ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଯେତେ ଯାହା ହେଲେ ବି କଂଗ୍ରେସର ପୁରୁଣା ରୋଗ ଛାଡୁନି । ବିଜେପୁର ଭୋଟ୍ ସରିବା ପରେ ପୁଣି ବାହାରିଛି ସେଇ ରୋଗ । ଆଉ ଆରମ୍ଭ ହୋଇଛି ପିସିସି ସଭାପତି ହଟାଅ ଅଭିଯାନ । ଏ ନେଇ ଆଜି ଭୁବନେଶ୍ୱର ପାନ୍ଥନିବାସରେ ମେଳି ବାନ୍ଧିଥିଲେ ଦଳର କିଛି ଦ୍ୱିତୀୟ ଧାଡ଼ିଆ ନେତା ଓ କର୍ମୀ । ପିସିସି ସଭାପତି ପଦରୁ ନିରଞ୍ଜନ ପ;ନାୟକଙ୍କୁ ହଟାଇବାକୁ ଦାବି ଉଠିଥିଲା ଏହି ବୈଠକରେ । ଖାଲି ସେତିକି ନୁହେଁ, ବାରବାଟୀ କଟକ ବିଧାୟକ ମହମ୍ମଦ ମୋକିମଙ୍କୁ ପିସିସି ସଭାପତି କରିବାକୁ ଦାବି ଉଠିଥିଲା । ଏହି ବୈଠକକୁ ନେଇ କଂଗ୍ରେସ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ବିଭିନ୍ନ ନେତାଙ୍କ ଶିବିରରେ ଆରମ୍ଭ ହୋଇଛି ମନ୍ତ୍ରଣା ।
ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପାଟକୁରା ଉପନିର୍ବାଚନରେ କଂଗ୍ରେସ ଲଜ୍ଜାଜନକ ପ୍ରଦର୍ଶନ କଲା । ଏବେ ପୁଣି ବିଜେପୁରରେ ଦଳର ଅମାନତ ଉଡ଼ିଗଲା । ଏଭଳି ଏକ ସ୍ଥିତିରେ ରାଜ୍ୟ କଂଗ୍ରେସରେ ପରିବର୍ତ୍ତନର ସ୍ୱର ଉଠିଛି । ନିରଞ୍ଜନଙ୍କୁ ହଟାଇ ନୂଆ ପିସିସି ସଭାପତି ନିଯୁକ୍ତ କରିବା ପାଇଁ ଦାବି ଉଠାଇଛନ୍ତି ଦଳର କିଛି ନେତା ଓ କର୍ମୀ । ଆଜି ପାନ୍ଥନିବାସରେ ଏ ନେଇ ବୈଠକ ବସିଥିଲା । ବୈଠକରେ ପାରାଦୀପର କଂଗ୍ରେସ ବିଧାୟକ ପ୍ରାର୍ଥୀ ବାପି ସର୍ଖେଲଙ୍କ ସମେତ ବରିÂ ନେତା ମୁରଲୀ ଜେନା, ଅବଦୁଲ ବାରୀ, ଅଶୋକ ସାମଲ, ସନତ ଦାସ, ବିଶ୍ୱଜିତ ଦାସ, ହିମାଂଶୁ ଲେଙ୍କାଙ୍କ ସମେତ ୩୦ରୁ ଅଧିକ ନେତା ଓ କର୍ମୀ ଏକାଠି ହୋଇଥିଲା । ସବୁ ଗୋଟିଏ କଥା କହିଥିଲେ, ରାଜ୍ୟରେ କଂଗ୍ରେସ ବୁଡ଼ିବାକୁ ବସିଲାଣି । କଂଗ୍ରେସକୁ ବଞ୍ଚାଅ । ଏଥିପାଇଁ ଦଳର ନବକଳେବର କରିବାକୁ ହେବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା । ଏଥିପାଇଁ ନେତୃତ୍ୱ ପରିବର୍ତ୍ତନ କରିବାକୁ ପ୍ରାୟ ସମସ୍ତେ ମତ ରଖିଥିଲେ । ଏପରିକି ଖୋଲାଖୋଲି ବିଧାୟକ ମହମ୍ମଦ ମୋକିମଙ୍କୁ ରାଜ୍ୟ କଂଗ୍ରେସ ମୁଖିଆ କରିବାକୁ ଉପସ୍ଥିତ ନେତାମାନେ ବୈଠକରେ ମତ ରଖିଥିଲେ । ଯଦିଓ ପରବର୍ତ୍ତୀ ସମୟରେ ଗଣମାଧ୍ୟମ ଆଗରେ ନିରଞ୍ଜନ ହଟାଅ ଅଭିଯାନ କଥା କହିବାକୁ କୁନ୍ଥକୁନ୍ଥ ହୋଇଥିଲେ । ତେବେ ମୋକିମ ପିସିସି ସଭାପତି ହେବାକୁ ଯୋଗ୍ୟ ନେତା ବୋଲି ଗଣମାଧ୍ୟମ ଆଗରେ ସବୁ କହିଥିଲେ ।
ବୈଠକରେ ଉପସ୍ଥିତ ନେତାମାନେ କହିଛନ୍ତି, ରାଜ୍ୟରେ କଂଗ୍ରେସକୁ ବଞ୍ଚାଇବାକୁ ହେଲେ ଦଳର ନବକଳେବର କରିବାକୁ ପଡ଼ିବ । ଯୁବ ନେତୃତ୍ୱ ଦରକାର । ଏ ନେଇ ନଭେମ୍ବର ପ୍ରଥମ ସପ୍ତାହରେ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟି ଦାବି ଜଣାଯିବ । ଏଥିପାଇଁ ଆଜି ପ୍ରଥମ ବୈଠକ ବସିଥିଲା । ଆଗକୁ ବହୁ ବରିÂ ଓ ଆଗଧାଡ଼ିଆ ନେତା ଏହି ଅଭିଯାନରେ ସାମିଲ ହେବେ ।
ତେବେ ଏହି ବୈଠକ ସମ୍ପର୍କରେ ପଚାରିବାରୁ ମୋକିମ କିଛି କହିବାକୁ ମନା କରି ଦେଇଛନ୍ତି । ହେଲେ ନିରଞ୍ଜନ ପ୍ରତିକ୍ରିୟା ରଖିଛନ୍ତି । ନିରଞ୍ଜନ କହିଛନ୍ତି, ମୁଁ ନିଜେ ସଭାପତି ପଦବୀରୁ ହଟିବାକୁ ଚାହୁଁଛି । ଦୟାକରି ମୋତେ ମୁକ୍ତି ଦେଇ ପଦବୀ କିଏ ନେବ, କୁହନ୍ତୁ । ଯିଏ ସଭାପତି ହେବାକୁ ଆଗ୍ରହୀ, ମୋତେ ଜଣାନ୍ତୁ । ମୁଁ ତାଙ୍କ ନାମ ଏଆଇସିସିକୁ ସୁପାରିଶ କରିବି । ତେବେ ଯାହା କହିବା କଥା ହାଇକମାଣ୍ଡକୁ କୁହନ୍ତୁ । ବାହାରେ କିଛି କହି ଦଳକୁ ଆଉ ବଦନାମ କରନ୍ତୁ ନାହିଁ ବୋଲି ନିରଞ୍ଜନ କହିଛନ୍ତି ।
ଏହି ବୈଠକ ନେଇ ଦଳର ବରିÂ ନେତାମାନେ ଏଯାଏଁ ମୁହଁ ଖୋଲିନାହାନ୍ତି । ଏପରିକି ନିରଞ୍ଜନ ବିରୋଧୀ ଗୋÂୀ ମଧ୍ୟ ଚୁପଚାପ୍ ରହିଛନ୍ତି । ତେବେ ନିରଞ୍ଜନଙ୍କୁ ହଟାଇବାକୁ ଦଳ ଭିତରେ ପ୍ରୟାସ ଏବେ ଜୋର୍ ଧରିଥିବା ଆଜିର ବୈଠକରୁ ସ୍ପଷ୍ଟ ହୋଇଯାଇଛି । ଆଗକୁ କଂଗ୍ରେସ ରାଜନୀତି ଆହୁରି ରୋଚକ ମୋଡ଼ ନେଇପାରେ ।
Comments are closed, but trackbacks and pingbacks are open.