ନିଖୋଜ ସମ୍ବାରୁଙ୍କ ମୃତଦେହ ଠାବ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): କେଲାନରେ ଭାସିଯାଇ ନିଖୋଜ ହେବାର ୪୬ ଘଣ୍ଟା ପରେ ମୃତଦେହ ଠାବ । ଜୟନ୍ତିଗିର ନିକଟ ପେରାହାଣ୍ଡି ମୁଖ୍ୟ କେନାଲରୁ ସମ୍ବାରୁ ଜାନୀ(୭୦)ଙ୍କ ଶବ ଉଦ୍ଧାର କରିଛି ଓଡ୍ରାଫ୍ ଟିମ୍ । ଏ ସମ୍ପର୍କରେ ବୋରିଗୁମ୍ମା ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ କରାଇ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଆଇଆଇସି ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି ।
ପ୍ରଶାସନର ନିଦେ୍ର୍ଧଶକ୍ରମେ ଆଜି ସକାଳୁ କୋରାପୁଟ ଓଡ୍ରାଫ ଯବାନମାନେ କୋଲାବ ମୁଖ୍ୟ କେନାଲରେ ପୁଣି ଥରେ ଯାଞ୍ଚ କରିଥିଲେ । ସକାଳୁ ଅରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ୍ । ପୂର୍ବାହ୍ନ ପ୍ରାୟ ୯ଟାରେ ପେରାହାଣ୍ଡି କେନାଲ୍ରେ ଏକ ଶବ ଭାସୁଥିବା ଦେଖିବାକୁ ମିଳିଥିଲା । ଯବାନମାନେ ଶବ ଉଦ୍ଧାର କରି ଉପରକୁ ଆଣିବା ପରେ ତାହା ସମ୍ବାରୁଙ୍କ ବୋଲି ପରିବାର ଲୋକେ ଚିହ୍ନଟ କରିଥିଲେ । ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ଶବ ହସ୍ତାନ୍ତର କରାଯାଇଥିବା ଓଡ୍ରାଫ ହାବିଲଦାର ସନ୍ତୋଷ କୁମାର ଦଣ୍ଡସେନା କହିଛନ୍ତି । ହାବିଲଦାର୍ ନୀଳମାଧବ ମହାନ୍ତି, ବି. ଏନ୍. ମିଶ୍ର, ରଞ୍ଜିତ ତ୍ରିପାଠୀ, ରାମ ଗୌଡ଼, ଆଲୋକ ପାଣି, ଶ୍ରୀନିବାସ ପଟ୍ଟନାୟକ, ରାଜେଶ କୁଜୁର ପ୍ରମୁଖ ଅପରେସନ୍ରେ ସାମିଲ ହୋଇଥିଲେ । ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ ପରେ ଶବ ବ୍ୟବଚ୍ଛେଦ କରାଯାଇଥିଲା । ଏଏସ୍ଆଇ ପ୍ରକାଶଚନ୍ଦ୍ର ମିଶ୍ର ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି ।ସୂଚନାଥାଉକି,ଗତ ୨୯ ତାରିଖରେ କୁମୁଲିପୁଟ ପଞ୍ଚାୟତ ଦଣ୍ଡସେନାଗୁଡ଼ା ଉପରସାହିର ସମ୍ବାରୁ ଗୋରୁ ଚରାଇବାକୁ ଯାଇଥିଲେ । ପାଖରେ ଥିବା କୋଲାବ୍ ମୁଖ୍ୟ କେନାଲକୁ ନିତ୍ୟକର୍ମ ଲାଗି ଯାଇଥିଲେ । ଅଚାନକ ଗୋଡ଼ ଖସିଯିବାରୁ ପ୍ରବଳ ସ୍ରୋତରେ ଭାସିଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons