ନିଜ ବିବାହର ଗୁମର ଖୋଲିଲେ ଅନୁଷ୍କା

Get real time updates directly on you device, subscribe now.

ଅନୁଷ୍କା ଶର୍ମା ଓ ବିରାଟ କୋହଲିଙ୍କୁ ନେଇ ପୁଣି ଏକ ଚର୍ଚ୍ଚା। ଏହାକୁ ଆଉ କେହି ନୁହେଁ ବରଂ ଅନୁଷ୍କା ନିଜେ ହିଁ ନିଜର ଗୁମର ଖୋଲିଛନ୍ତି। ତାହା ପୁଣି ନିଜ ବିବାହକୁ ନେଇ। ଯାହା ସମସ୍ତଙ୍କୁ ଆଶ୍ଚର‌୍ୟ କରିଦେଇଛି।
ହୋଇପାରେ ଏହି କଥାରେ ବିଶ୍ବାସ କରାଯାଇପାରେ କି ଅନୁଷ୍କା ବହୁତ ଶୀଘ୍ର ବିବାହ କରିଥିଲେ। କିନ୍ତୁ ଏତେ କମ ବୟସରେ ବିବାହ ବନ୍ଧନରେ ବାନ୍ଧି ହେବା ଜଣେ ଅଭିନେତ୍ରୀ ପାଇଁ ସହଜ ନୁହେଁ ବୋଲି ଅନୁଷ୍କା ନିଜେ ସ୍ବିକାର କରିଛନ୍ତି। ସେ ନିଜେ ମଧ୍ୟ ବହୁତ କମ ବୟସରେ ବିବାହ କରିଛନ୍ତି ବୋଲି ସ୍ବିକାର କରିଛନ୍ତି।
ତେବେ ଅନୁଷ୍କା ଏତେ ଜଲଦୀ କାହିଁକି ବିବାହ କରିଲେ, ଏହି ପ୍ରଶ୍ନ କେବେ ଆପଣଙ୍କ ମନରେ ଆସିଛି କି ? ତେବେ ଅନୁଷ୍କା ନିଜେ ହିଁ ଏହାର ଉତ୍ତର ଦେଇଛନ୍ତି । ସେ କହିଛନ୍ତି ଯେ, ଆମ ଦର୍ଶକମାନେ ଆମ ସହିତ ଏତେମାତ୍ରରେ ଯୋଡି ହୋଇ ରହିଛନ୍ତି ଯେ ସେତିକି ଫିଲ୍ମ ଇଣ୍ଡ୍ରଷ୍ଟି ସହିତ ବି ଯୋଡ଼ି ହୋଇ ରହିନାହାନ୍ତି।
ଦର୍ଶକ କଳାକାରଙ୍କ କେବଳ ପରଦାରେ ହିଁ ଦେଖିବାକୁ ଚାହାନ୍ତି। ସେମାନଙ୍କୁ ଆମ ସାଧାରଣ ଜୀବନଯାପନ ବିଷୟରେ ଜାଣିବାକୁ ବିଶେଷ ଇଚ୍ଛା ନଥାଏ। ଏମିତିକି ସେମାନଙ୍କୁ କିଛି ପ୍ରଭାବ ପଡ଼ିନଥାଏ କି ଆମେ ବିବାହ କରିଲୁ କି ନା ନାହିଁ କିମ୍ବା ମା’ ହେଲୁ କି ନା ନାହିଁ।
ଜଣେ ଅଭିନେତ୍ରୀ ହୋଇ ମଧ୍ୟ ୨୯ବର୍ଷ ବୟସରେ ବିବାହ କରିଥିବା ମୋ ପାଇଁ କିଛି ଅସମ୍ଭବ ନଥିଲା। ହୋଇପାରେ ମୁଁ ଜଲଦୀ ବିବାହ କରିଛି କାରଣ ମୁଁ ଜଣଙ୍କୁ ଭଲପାଇ ବସିଥିଲି ବୋଲି ଅନୁଷ୍କା କହିଛନ୍ତି। ବିବାହ ଏମିତି ଏକ ବନ୍ଧନ ଯାହା ସମ୍ପର୍କକୁ ଆଗକୁ ନେଇଥାଏ। ମୁଁ ସବୁବେଳେ ଏହି କଥାକୁ ଦାବି କରିବି ଯେ ମହିଳାଙ୍କୁ ସବୁବେଳେ ସମ୍ମାନ ଦିଆଯିବା ଦରକାର।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons