
ଅନୁଗୁଳ,(ବି.ବି.ନୁ୍ୟଜ): ଅନୁଗୁଳ ଜିଲ୍ଲାର ୧୭ ନମ୍ବର ଜିଲ୍ଲା ପରିଷଦ ଜୋନ୍(ଜରପଡ଼ା)ରେ ଉପନିର୍ବାଚନ ଯେତିକି ପାଖଉଛି ରାଜନୈତିକ ଉଷ୍ମତା ସେତିକି ବଢ଼ୁଛି । ସୋମବାର ନାମଙ୍କନପତ୍ର ଦାଖଲ କରିବାର ଅନ୍ତିମ ଦିନ ଥିବା ବେଳେ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ୍ ପ୍ରାର୍ଥୀ ପ୍ରାର୍ଥିପତ୍ର ଭରିଛନ୍ତି । ବିରାଟ ଶୋଭାଯାତ୍ରାରେ ଆସି ଦଳୀୟ ପ୍ରାର୍ଥୀ କେବଳ ନାମାଙ୍କନ ଭରିନାହାନ୍ତି, ବରଂ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି । ପ୍ରାର୍ଥୀଙ୍କ ସମର୍ଥକଙ୍କ ଜିନ୍ଦାବାଦ ଧ୍ୱନି ଓ ବାଜାରେ ଅନୁଗୁଳ ସହର କମ୍ପି ଉଠିଥିଲା । ଶହ ଶହ ସମର୍ଥକଙ୍କ ଭିଡ଼ ଯୋଗୁଁ ସହରରେ ଟ୍ରାଫିକ୍ ସମସ୍ୟା ସୃଷ୍ଟି ହୋଇଥିଲେ ହେଁ ସେଭଳି କିଛି ଅଘଟଣ ହୋଇନଥିବା ଜଣାପଡ଼ିଛି । ଲୋକଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ପୁଲିସ୍ ମୁତୟନ ହୋଇଥିବା ବେଳେ କରୋନା କଟକଣା ପାଇଁ ଦୀର୍ଘଦିନ ପରେ ଅନୁଗୁଳ ସହରରେ ବିପୁଳ ଜନ ସମାଗମ ଦେଖିବାକୁ ମିଳିଛି ।
ସୋମବାର ଗୋଟିଏ ଦିନରେ ରିଟର୍ଣ୍ଣିଂ ଅଫିସର ତଥା ଅନୁଗୁଳ ଉପଜିଲ୍ଲାପାଳ ବାସୁଦେବ ଶତପଥୀଙ୍କ ନିକଟରେ ତିନି ଦଳର ପ୍ରାର୍ଥୀ ନାମାଙ୍କନ ଭରିଥିଲେ । ପୂର୍ବାହ୍ଣ ୧୧ଟା ବେଳେ ବିଜେଡି ପ୍ରାର୍ଥୀ ନାରାୟଣ ସାହୁ ପ୍ରଥମେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନପତ୍ର ଦାଖଲ କରିଥିଲେ । ମା’ ବୁଢୀ ଠାକୁରାଣୀଙ୍କ ପୀଠରେ ପୂଜାର୍ଚ୍ଚନା ପରେ ଏକ ବିରାଟ ଶୋଭାଯାତ୍ରାରେ ଦଳୀୟ ପ୍ରାର୍ଥୀ ଚାଲି ଚାଲି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ଛେଣ୍ଡିପଦା ବିଧାୟକ ସୁଶାନ୍ତ କୁମାର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ୍, ଜିଲ୍ଲା ବିଜେଡି ସଭାପତି ମହେନ୍ଦ୍ର ବସ୍ତିଆ, ଛେଣ୍ଡିପଦା ବ୍ଲକ୍ ଅଧ୍ୟକ୍ଷ ଅଶୋକ ପ୍ରଧାନ, ବିଧାୟକଙ୍କ ପ୍ରତିନିଧି ପ୍ରଦୀପ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ସନ୍ତୋଷ ଦାସ, ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ଛାତ୍ର ବିଜେଡି ସଭାପତି ରାଜୀବ ଲୋଚନ ଦାସଙ୍କ ସମେତ ନିର୍ବାଚନ ମଣ୍ଡଳୀର ଲୋକ ପ୍ରତିନିଧି, ସମର୍ଥକ ଉପସ୍ଥିତ ଥିଲେ ।
ବିଜେଡି ପ୍ରାର୍ଥୀ ନାମାଙ୍କନ ଭରିବାର କିଛି ସମୟ ମଧ୍ୟରେ କଂଗ୍ରେସର ବିରାଟ ଶୋଭାଯାତ୍ରା ପହଞ୍ଚିଥିଲା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ଦଳୀୟ ପ୍ରାର୍ଥୀ ଅଭିରାମ ସାହୁ ତାଙ୍କର ସମର୍ଥକଙ୍କୁ ଧରି ବାଇକ୍ ରାଲିରେ ଆସି ନାମାଙ୍କନପତ୍ର ଦାଖଲ କରିଥିଲେ । ତାଙ୍କ ନାମାଙ୍କନପତ୍ର ଦାଖଲ ବେଳେ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା, ପୂର୍ବତନ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଇଂ. ସସ୍ମିତା ବେହେରା, ଜିଲ୍ଲାର ଅନ୍ୟ ପୂର୍ବତନ ବିଧାୟକ ପ୍ରାର୍ଥୀ, ଜିଲ୍ଲା ଓବିସି ସେଲ୍ ସଭାପତି ଜିତେନ୍ଦ୍ର ସାହୁ, ଛେଣ୍ଡିପଦା ବ୍ଲକ ସଭାପତି କୃତାର୍ଥ ଦେହୁରୀ, ଅନୁଗୁଳ ବ୍ଲକ ସଭାପତି ଅମୂଲ୍ୟ ବେହେରା, ବଅଁରପାଳ ବ୍ଲକ ସଭାପତି ବିନୋଦ ମାଝି, ପୂର୍ବତନ କୃଷକ ସେଲ୍ ସଭାପତି ଉମେଶ ସାହୁ, ଲକ୍ଷ୍ମୀଧର ସାହୁ, ବାପୁଜୀ ପ୍ରଧାନ, ସୁଦିପ୍ ମିଶ୍ର ପ୍ରମୁଖ ସାମିଲ୍ ଥିଲେ ।
ଶେଷରେ ଶକ୍ତି ପ୍ରଦର୍ଶନ କରିଥିଲା ବିଜେପି । ବିରାଟ ଶୋଭାଯାତ୍ରାରେ ବାଜା ବଜାଇ ଦଳୀୟ ପ୍ରାର୍ଥୀ ବାଲିପ;ାର ସମିତିସଭ୍ୟ ଅଜିତ୍ କୁମାର ପ୍ରଧାନ ନାମାଙ୍କନପତ୍ର ଦାଖଲ କରିଥିଲେ । ପୂର୍ବାହ୍ଣରେ ଅନୁଗୁଳର ଅଧିÂାତ୍ରୀ ଦେବୀ ମା’ ବୁଢୀ ଠାକୁରାଣୀ ମନ୍ଦିରରୁ ପୂଜାର୍ଚ୍ଚନା କରି ଏକ ବିରାଟ ଶୋଭାଯାତ୍ରାରେ ବାହାରି ଶହ ଶହ ସଂଖ୍ୟାରେ ବିଜେପି ନେତା ଓ କାର୍ଯ୍ୟକର୍ତ୍ତାଙ୍କ ଗହଣରେ ଅନୁଗୁଳ ବଜାର ପରିକ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ନାମାଙ୍କନ ଦାଖଲ ସମୟରେ ବିଜେପିର ବରିÂ ନେତା ତଥା ପୂର୍ବତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନ, ବିଜେପି ରାଜ୍ୟ ସମ୍ପାଦକ କାଳନ୍ଦୀ ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ, ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରକାଶ ମହାରଣା ଓ ସୁଦିପ୍ ଗଡ଼ନାୟକ, ଜିଲ୍ଲା ପରିଷଦ ସଭ୍ୟା ବସନ୍ତ ମଞ୍ଜରୀ ପ୍ରଧାନ, କଣିହାଁ ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ, ବରିÂ ନେତା ଚନ୍ଦନ ସ୍ୱରାଜ, ଚିତ୍ତରଞ୍ଜନ ମେହେର, ରତ୍ନାକର ପ୍ରଧାନ, ସୋମନାଥ ରାଉତଙ୍କ ସମେତ ବିଭିନ୍ନ ମଣ୍ଡଳରୁ ପଦାଧିକାରୀ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ ।
Comments are closed, but trackbacks and pingbacks are open.