ବୌଦ୍ଧ,(ବି.ବି.ନୁ୍ୟଜ୍): ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମାଧପୁର ରେଞ୍ଜ ଗୁଟୁଲି ମାଟୁ ନାଳ ନିକଟରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର କରାଯାଇଛି । ଆଜି ଦାକାପଦର ଗାଁ କିଛି ମହିଳା ଛତୁ ତୋଳିବା ପାଇଁ ଜଙ୍ଗଲକୁ ଯାଇଥିବା ବେଳେ ହାତୀର ମୃତଦେହ ନାଳ ନିକଟରେ ପଡିଥିବା ଦେଖିଥିଲେ । ଏହାପରେ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତୁ୍ୟର ତଦନ୍ତ କରୁଛନ୍ତି । କିପରି ହାତୀର ମୃତୁ୍ୟ ଘଟିଲା ତାହା କାରଣ ଅସ୍ପଷ୍ଟ ରହିଛି । ତେବେ ମୃତ ହାତୀ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି ।
Comments are closed, but trackbacks and pingbacks are open.