‘ନାୟକର ନାଁ ଦେବଦାସ’

Get real time updates directly on you device, subscribe now.

ଅଗଷ୍ଟ ୯ରେ ପ୍ରେକ୍ଷାଳୟକୁ ଆସୁଛି ଓଡ଼ିଆ ଚଳଚ୍ଚିତ୍ର ‘ନାୟକର ନାଁ ଦେବଦାସ’ । ଆଞ୍ଜନେୟ ମିଡିଆ ବ୍ୟାନରରେ ନିର୍ମିତ ଏବଂ ଶିଶିର ଚନ୍ଦ୍ର ଦାଶ, ପ୍ରଭାତ କୁମାର ପ୍ରଧାନ ଓ କୀର୍ତ୍ତନ ଚନ୍ଦ୍ର ପାତ୍ର ପ୍ରଯୋଜିତ ଏହି ଫିଲ୍ମର କାହାଣୀ ପୂର୍ବରୁ ବିଭିନ୍ନ ଭାଷାରେ ନିର୍ମିତ ହୋଇ ପ୍ରଶଂସା ସାଉଁଟିଛି । ତେଣୁ ଏଥିରେ ଅଧିକ କ’ଣ ରହିଛି, ତାହା ରିଲିଜ୍ ପରେ ଜଣାପଡ଼ିବ । ଏହି ସିନେମାର ସଂଳାପ ଦେବୀଦତ୍ତ ମହାନ୍ତି ରଚନା କରିଥିବାବେଳେ ସ୍ୱର ସଂଯୋଜନା କରିଛନ୍ତି ବୈଦ୍ୟନାଥ ଦାଶ । ବଙ୍ଗଳାର କାଳଜୟୀ ଉପନ୍ୟାସ ପୃଷ୍ଠଭୂମି ଉପରେ ଆଧାରିତ ଏହି ଫିଲ୍ମରେ ଦେବଦାସ ଚରିତ୍ରରେ ଅସୀତ ପାତ୍ର, ଚନ୍ଦ୍ରମୁଖୀ ଭୂମିକାରେ ଅନୁ ଚୌଧୁରୀ ଏବଂ ପାରୋ ଭୂମିକାରେ ଭୂମିକା ଅଭିନୟ କରିଛନ୍ତି । ଅନ୍ୟାନ୍ୟ ଭୂମିକାରେ ମିହିର ଦାସ ଓ ବବି ମିଶ୍ରଙ୍କୁ ଦେଖିବାକୁ ମିଳିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons