ଭୁବନେଶ୍ୱର, (ରିପୋର୍ଟ ବିଶ୍ୱବିଜୟୀ ବୁ୍ୟରୋ): ୧୯୮୧ ମସିହା ଜାନୁଆରୀ ୭ ତାରିଖରେ ଭୁବନେଶ୍ୱରଠାରେ ନିଜର ପଞ୍ଜିକୃତ କାର୍ଯ୍ୟାଳୟ ଖୋଲି ପ୍ରତିÂିତ ହୋଇପାରିଥିବା ନ୍ୟାସ୍ନାଲ ଆଲୁମିନିୟମ୍ କମ୍ପାନୀ ଲିମିଟେଡ୍ ବା ନାଲ୍କୋ କେନ୍ଦ୍ର ସରକାରଙ୍କ ଖଣି ମନ୍ତ୍ରଣାଳୟ ଅଧୀନରେ ଥିବା ଏକ ନବରନô ସେଣ୍ଟ୍ରାଲ୍ ପବ୍ଲିକ ସେକ୍ଟର ଏଣ୍ଟରପ୍ରାଇଜେସ୍ ଖଣିଜ ଧାତବ ଓ ଶକ୍ତି କ୍ଷେତ୍ରରେ ସମନ୍ୱିତ ଓ ବିବିଧ ଉଲ୍ଲେଖନୀୟ କାର୍ଯ୍ୟଧାରା ଯୋଗୁଁ କମ୍ପାନୀ ଗ୍ରୁପ୍ ‘ଏ’ର ମାନ୍ୟତା ହାସଲ କରିଛି । ୨୦୧୮-୧୯ ବର୍ଷରେ କମ୍ପାନୀ ଏହି ଦଶନ୍ଧିର ସର୍ବାଧିକ ୧୭୩୨ କୋଟି ଟଙ୍କାର ନେଟ୍ ଲାଭ୍ ପୂର୍ବକ ରେକର୍ଡ ସ୍ଥାପନ କରିପାରିଛି ।

ଆରମ୍ଭରୁ ଏଯାବତ୍ ୨୦୧୮-୧୯ ଆର୍ଥିକ ବର୍ଷରେ କମ୍ପାନୀ ସର୍ବାଧିକ ୧୧୩୮୬ କୋଟି ଟଙ୍କାର ମୋଟ୍ ବିକ୍ରିଲବ୍ଧ ଆୟ କରିପାରିଛି । ସେହିପରି ଗତବର୍ଷ ତୁଳନାରେ ସନ୍ତୋଷଜନକ ୧୮ ପ୍ରତିଶତ ଅଧିକ ରପ୍ତାନୀ ଲବ୍ଧ ଆୟହାର କମ୍ପାନୀ ୪୭୯୩ କୋଟି ଟଙ୍କା ଲାଭ ଉପôାଦିତ କରିପାରିଛି । ଉଭୟ ଉପôାଦନ ଏବଂ ପ୍ରଦର୍ଶନରେ ନାଲ୍କୋ ନିଜର ଦକ୍ଷତା ପୁନଃ ପ୍ରତିପାଦିତ କରିଛି । ଗତବର୍ଷ କମ୍ପାନୀ ୧୩୪୨ କୋଟି ଟଙ୍କା ନେଟ୍ ଲାଭ କରିଥିବା ବେଳେ ଚଳିତ ବର୍ଷ ତାହା ୧୭୩୨ କୋଟି ଟଙ୍କାରେ ପହଞ୍ଚôଛି । ଏହା ଗତବର୍ଷଠାରୁ ୩୯୦ କୋଟି ଟଙ୍କା ଅର୍ଥାତ୍ ୨୯ ପ୍ରତିଶତ ଅଧିକ । ଖାଲି ସେତିକି ନୁହେଁ ଚଳିତ ବର୍ଷ ନାଲ୍କୋ ଦେଶର ତୃତୀୟ ସର୍ବାଧିକ ବୈଦେଶିକ ମୁଦ୍ରା ଅର୍ଜନକାରୀ ଉଦ୍ୟୋଗ ଭାବେ ମାନ୍ୟତା ହାସଲ କରିଛି । ନାଲ୍କୋ ବିଗତ ୫ ବର୍ଷ ମଧ୍ୟରେ ଦ୍ରୁତ ବୃଦ୍ଧିଗାମୀ ଓ ସର୍ବୋଚ୍ଚ ବିକାଶ ଲାଭ କରିଥିବା ପବ୍ଲିକ ସେକ୍ଟର ଅଣ୍ଡରଟେଙ୍ଗି ଭାବେ ଦଲାଲ୍ ଷ୍ଟ୍ରି ଜର୍ନାଲରେ ମାନ୍ୟତା ସହିତ ୨୦୧୮ ବର୍ଷର ନବରନô ଭାବେ ପୁରସ୍କାର ପ୍ରାପ୍ତ ହୋଇଛି ।
-ଫନି ବାତ୍ୟାରେ ନାଲ୍କୋର ଅବଦାନ
- ନାଲ୍କୋ ପ୍ରୟାସ: ପ୍ରଦୂଷଣମୁକ୍ତ ଶ୍ରୀକ୍ଷେତ୍ର
-ସାମାଜିକ ଜନକଲ୍ୟାଣ ପଦକ୍ଷେପ
-ବିଶ୍ୱର ସବୁଠାରୁ ଆଲୁମିନା ଓ ବକ୍ସାଇଟ୍ ଉପôାଦନ ।
-ଉଦ୍ୟୋଗ କ୍ଷେତ୍ରରେ ରାଷ୍ଟ୍ରର ତୃତୀୟ ସର୍ବାଧିକ ବୈଦେଶିକ ବିନିମୟ ନେଟ୍ ଆୟକାରୀ ସଂସ୍ଥା । - ଦ୍ୱିତୀୟ ଆଲୟ ୱାୟାର ରଡ୍ ୟୁନିଟ୍ର ଭିତ୍ତିପ୍ରସ୍ତର ସ୍ଥାପନ ।
-ନୂତନ କର୍ପୋରେଟ୍ ଯୋଜନା ୨୦୧୭-୩୨ ପ୍ରଣୟନ ।
- ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ମାଇନ୍ସର ସାଉଥ୍ ବ୍ଲକରୁ ଉପôାଦନ ଆରମ୍ଭ ।
ଉଲ୍ଲେଖଯୋଗ୍ୟ ଯେ ୧୦୦ ପ୍ରତିଶତ କ୍ଷମତା ଉପଯୋଗ ସହ ପଞ୍ଚପଟ୍ଟମାଳୀ ବକ୍ସାଇଟ୍ ଖଣିରୁ ୭୪.୧୪ ଲକ୍ଷ ଟନ୍ ବକ୍ସାଇଟ୍ ଖନନ ହୋଇଛି ଯାହାକି କମ୍ପାନୀର ଇତିହାସରେ ସର୍ବାଧିକ । ସେହିପରି ୭୨.୩୧ ଲକ୍ଷ ଟନ୍ର ସର୍ବାଧିକ ବକ୍ସାଇଟ୍ ପରିବହନ ହୋଇଛି । ଚଳିତ ବର୍ଷ ରିଫାଇନେରୀ ୨୧.୫୩ ଲକ୍ଷ ଟନ୍ ଆଲୁମିନା ହାଇଡ୍ରେଟ୍ ଉପôାଦନ କରି କମ୍ପାନୀ ଇତିହାସରେ ରେକର୍ଡ ସୃଷ୍ଟି କରିଛି । ଆହୁରି ମଧ୍ୟ ଷ୍ଟିମ୍ ଏବଂ ପାୱାର ପ୍ଲାଣ୍ଟରୁ ସର୍ବାଧିକ ବିଦୁ୍ୟତ୍ ଉପôାଦିତ ହୋଇଛି । ଗତ ୮ ବର୍ଷ ମଧ୍ୟରେ କମ୍ପାନୀ ସର୍ବାଧିକ ୪.୪୦ ଲକ୍ଷ ଟନ୍ ଆଲୁମିନିୟମ ଉପôାଦନ କରିଛି । ଆହୁରି ମଧ୍ୟ ନାଲ୍କୋ ପ୍ରତିÂା ଦିନ ଠାରୁ ସର୍ବାଧିକ ଓୟାର ରଡ୍, ବିଲେଟ୍, ଗ୍ରିନ୍ ଆଲୋଡ୍ , ରଡେଡ୍ ଆନୋଡ୍, ଟି- ଇନଗୋଟ୍ ଉତପôାଦିତ ହୋଇଛି । ୩୭୩ ନିୟୁତ ୟୁନିଟ୍ ପବନଚାଳିତ ବିଦୁ୍ୟତ୍ ହୋଇଛି ଯାହା କି ଏଯାବତ୍ ସର୍ବାଧିକ । ବିକ୍ରୟ କ୍ଷେତ୍ରରେ ମଧ୍ୟ ନୂଆ କୀତ୍ତିସ୍ତମ୍ଭ ସ୍ଥାପନ କରି ନାଲ୍କୋ ଘରୋଇ ବଜାରେ ସଫଳତା ହାସଲ ପୂର୍ବକ ସର୍ବାଧିକ ବିକ୍ରିଲବ୍ଧ ଏବଂ ରପ୍ତାନିଲବ୍ଧ ଆୟ ମଧ୍ୟ ହାସଲ କରିଛି । ଗତ ବର୍ଷ ତୁଳନାରେ ସମୁଦାୟ ଧାତୁ ବିକ୍ରୟ କ୍ଷେତ୍ରରେ ୩୫ ପ୍ରତିଶତ ବୃଦ୍ଧି ଘଟି ୪.୪୧ ଲକ୍ଷ ଟନ୍ ଆଲୁମିନିୟମ୍ ବିକ୍ରି କରାଯାଇଥିବା ବେଳେ ଘରୋଇ ବଜାରରେ ଗତ ବର୍ଷ ତୁଳନାରେ ୧୪.୯ ପ୍ରତିଶତ ବୃଦ୍ଧି ଘଟି ୪.୦୨ ଲକ୍ଷ ଟନ୍ ଧାତୁ ବିକ୍ରି ହୋଇଛି ଯାହାକି କମ୍ପାନୀର ଇତିହାସରେ ସର୍ବାଧିକ ।

ଭୟଙ୍କର ସାମୁଦ୍ରିକ ଝଡ଼୍ ଫନି ପ୍ରଭାବରେ ସଡ଼ିଶାର ବିଭିନ୍ନ ଜିଲ୍ଲାରେ ବିଶେଷକରି ପୁରୀ ଏବଂ ଖୋର୍ଦ୍ଧା ଜିଲ୍ଲାରେ ଲୋକଙ୍କ ଜୀବନ ଜୀବିକାକୁ ଉଜାଡ଼ି ଦେଇଥିବା ଏହି ବାତ୍ୟାର ଦୁର୍ଦ୍ଧିନ ସମୟରେ ସବୁ ପ୍ରକାର ସହଯୋଗ ଦେବା ପାଇଁ ଆଗେଇ ଆସିବାକୁ ଦେଶ ବିଦେଶର ଶିଳ୍ପ ସମୂହ, ବୁଦ୍ଧିଜୀବୀ, ବିଶେଷକରି ଓଡ଼ିଶା ଓ ଭାରତ ବାହାରେ ଥିବା ଓଡ଼ିଆମାନଙ୍କୁ ଆହ୍ୱାନ ଦେଇଥିଲେ ନାଲ୍କୋ ସିଏମ୍ଡି ଡକ୍ଟର ତପନ କୁମାର ଚାନ୍ଦ ।
ପୁରୀ ଓଡ଼ିଶାର ପର୍ଯ୍ୟଟନ ତଥା ସାଂସ୍କୃତିକ ପ୍ରାଣକେନ୍ଦ୍ର ହୋଇଥିବାବେଳେ ବାତ୍ୟା ଫନି ପୁରୀ ସହର ସମେତ ସମଗ୍ର ଜିଲ୍ଲାକୁ ଛାରଖାର କରିଦେଇଥିଲା । ଏହାର ପ୍ରଭାବରେ ହଜାର ହଜାର ପରିବାରର ଘର ଭାଙ୍ଗିରୁଜି ଯିବା ସହିତ ବିଜୁଳି ଏବଂ ଟେଲିଫୋନ ସେବା ସହିତ ସ୍କୁଲ ଘର, ଡାକ୍ତରଖାନା ଭଳି ସର୍ବାଧିକ ଭିତ୍ତିଭୂମି ମଧ୍ୟ ଉଜୁଡ଼ି ଯାଇଥିଲା । ସେହିପରି ହଜାର ହଜାର କଳାକାରଓ ହସ୍ତଶିଳ୍ପୀଙ୍କ ସହ ନଡ଼ିଆ , ଗୁଆ ଓ ପାନ ଚାଷୀଙ୍କ ଜୀବିକା ଭୟକର ଭାବେ ପ୍ରଭାବିତ ହୋଇଥିଲା । ତେବେ ବାତ୍ୟା ପ୍ରଭାବିତ ଓଡ଼ିଶାକୁ ପୁଣି ଥରେ ଗଢ଼ି ତୋଳିବା ପାଇଁ ସାରା ପୃଥିବୀକୁ ବଢ଼ାଇବା ପାଇଁ ସେ ନିବେଦନ କରିଥିଲେ । ଏହି ପୁନଃ ନିର୍ମାଣ କାର୍ଯ୍ୟ ପାଇଁ ଅର୍ଥ ହେଉ ବା ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି, ଓଡ଼ିଶା ସରକାରଙ୍କ ରିବିଲ୍ଫ ଓଡ଼ିଶା ପୋର୍ଟାଲ କିମ୍ବା ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତ୍ତୃପକ୍ଷଙ୍କ ମାଧ୍ୟମରେ ସିଧଳସଳଖ ଦାନ କରିବାକୁ ଆହ୍ୱାନ ଦେଇଥିଲେ । ସଂସ୍ଥାମାନଙ୍କ ଦ୍ୱାରା ସିଆଇଆଇ ଫାଉଣ୍ଡେସନ ଏବଂ ଆଲୁମିନିୟମ ଆସୋସିଏସନ ଅଫ୍ ଇଣ୍ଡିଆ ଫାଉଣ୍ଡେସନ ମାଧ୍ୟମରେ ଓଡ଼ିଶା ବାତ୍ୟା ବିପନ୍ନଙ୍କ ପାଇଁ ସହାୟତା ଓ ଅନୁଦାନ ରାଶି ଯୋଗାଡ଼ ହୋଇଯାଇଥିଲା ।
ଶ୍ରୀକ୍ଷେତ୍ରପୁରୀକୁ ସ୍ୱଚ୍ଛତାର ସହର କରିବା ଦିଗରେ ନାଲ୍କୋ ସହଯୋଗର ହାତ ବଢ଼ାଇଥିଲା । ନ୍ୟାସନାଲ ଆଲୁମିନିଅମ କମ୍ପାନୀ (ନାଲ୍କୋ) ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ପାଇଁ ଆଉ ଏକ ପାଦ ଆଗକୁ ବଢେ଼ଥିଲା । ପୁରୀକୁ ଏକ ସ୍ୱଚ୍ଛ ଏବଂ ସମୃଦ୍ଧ ସହର କରିବା ଲକ୍ଷ ନେଇ ୫ଟି ବ୍ୟାଟେରୀ ଚାଳିତ ଜଣ ଏବଂ ପିସିଆର ମୋବାଇଲ ଭ୍ୟାନ ପୁରୀ ବାସୀଙ୍କୁ ପ୍ରଦାନ କରିଥିଲା । ଡଃ କେ. ରାଜେଶ୍ୱର ରାଓ (ଆଡିସିନାଲ ସେକ୍ରେଟାରୀ) , ଡଃ ତପନ କୁମାର ଚାନ୍ଦ (ସିଏମ୍ଡି) ଏବଂ ନାଲ୍କୋର ଡିରେକଟରଙ୍କ ସହ ପୁରୀବାସୀଙ୍କ ଉପସ୍ଥିତିରେ ଏହା ଉଦ୍ଘାଟିତ ହୋଇଥିଲା । ପୂର୍ବରୁ ନାଲ୍କୋ ପକ୍ଷରୁ ପ୍ରାୟ ଏହି ଭଳି ୭ଟି ପ୍ରଦୂଷଣମୁକ୍ତ ଯାନ ପ୍ରଦାନ କରାଯାଇଥିଲା ।
ନାଲ୍କୋ ଓଡ଼ିଶା ମାନଚିତ୍ରରେ ଏକ ମହତ୍ୱପୂର୍ଣ୍ଣ ପରିବର୍ତ୍ତନ ଆଣିବା ଦିଗରେ ପଦକ୍ଷେପ ଜାରି ରଖିଛି । ଆଲୁମିନିୟମ ଉଦ୍ୟୋଗ ସମ୍ବନ୍ଧିତ ସହାୟକ ଅପ୍ଷ୍ଟ୍ରିମ୍ ଏବଂ ଡାଉନ୍ଷ୍ଟ୍ରିମ୍ ଉପôାଦନଗୁଡିକର ବୃଦ୍ଧି ପାଇ ଓଡ଼ିଶା ଇଣ୍ଡଷ୍ଟ୍ରିଆଲ ଇନ୍ଫ୍ରାଷ୍ଟ୍ରକ୍ଟର ଡେଭଲମେଣ୍ଟ କର୍ପୋରେସନ ସହିତ ଅନୁଗୁଳ ଆଲୁମିନିୟମ ପାର୍କ ପ୍ରାଇଭେଟ ଲିମିଟେଡ ନାମରେ ଏକ ଜେଭି କମ୍ପାନୀ ସୃଷ୍ଟି କରିଛି । କମ୍ପାନୀ ସଫଳତାର ଶିଡି ଚଢ଼ଇ ନିଜର ପରିଚାଳନା ମାଧ୍ୟମରେ ସାମାଜିକ ଆର୍ଥିକ ବିକାଶ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରୟାସ ଜାରି ରଖ୍ôଛି । ବିସ୍ଥାପିତ ପରିବାରକୁ ଥଇଥାନ, ରୋଜଗାର, ସ୍ୱା୍ସ୍ଥ୍ୟଓ ଜୀବନ ଶେଢଳୀରେ ସଂସ୍କାର , ପାନିୟ ବ୍ୟବସ୍ଥା ଶିକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ, ପରିବେଶ ସ୍ୱଚ୍ଛତା, ଗ୍ରାମୀଣ ବିକାଶ , କଳା, ଶିଳ୍ପ ଓ ସାଂସ୍କୃତିକ ବିକାଶ ସହିତ ଅନେକ ଜନଉନ୍ନୟନ ମୂଳକ ପଦକ୍ଷେପ ଗ୍ରହଣ କରିଛି ।

ଇନ୍ଦ୍ରଧନୁର ଯୋଜନାରେ ମାଓବାଦୀ ପ୍ରବଣ ଦାମନଯୋଡ଼ି ଅଞ୍ଚଳର ୯୨୦ ଆଦିବାସୀ ଶିଶୁଙ୍କୁ ୩ଟି ପ୍ରତିÂିତ ଆବାସିକ ବିଦ୍ୟାଳୟରୁ ଶିକ୍ଷା ପ୍ରଦାନ କରାଯାଉଛି । ସେହିପରି ଅନୁଗୁଳ ଓ ଦାମନଯୋଡ଼ି ଅଞ୍ଚଳରୁ ବିପିଏଲ୍ ପରିବାରର ୪୧୬ ମେଧାବୀ ଛାତ୍ରୀଙ୍କୁ ସରକାରଙ୍କ ଦ୍ୱାରା ନାଲ୍କୋ କମ୍ପାନୀ ମାଧ୍ୟମରେ ଲାଡ୍ଲୀ ଯୋଜନା ଆଧାରରେ ଆର୍ଥିକ ସହାୟତା ସହିତ ସରକାରଙ୍କ ବେଟି ବଚାଓ , ବେଟି ପଢ଼ାଓ ଅନୁରୂପ କାର୍ଯ୍ୟକାରୀ କରାଯାଇଛି ।
ତେବେ ଅଦ୍ୟାବଧି ନାଲ୍କୋ ଅନେକ ସଫଳତା ଓ ମାଇଲ୍ଖୁଣ୍ଟ ହାସଲ କରିଛି । ଉପôାଦନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରିବା ସହ ନାଲ୍କୋ ବିଶ୍ୱ ସ୍ତରରେ ମାନ୍ୟତା ବଜାୟ ରଖିଛି । ଏଥି ସହିତ ଏକ ନୂତନ ସଫଳତା କ୍ରମେ ନାଲ୍କୋର ବକ୍ସାଇଟ୍ ଖଣି ମଧ୍ୟ ଏବର୍ଷ ପ୍ରଥମ ସ୍ଥାନ ହାସଲ କରିଛି । ଆହୁରି ମଧ୍ୟ ଆର୍ଥିକ ଲାଭ କ୍ଷେତ୍ରରେ ୨୮ ପ୍ରତିଶତ ଇବିଆଇଡିଟିଏ ମାର୍ଜିନ୍ ସହ ନାଲ୍କୋ ଅନ୍ୟ ଘରୋଇ ଉପôାଦନକାରୀମାନଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛି । ଶିଳ୍ପ ବିଶାରଦମାନେ ନାଲ୍କୋର ଏହି ସଫଳତାର ଶ୍ରେୟ ୨୧୬ ମସିହାରୁ ପ୍ରବର୍ତ୍ତିତ କମ୍ପାନୀର ନୂତନ ବ୍ୟବସାୟିକ ମଡେଲ୍କୁ ଦେଇଛନ୍ତି । ତେବେ ନାଲ୍କୋର ଏହି ବିକାଶ ଓ ସଫଳତା ପଛରେ କମ୍ପାନୀର ଅଧ୍ୟକ୍ଷ ଓ ପରିଚାଳନା ନିଦେ୍ର୍ଧଶକ ତପନ କୁମାର ଚାନ୍ଦଙ୍କ ଅବଦାନ ଉଲ୍ଲେଖନୀୟ ଓ ଅବିସ୍ମରଣୀୟ ।
Comments are closed, but trackbacks and pingbacks are open.