ନିଅାଁରେ ପୋଡ଼ି ଗୁରୁତର ସ୍ତ୍ରୀକୁ ଗୋବର ଲିପିଦେଲା ସ୍ୱାମୀ

Get real time updates directly on you device, subscribe now.

ବାଂଶପାଳ,(ବି.ବି.ନୁ୍ୟଜ୍): କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ବେଣ୍ଡିହି ଗ୍ରାମରେ ଆଜି ଏକ ଅଜବ ଘଟଣା ଘଟିଛି । ଜଣେ ବିବାହିତ ଯୁବତୀ ଘରେ ଶୋଇଥିବାବେଳେ ନିଅାଁ ସ୍ପର୍ଶରେ ଆସି ପୋଡି ହୋଇ ଗୁରୁତର ହୋଇଥିଲେ । କିନ୍ତୁ ଅଜ୍ଞାନ ବଶତଃ ସ୍ତ୍ରୀ’କୁ ପୋଡା ଯନ୍ତ୍ରଣାରୁ ରକ୍ଷା କରିବା ପାଇଁ ସ୍ୱାମୀ ସ୍ତ୍ରୀ ଶରୀରରେ ଗୋବର ଲେପି ଦେଇ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ଯଦ୍ୱାରା ଅବସ୍ଥା ସଙ୍କଟାପନ୍ନ ହୋଇଥିଲା । ଡାକ୍ତର ଯୁବତୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଛନ୍ତି ।
ସୂଚନାନୂଯାୟୀ, ତେନ୍ତୁଳିଖୁଂଟି ଗ୍ରାମର ବାବୁଲି ଦେହୁରୀ ଓ ସ୍ତ୍ରୀ ଚଉରୀ ଦେହୁରୀ (୨୦)ମକର ପର୍ବ ପାଇଁ ବେଣ୍ଡିହି ଗାଁକୁ ଆସିଥିଲେ । ବେଣ୍ଡିହି ଗାଁରେ ଚଉରୀଙ୍କ ବାପ ଘର । ତେବେ ଶୀତରୁ ରକ୍ଷା ପାଇବା ପାଇଁ ଶୋଇବା ଘରେ ନିଆଁ ଜାଳି ଶୋଇଥିଲେ ଚଉରୀ । ପାହାନ୍ତିଆ ସମୟରେ ଚଉରୀଙ୍କ ଶାଢିରେ ନିଆଁ ଲାଗିଯାଇଥିଲା । ବାବୁଲି ସଙ୍ଗେସଙ୍ଗେ ପାଣି ଆଣି ସ୍ତ୍ରୀ ଦେହରେ ଢାଳି ନିଅାଁକୁ ଲିଭାଇଥିଲା । ପରେ ଗୁହାଳରୁ ଗୋବର ଆଣି ସ୍ତ୍ରୀର ପୋଡା ଶରୀରରେ ଲେପ ଦେଇ ଆମ୍ବୁଲାନ୍ସ ଯୋଗେ ତେଲକୋଇ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ଗୋବର ଲେପ ଯୋଗୁଁ ଚଉରୀର ଅବସ୍ଥା ଆହୁରି ସଙ୍କଟାପନ୍ନ ହୋଇପଡିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons