କେନ୍ଦୁଝର, (ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ତଥା ସ୍ୱତନ୍ତ୍ର ଅଦାଲତର ବିଚାରପତି ଲୋକନାଥ ସାହୁ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ବଡ଼ବିଲ ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକାକୁ ଗଣବଳାକ୍ରାର କରିଥିବା ୬ ଅଭିଯୁକ୍ତଙ୍କୁ ବିଚାରପତି ଦୋଷୀ ସାବ୍ୟସ୍ତ କରି ପ୍ରତ୍ୟେକଙ୍କୁ ୨୦ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡ ରାୟ ଶୁଣାଇଛନ୍ତି । ଏହାସହିତ ଅଭିଯୁକ୍ତ ୫ ଜଣଙ୍କୁ ୫୧ ହଜାର ଟଙ୍କା ଓ ଅନ୍ୟ ଜଣେ ଅଭିଯୁକ୍ତକୁ ୫୬ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଅଭିଯୁକ୍ତମାନେ ଅଧିକ ୧ ବର୍ଷ ଜେଲ୍ ଦଣ୍ଡ ଭୋଗିବେ ବୋଲି ରାୟରେ ଉଲ୍ଲେଖ ରହିଛି ।
୨୦୧୫ ନଭେମ୍ବର ୬ ତାରିଖ ସନ୍ଧ୍ୟାର ଘଟଣା । ବଡ଼ବିଲ ଥାନା ଇଲାକାର ୩ ଜଣ ନାବାଳିକା ଦିନ ମଜୁରିଆ ଭାବେ ରାଜୀବ ବିହାର ଅଞ୍ଚଳରୁ କାମ କରି ପୌରାଞ୍ଚଳର ୩ ନଂ ୱାର୍ଡରେ ଥିବା ନିଜ ଘରକୁ ଫେରୁଥିଲେ । ସେଥିମଧ୍ୟରୁ ଜଣେ ନାବାଳିକା ନିଜର ଜଣେ ପରିଚିତ ଲୋକଙ୍କ ସହିତ ସାଇକେଲରେ ପଲାଇବା ପରେ ୨ ଜଣ ନାବାଳିକା ଚାଲି ଚାଲି ଘରକୁ ଯାଉଥିଲେ । ଏହି ସମୟରେ ୯ ଜଣ ଯୁବକ ଉକ୍ତ ନାବାଳିକା ଦ୍ୱୟଙ୍କୁ ପିଛା କରି ଏକ ନିଛାଟିଆ ସ୍ଥାନରେ ସେମାନଙ୍କ ବାଟ ଓଗାଳିଥିଲେ । ଜଣେ ନାବାଳିକା ଚତୁରତାର ସହ ଦୌଡ଼ି ପଳାଇ ଥିବା ବେଳେ ୧୫ ବର୍ଷ ବୟସ୍କା ନାବାଳିକା ଜଣଙ୍କ ଉକ୍ତ ଯୁବକଙ୍କ କବଳରୁ ଖସିପାରି ନଥିଲା । ସମ୍ପୃକ୍ତ ଯୁବକମାନେ ନାବାଳିକାକୁ ନିଛାଟିଆ ସ୍ଥାନକୁ ଟେକି ନେଇ ଗଣବଳାକ୍ରାର କରିଥିଲେ । ଏହି ସମୟରେ ଏକ ଗାଡ଼ିର ଲାଇଟ୍ ପଡ଼ିବାରୁ ବଳାକ୍ରାରୀମାନେ ଭୟରେ ଖସି ପଳାଇ ଯାଇଥିଲେ । ଗଣବଳାକ୍ରାର ଶିକାର ନାବାଳିକା ଜଣଙ୍କର ଚାଲିବାର ସକ୍ଷମ ନଥିବା ବେଳେ ତାର ଚିକ୍ରାର ଶୁଣି ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରି ତାଙ୍କ ଘରେ ଛାଡ଼ିଥିଲେ । ପୀଡ଼ିତା ଜଣଙ୍କ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଏବଂ ଚିକିତ୍ସିତ ହେବା ପରେ ତହିଁ ପରଦିନ ବଡ଼ବିଲ ଥାନାରେ ଏତଲା ଦେଇଥିଲେ ।
ବଡ଼ବିଲ ଥାନାରେ ମାମଲା (୨୭୧ା୧୫) ରୁଜୁ ହେବା ପରେ ଏସ୍ଆଇ ସୁଶିଳା ବାର୍ଲା ଘଟଣାର ତଦନ୍ତ କରି ୮ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ । ନାବାଳିକା ଏବଂ ଅଭିଯୁକ୍ତମାନଙ୍କ ଡାକ୍ତରୀମାଇନା କରାଯିବା ପରେ ପୁଲିସ ଅଭିଯୁକ୍ତ ୮ ଜଣଙ୍କୁ କୋର୍ଟ ଚାଲାଣ କରିଥିଲେ । ସେଥିମଧ୍ୟରୁ ୨ ଜଣ ନାବାଳକ । ଅନ୍ୟ ୬ ଜଣ ଅଭିଯୁକ୍ତ ହେଲେ ବୁଲୁ ପାତ୍ର (୨୨), ଭରତ ହେସା (୨୨), ଶ୍ରୀରାମ ଓରାମ (୧୯), ଝଣ୍ଡା ମୁଣ୍ଡା (୨୩), ମନୋଜ ନାଏକ (୨୩) ଓ ଶନି ମହାକୁଡ଼ (୨୦) ।
ବୁଲୁ ପାତ୍ରର ଘର ଠାକୁରାଣୀ ସାହି ୱାର୍ଡ ନଂ ୩ରେ । ଅନ୍ୟ ଅଭିଯୁକ୍ତମାନଙ୍କ ଘର ସେଡିଙ୍ଗ ବସ୍ତିରେ । ଶନି ମହାକୁଡ଼ ଅଣଆଦିବାସୀ ହୋଇଥିବାରୁ ତାଙ୍କୁ ୫୬ ହଜାର ଟଙ୍କା ଜରିମାନା ଏବଂ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଛି । ଅନ୍ୟ ସମସ୍ତଙ୍କୁ ୫୧ ହଜାର ଟଙ୍କା ଜରିମାନା ଓ ୨୦ ବର୍ଷ ଲେଖାଁଏ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରାଯାଇଛି । ନାବାଳକ ଦ୍ୱୟଙ୍କ ବିଚାର ବାଳ ଅପରାଧୀଙ୍କ ଅଦାଲତରେ ବିଚାରାଧୀନ ରହିଛି ଓ ଅନ୍ୟ ଜଣେ ଅଭିଯୁକ୍ତ ମନୋଜ ଲୋହାର ଫେରାର ଥିବାରୁ ତାର ରାୟ ସଂରକ୍ଷିତ ରହିଛି । ଅଭିଯୁକ୍ତଙ୍କଠାରୁ ଜରିମାନା ଅଦାୟ ହେଲେ ତାହା ପୀଡ଼ିତାଙ୍କୁ ପ୍ରଦାନ କରାଯିବା ସହିତ ସରକାରଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ରାଶି ଦେବାକୁ ଅଦାଲତ ନିଦେ୍ର୍ଧଶ ଦେଇଛନ୍ତି ।
ଉକ୍ତ ସମ୍ବେଦନଶୀଳ ମାମଲାରେ ୧୫ ଜଣ ସାକ୍ଷୀ ଅଦାଲତରେ ଉପସ୍ଥିତ ହୋଇ ଜମାନବନ୍ଦୀ ପ୍ରଦାନ କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଗଣେଶ ପ୍ରସାଦ ମହାପାତ୍ର ମାମଲା ପରିଚାଳନା କରୁଥିଲେ ।
Comments are closed, but trackbacks and pingbacks are open.