ଟିକିରି: କାଶୀପୁର ବ୍ଲକ୍ ଦୋରାଗୁଡା ଥାନା ଉପରକମ୍ପର ଗାଁ ନାଳରେ ଭାସିଯାଇ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ମୃତ ବ୍ୟକ୍ତି ହେଲେ ଗାଁର ଈଶ୍ୱର ଝୋଡ଼ିଆ(୪୦) । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ଈଶ୍ୱର ଗାଁ ନିକଟ ନାଳ ପାରି ହେଉଥିଲେ । ଏହି ସମୟରେ ଉପରମୁଣ୍ଡରୁ ବର୍ଷା ହେବାରୁ ହଠାତ୍ ବଢିÿି ପାଣି ଆସିଯାଇଥିଲା । ଫଳରେ ପ୍ରଖର ସ୍ରୋତରେ ଈଶ୍ୱର ଭାସିଯାଇଥିଲେ । ପରିବାର ଲୋକେ ଈଶ୍ୱରଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପରେ ଏକ ପୋଲ ନିକଟରୁ ଈଶ୍ୱରଙ୍କ ଶବ ଉଦ୍ଧାର କରିଥିଲେ । ଏ ସମ୍ପର୍କରେ ଥାନାରେ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇ ନଥିଲାଥାନା ଅଧିକାରୀ ଏ.କେ.ସ୍ୱାଇଁ ବର୍ତ୍ତମାନ ସୁଦ୍ଧା କେହି ଏତଲା ଦେଇ ନଥିବା କହିଛନ୍ତି । ଈଶ୍ୱରଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କ ପରିବାରକୁ ସରକାରୀ ସହୟତା ଯୋଗାଇ ଦେବାକୁ ଗାଁ ଲୋକେ ନିବେଦନ କରିଛନ୍ତି । ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.