାଲେପୁର ବ୍ଲକ୍ ତଥା ଜଗତପୁର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ତାଙ୍କ ସଂପର୍କୀୟ ମାମୁଁ ଅସଦାଚରଣ କରିଥିବା ନାବାଳିକାର ପରିବାର ପକ୍ଷରୁ ଗତ ୨୦ ତାରିଖରୁ ଜଗତପୁର ଥାନାରେ ଅଭିଯୋଗ ହୋଇଥିଲା । ତେବେ ଆଜି ପର୍ୟ୍ୟନ୍ତ ପୋଲିସ କେବଳ କେଶ ରୁଜ କରି ଚୁପ୍ ହୋଇ ବସିଥିବା ପରିବାର ଓ ନାବାଳିକାଙ୍କ ପକ୍ଷରୁ ଅଭିଯୋଗ ହୋଇଛି ।
ଅନ୍ୟପଟେ ପୀଡିତା ନାବାଳିକା ହୋଇଥିବା ବେଳେ ପୋଲିସ ଅଭିଯୁକ୍ତ ବିରୋଧରେ ନାବାଳିକା ନିରୋଧ ଆଇନ ଅନୁଯାୟୀ ଦଫା ଲଗାଇନଥିବା ପୀଡିତାର ବଡ଼ ଭଉଣୀ ଗୁରୁତର ଅଭିଯୋଗ ଆଣିଛନ୍ତି । ପୋଲସର ଏଭଳି କୋହଳ ମନୋଭାବକୁ ଘୋର ନିନ୍ଦା କରିଛନ୍ତି ସ୍ବେଚ୍ଛାସେବୀ କର୍ମୀ . ଅଭିଯୁକ୍ତ ମାମୁଁକୁ ଯଦି ପୋଲିସ ଗିରଫ ନକରେ ତେବେ ଆନ୍ଦୋଳନକୁ ଓହ୍ଲାଇବାକୁ ଚେତବନୀ ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons