ଦଶମନ୍ତପୁର,(ବି.ବି.ନୁ୍ୟଜ୍): ନାଳରେ ପଡି ଦଶମନ୍ତପୁର ଥାନା ବଦଳିକୁଡୁମାର ଜଣେ ବ୍ୟକ୍ତିଙ୍କ ଆଜି ମୃତୁ୍ୟ ଘଟିଛି । ମୃତକ ହେଲେ ଜଗ ଖୋସ୍ଲା(୫୮) । ଆଜି ଅପରାହ୍ନରେ କୌଣସି କାମରେ ଜଗ ନିଜ ଗାଁରୁ ୨କିମି ଦୂର ମାଣ୍ଡିଆଗୁଡା ଗାଁକୁ ଯାଇଥିଲେ । କାମସାରି ସେଠାରୁ ଫେରୁଥିବା ବେଳେ ବାଟରେ କୁସୁମଖୁଣ୍ଟ ନାଳରେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ଆଘାତ ଲାଗିଯିବାରୁ ସେଠାରେ ତାଙ୍କ ମୃତୁ୍ୟ ଘଟିଥିଲା । ଗ୍ରାମବାସୀ ଖବର ପାଇ ପରିବାର ଲୋକଙ୍କୁ ଖବର ଦେଇଥିଲେ । ପରେ ନାଳରୁ ଜଗଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଏନେଇ ଥାନାରେ ଏତଲା ଦେବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।
Comments are closed, but trackbacks and pingbacks are open.