ନିଜ ବୋମାରେ ନିଜେ ମଲା ଦୁର୍ଦ୍ଦାନ୍ତ ଅପରାଧୀ ଚରଣ ରାଉତ

Get real time updates directly on you device, subscribe now.

ଗଞ୍ଜାମ: ରାଜ୍ୟରେ ଗୋଟେ ପରେ ଗୋଟେ ଲୁଟ ଓ ଅପରାଧ ହେଉଥିବାର ଦେଖିବକୁ ମିଳୁଛି । ଲୁଟ କରି ଲୁଟେରା ଫେରାର ହେବାରେ ମଧ୍ୟ ସଫଳ ହେଉଛନ୍ତି । ତେବେ ସବୁ ବେଳେ ସଫଳ ପାଉଥିବା ଲୁଟେରା କିନ୍ତୁ ଆଜି ଅସଫଲ ହୋଇଥିବାର ଦେଖିବାକୁ ମିଳିଛି । ଜଣେ ବ୍ୟସାୟୀଙ୍କ ଠାରୁ ଲୁଟ କରି ଚମ୍ପଟ ମାରିବା ବେଳେ ନିଜ ପକେଟରେ ଥିବା ବୋମା ଫୁଟି ଜଣେ ଦୁର୍ବୃତ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏପରି ଅଭାବନୀୟ ଘଟଣା ଗଞ୍ଜାମ ଜିଲ୍ଲା ଭଞ୍ଜନଗର କଣ୍ଟେଇପଲି ଛକରେ ଘଟିଥିବାର ସୂଚନା ମି‌ଳିଛି । ଜଣେ ଗୋରୁ ବ୍ୟବସାୟୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର ହେବା ବେଳେ ଅଘଟଣ ଘଟିଛି । ଏକ ଲୁଟେରା ଗ୍ୟାଙ୍ଗ ଜଣେ ବ୍ୟବସାୟୀଙ୍କୁ ମାଡ଼ ମାରି ଟଙ୍କା ଲୁଟ କରି ଫେରାର ହେଉଥିଲେ । ସେହି ସମୟରେ ପୋଲିସ ଆସି ଘଟଣାସ୍ଥଳରେ ପହଂଚି ଲୁଟେରା ଗ୍ୟାଙ୍ଗର ପିଛା କରିଥିଲା । ଫଳରେ ପୁଲିସ ଉପରକୁ ବୋମା ଫିଙ୍ଗି ଲୁଟେରା ଗ୍ୟାଙ୍ଗ ଚମ୍ପଟ ମାରିବାକୁ ଚେଷ୍ଟା କରିଥିଲା । ସେହି ସମୟରେ ଦହ ନିକଟ ଗୋଚ୍ଛାପଲ୍ଲୀରେ ଜଣେ ଅପରାଧୀଙ୍କ ବାଇକ ସ୍ଲିପ କରିଯିବାରୁ ନିଜ ପକେଟରେ ଥିବା ବୋମା ଫୁଟି ଯାଇ ତାଙ୍କର ମୃତ୍ୟୁ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons