ଅନୁଗୁଳ,(ବି.ବି.ବ୍ୟୁରୋ): ମାଇଁ କୋଳରୁ ଉଠାଇ ଆଣି ଅନୁଗୁଳ ବସଷ୍ଟାଣ୍ଡ୍ ଆହାର କେନ୍ଦ୍ର ପରିସରେ ଜଣେ ୮ ବର୍ଷର ନାବାଳିକାକୁ ବଳାକ୍ରାର ଓ ପ୍ରାଣାନ୍ତକ ଆକ୍ରମଣ ଘଟଣାର ଅଭିଯୁକ୍ତ ୫୬ ବର୍ଷୀୟ ଶିବୁ ପଟ୍ଟନାୟକ(୫୬)କୁ ପୁଲିସ୍ ମଙ୍ଗଳବାର ଗିରଫ କରିଛି । ଅଭିଯୁକ୍ତ ଶିବୁର ଘର ସ୍ଥାନୀୟ ଅମଲାପଡ଼ାରେ । ପାରିପାଶ୍ୱର୍ିକ ସ୍ଥିତି ଅନୁଧ୍ୟାନ କରିବା ପରେ ପୁଲିସ୍ ଘଟଣା ଦିନଠାରୁ ଅଭିଯୁକ୍ତକୁ ଥାନାକୁ ଉଠାଇ ଆଣିଥିଲା । ବଳିଷ୍ଠ ପ୍ରମାଣ ସଂଗ୍ରହ କରିବା ପରେ ଆଜି ପୁଲିସ୍ କୋର୍ଟ ଚାଲାଣ କରିଛି । ମାମଲାରେ ଯେମିତି କୌଣସି ପ୍ରମାଣ ହାତଛଡ଼ା ନହୁଏ, ବେଶ୍ ସତର୍କତାର ସହ ପୁଲିସ ତଦନ୍ତ ଚଳାଇଛି । ତ୍ୱରିତ ବେଗରେ ତଦନ୍ତ କରି ପୁଲିସ୍ ୧୫ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ବୋଲି ଏସ୍ପି ମିତ୍ରଭାନୁ ମହାପାତ୍ର ସୂଚନା ଦେଇଛନ୍ତି ।
ଏସ୍ପିଙ୍କ ସୂଚନା ଅନୁଯାୟୀ, ବଳାକ୍ରାରର ଶିକାର ହୋଇଥିବା ନାବାଳିକା ଯାଯାବାର ଶ୍ରେଣୀର । ମା’ ଛେଉଣ୍ଡ ନାବାଳିକାର ବାପା ନାଗପୁରରେ ରହୁଥିବା ବେଳେ ସେ ମିଶନ ବଙ୍ଗଲା ପଡ଼ିଆରେ ତାର ମାମୁ-ମାଇଁଙ୍କ ସହ ତମ୍ବୁ ଟଣା ଘରେ ରହୁଥିଲା । ଶନିବାର ରାତିରେ ବର୍ଷା ହେବାରୁ ତମ୍ବୁରୁ ପାଣି ଗଳିଥିଲା । ତେଣୁ ନାବାଳିକା ପରିବାର ଲୋକଙ୍କ ସହ ଜୁଭେନାଇଲ୍ ଜେଲ୍ ସାମ୍ନା ଦୋକାନ ବାରଣ୍ଡାରେ ଶୋଇଥିଲେ । ରାତି ପ୍ରାୟ ୨ଟା ବେଳେ ଶିବୁ ଘରେ ବାହାନା କରି ବାହାରକୁ ପଳାଇ ଆସିଥିଲା । ପୂର୍ବରୁ ଅନେକ ଥର ମିଶନ ବଙ୍ଗଲା ପଡ଼ିଆକୁ ଆସିଥିବା ଶିବୁ ନାବାଳିକାକୁ ତା’ର ମାଇଁ କୋଳରୁ ପାଟି ବନ୍ଦ କରି ଉଠାଇ ନେଇଥିଲା । ସେଠାରୁ ଚାଲି ଚାଲି ବସ୍ଷ୍ଟାଣ୍ଡ ନିକଟସ୍ଥ ‘ଆହାର’ କେନ୍ଦ୍ର ପରିସରରେ ନାବାଳିକାକୁ ଧମକ ଚମକ ଦେବା ସହ ମାଡ ମାରି ବଳାକ୍ରାର କରିଥିଲା । ବଳାକ୍ରାର ପରେ ପ୍ରମାଣ ନଷ୍ଟ କରିବାକୁ ଯାଇ ପ୍ରାଣାନ୍ତକ ଆକ୍ରମଣ କରିଥିଲା । ନାବାଳିକା ସଂଜ୍ଞାହୀନ ହୋଇଯିବା ପରେ ଅଳିଆ ଗଦାକୁ ଫିଙ୍ଗିଦେଇଥିଲା । ରବିବାର ସକାଳେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୀଡ଼ିତାଙ୍କୁ ପୁଲିସ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ନଆସିବାରୁ ପୀଡ଼ିତାଙ୍କୁ ଅପରାହ୍ଣରେ କଟକ ବଡ଼ ମେଡିକାଲ୍କୁ ସ୍ଥାନାନ୍ତର କରାଯାଇଥିଲା ।
ନାବାଳିକା ଏବେ କଟକ ବଡ଼ ମେଡିକାଲ୍ରେ ଚିକିତ୍ସିତ ହେଉଛି ।
ଏହି ଘଟଣାକୁ ପୁଲିସ ଗୁରୁତ୍ୱର ସହ ଗ୍ରହଣ କରି ଛାନ୍ଭିନ୍ ଚଳାଇଥିଲା । ଏସ୍ପିଙ୍କ ନେତୃତ୍ୱରେ ଅନୁଗୁଳ ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋୟୀ ମାମଲାର ତଦନ୍ତ କରୁଥିଲେ । ଏହି ଘଟଣାରେ ପୁଲିସ ପକ୍ଷରୁ୪ଟି ଟିମଗ ଗଠନ କରାଯାଇଥିଲା । ଏସ୍ଆଇ ସୌମ୍ୟା ରାୟ, ଏସ୍ଆଇ ବିପ୍ଳବ ସାହୁ, ଏସ୍ଆଇ ଏନ୍ କେ ଦାସ ଓ ଆଇଆଇସି ରମେଶ ବିଶୋୟୀଙ୍କୁ ନେଇ ୪ଟି ଟିମ୍ ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିବାଠାରୁ ଆରମ୍ଭ କରି ଅଭିଯୁକ୍ତର ଗିରଫଦାରି, ତଥ୍ୟ ପ୍ରମାଣ ଯୋଗାଡ଼ ଆଦି କାର୍ଯ୍ୟରେ ନିୟୋଜିତ ଥିଲେ ବୋଲି ଏସ୍ପି ସୂଚନା ଦେଇଥିଲେ । ନାବାଳିକାକୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ଅନ୍ୟାନ୍ୟ ସରକାରୀ ସହାୟତା ଯୋଗାଇ ଦିଆଯିବ । ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ସେ ସୁସ୍ଥ ହେବା ପରେ ତଦନ୍ତ ସହଜ ହେବ । ଏପଟେ ଅଭିଯୁକ୍ତକୁ ଯେପରି କଠୋର ଦଣ୍ଡ ମିଳିପାରିବ ସେଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଜୋର୍ଦାର କରିଛି । ପ୍ରାଥମିକ ତଦନ୍ତରୁ ଘଟଣାରେ ଜଣେ ସାମିଲ୍ ଥିବା ଜଣାପଡ଼ିଛି । ନାବାଳିକାର ପରିବାର ଯାଯାବର ଶ୍ରେଣୀର ହୋଇଥିବାରୁ ତଦନ୍ତରେ ବାଧା ସୃଷ୍ଟି ହୋଇପାରେ । କାରଣ ସେମାନେ ଅନ୍ୟତ୍ର ଚାଲିଯିବାର ସମ୍ଭାବନା ରହିଛି । ତେଣୁ ନାବାଳିକାଙ୍କ ପରିବାର ଓ ସମ୍ପର୍କୀୟମାନଙ୍କୁ ପ୍ରତୀକ୍ଷା ଗୃହରେ ରଖାଯାଇଛି । ନାବାଳିକା ମାଇଁଙ୍କ ଏତଲା କ୍ରମେ ଅଭିଯୁକ୍ତ ଶିବୁ ନାମରେ ପୁଲିସ୍ ଆଇପିସି ଦଫା ୩୬୩, ୩୦୭, ୩୭୬ ଓ ପୋକ୍ସ ଆକ୍ଟରେ ମାମଲା ରୁଜୁ କରିଛି ।
Comments are closed, but trackbacks and pingbacks are open.