ମୁନିଗୁଡ଼ା,(ବି.ବି.ନୁ୍ୟଜ୍): ନାଳରେ ଭାସିଯାଇ ମୁନିଗୁଡା ଥାନା ନିୟମଗିରି ପାହାଡ ଉପରେ ରହୁଥିବା ଜଣେ ଡଙ୍ଗରିଆ ମହିଳାଙ୍କ ମୃତୁ୍ୟ ହୋଇଛି । ତାଙ୍କ ନାଁ ମାଲ ସିକକା(୪୦) । ତାଙ୍କ ମୃତୁ୍ୟରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ପୁଲିସ୍ ସୂଚନା ଅନୁଯାୟୀ, ଗୁରୁବାର ପାହାଡ଼ି ନାଳ ପାରି ହୋଇ ହାଟମୁନିଗୁଡ଼ା ହାଟକୁ ମାଲ ଆସୁଥିଲେ । ନାଳରେ ପାଣି ସ୍ରୋତ ଅଧିକ ଥିବାରୁ ସେ ଭାସିଯାଇ ଥିଲେ । ସନ୍ଧ୍ୟାରେ ଘରକୁ ନଫେରିବାରୁ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ପତ୍ତା ପାଇ ନଥିଲେ । ଆଜି ସକାଳେ ନାଳ ନିକଟରେ ଥିବା ଏକ ଗଛରେ ତାଙ୍କ ଶବ ଭାସୁଥିବା ଧେଖିବାକୁ ମିଳିଥିଲା । ଏ ସମ୍ପର୍କରେ ଗାଁ ଲୋକେ ପରିବାର ଓ ପୁଲିସ୍କୁ ଖବର ଧେଇଥିଲେ । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତଧେହ ଜବତ କରି ବ୍ୟବଚ୍ଛେଧ ପାଇଁ ମେଡିକାଲ୍କୁ ପଠାଇଥିଲା । ବ୍ୟବଚ୍ଛେଧ କରାଇବା ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଛି । ମୁନିଗୁଡା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ତଧନ୍ତ ଚାଲୁ ରହିଥିବା ପୁଲିସ୍ କହିଛି ।


Comments are closed, but trackbacks and pingbacks are open.