ନିଖୋଜ ମହିଳାଙ୍କ ଝୁଲନ୍ତା ଶବ ଉଦ୍ଧାର

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ନନ୍ଦପୁର ଥାନା ଅଞ୍ଚଳ ଜଙ୍ଗଲରୁ ଜଣେ ନିଖୋଜ ମହିଳାଙ୍କ ଶବ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତାଜଣଙ୍କ ହେଲେ ଗୁଲେଲ ଗାଁର ଦାସୁ ସେନାପତି(୨୫) । ସେ ୮ଦିନ ତଳେ ନିଖୋଜ ଥିବା ତାଙ୍କ ସ୍ୱାମୀ ଦଶରଥ ସେନାପତି ଥାନାରେ ଏତଲା ଦେଇଥିଲେ । ଉଦ୍ଧାର ପରେ ବ୍ୟବଚ୍ଛେଦ କରାଯାଇ ପରିବାରକୁ ଶବ ହସ୍ତାନ୍ତର କରାଯାଇଥିବା ଆଇଆଇସି କପିଳେଶ୍ୱର ବେହେରା କହିଛନ୍ତି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ୨୩ତାରିଖରେ କାହାକୁ କିଛି ନକହି ଶ୍ରୀମତୀ ଦାସୁ ଘରୁ ବାହାରି କୁଆଡେ ଚାଲିଯାଇଥିଲେ । ବହୁ ଖୋଜାଖୋଜି ପରେ ବି ଦାସୁଙ୍କ ପତ୍ତା ମିଳି ନଥିଲା । ପରେ ଏନେଇ ତାଙ୍କ ସ୍ୱାମୀ ଦଶରଥ ଗତ ୧ତାରିଖରେ ଥାନାରେ ଏତଲା ଦେଇଥିଲେ । ଆଜି ସକାଳେ ଜଙ୍ଗଲକୁ ଯାଇଥିବା କେତେକ ଗ୍ରାମବାସୀ ମହିଳାଙ୍କ ଝୁଲନ୍ତା ଶବ ଦେଖି ତାଙ୍କ ସ୍ୱାମୀଙ୍କୁ ଖବର ଦେଇଥିଲେ । ସ୍ୱାମୀ ଆସି ଶବ ଚିହ୍ନଟ ପରେ ପୁଲିସକୁ ଜଣାଇଥିଲେ । ପୁଲିସ ଟିମ୍ ଘଟଣାସ୍ଥଳରୁ ମୃତଦେହ ଉଦ୍ଧାର କରିଥିଲା । ଏନେଇ ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଥିବା ଥାନା ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons