ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ସନେ୍ଦହ

Get real time updates directly on you device, subscribe now.

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ବେତନଟୀ ମାଣତ୍ରୀ ମେଳା ପଡିଆ ନିକଟରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ପଡିଆ ନିକଟରେ ଥିବା ଏକ ନାଳରେ ଯୁବକଙ୍କ ମୃତଦେହଟି ପଡିଥିଲା ।
ମୃତକଜଣଙ୍କ ହେଲେ ଚକ୍ରଧରପୁର ଗାଁର ତପନ ବିନ୍ଧାଣି (୨୦)। ତେବେ ସେ କେଉଁ କାରଣରୁ ମୃତ୍ୟୁବରଣ କଲେ ତାହା ଅସ୍ପଷ୍ଟ ରହିଛି । ତାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ମଧ୍ୟ ଆଲୋଚନା ହେଉଛି। ଘଟଣାସ୍ଥଳରେ ବଡସାହି ପୋଲିସ ପହଁଛି ତଦନ୍ତ ଆରମ୍ଭ କରିଛି । ତେବେ ତଦନ୍ତ ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons