ବଣାଇ, (ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲା କେ. ବଳଙ୍ଗ ଥାନା ଅଞ୍ଚଳର ସୁରେଶ କୁମ୍ଭାର ନାମକ ଜଣେ କାଠ ମିସ୍ତ୍ରୀ ଗତ ୧୨ ତାରିଖରୁ ନିଖୋଜ ହୋଇଯାଇଥିବା ବେଳେ ଗତକାଲି ତାଙ୍କ ମୃତଦେହ ମିଳିଥିଲା । ଚାନ୍ଦିପୋଷ ଥାନା ସିଲପୁଞ୍ଜି ଅଞ୍ଚଳର ଏକ ଘରୁ ତାଙ୍କ ମୃତଦେହ ମିଳିଥିଲା । ସେଠାରେ ତାଙ୍କର ବାଇକ୍ ମଧ୍ୟ ଥିଲା । ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଖଟ ତିଆରିକୁ ନେଇ ଜଣେ ପୋଲିସ ସହିତ ପୂର୍ବରୁ ତାଙ୍କର ପାଟିତୁଣ୍ଡ ହୋଇଥିବା ପରିବାର ଲୋକେ କହିଛନ୍ତି । ତେଣୁ ସେମାନେ ସୁରେଶଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନେ୍ଦହ କରୁଛନ୍ତି ।
Comments are closed, but trackbacks and pingbacks are open.