ନାଳରେ ବୁଡ଼ି ଦୁଇ ଶ୍ରମିକ ମୃତ

Get real time updates directly on you device, subscribe now.

ସିନାପାଲି,(ବି.ବି.ନ୍ୟୁଜ୍): ନୂଆପଡ଼ା ଜିଲ୍ଲା ସିନାପାଲି ସଦରମହକୁମା ନିକଟସ୍ଥ ମହଗାଁ ନାଳା ପଖନାବେଡ଼ା ଘାଟକୁ ଗାଧୋଇବା ଯାଇ ଦୁଇ ଶ୍ରମିକ ପାଣିରେ ବୁଡି ଗୁରୁବାର ପ୍ରାଣ ହରାଇଛନ୍ତି । ମୃତ ଦୁଇ ଶ୍ରମିକ ଝାଡ଼ଖଣ୍ଡର ସିଂହଭୁମ୍ ଜିଲ୍ଲା ଆଟମଗରିଆ ଥାନା ସାରଡିଆ ଗାଁର ସୁଧିର ବେରୁଆ (୨୯) ଓ ଡୁବଲିଆ ବେରୁଆ (୨୬) ବୋଲି ଜଣାପଡିଛି ।
ସୂଚନା ମୁତାବକ, ଦୁଇଜଣ ବିଦ୍ୟୁତ୍ ବିଭାଗରେ ଶ୍ରମିକ କାମ ପାଇଁ ଏକ ଘରୋଇ କମ୍ପାନି ଜରିଆରେ ଜୁଲାଇ ମାସରେ ସିନାପାଲି ଅଞ୍ଚଳକୁ ଆସିଥିଲେ । ସିନାପାଲି ସ୍ଥିତ ଭାଟି ଛକ ନିକଟରେ ଏକ ଭଡ଼ା ଘରେ ଅନ୍ୟ ଶ୍ରମିକଙ୍କ ସହ ରହୁଥିଲେ । ଗୁରୁବାର ସକାଳୁ ଗାଧୋଇବା ପାଇଁ ଦୁହେଁ ମହଗାଁ ନାଳାକୁ ଯାଇଥିଲେ । ହେଲେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଜଣେ ପାଣିରେ ବୁଡ଼ି ଯାଇଥିଲେ । ତାଙ୍କୁ ଉଦ୍ଧାର କରିବା ପାଇଁ ଅନ୍ୟ ଜଚ ପାଣି ଭିରତକୁ ଯିବାବେଳେ ସେ ବି ଆଉ ବାହାରି ପାରି ନଥିଲେ । ପାଖରେ ଅନେକ ଶ୍ରମିକ ଉପସ୍ଥିତ ଥିଲେ ହେଁ ତାଙ୍କୁ ଉଦ୍ଧାର କରିପାରି ନଥିଲେ । କିଛି ସମୟ ପରେ ସୁଧିରଙ୍କ ଶବ ନାଳାର ଏକ ପାଶ୍ୱର୍ରେ ଠାବ କରାଯାଇଥିଲା । ଅନ୍ୟ ଜଣଙ୍କ ଶବ ପାଣି ଭିତରେ ରହିଥିଲା । ଅଗଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ପାଣି ଭିତରେ ମୃତଦେହକୁ ଉଦ୍ଧାର କରିଥିଲେ । ସିନାପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସିନାପାଲି ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା । ଥାନାରେ ପୃଥକ୍ ପୃଥକ୍ ଦୁଇଟି ମାମଲା ଦାଏର କରି ଘଟଣାର ତଦନ୍ତ ଚଲାଇଥିବା ସିନାପାଲି ପୁଲିସ କହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons