ଲଣ୍ଡନ:ପିଏନ୍ବି ମହାଘୋଟାଲାର ସୂତ୍ରଧାର ଗହଣା ବ୍ୟବସାୟୀ ନିରବ ମୋଦି ବର୍ତ୍ତମାନ ପାଇଁ ଜେଲ୍ରୁ ବାହାରିପାରିବେ ନାହିଁ । ଏଥର ବି ତାଙ୍କୁ ଜାମିନ ମିଳିଲାନି । ଚତୁର୍ଥ ଥର ପାଇଁ ତାଙ୍କର ଜାମିନ ଆବେଦନ ଖାରଜ ହୋଇଛି । ୧୪୦୦୦ କୋଟି ଟଙ୍କାର ଋଣ ଜାଲିଆତି ମାମଲାରେ ଜଡିତ ନିରବଙ୍କୁ ଭାରତକୁ ଆଣିବା ପାଇଁ ଭାରତ ସବୁ ପ୍ରକାର ଚେଷ୍ଟା ଚଳାଇଛି । ଲଣ୍ଡନରେ ତାଙ୍କ ବିରୋଧରେ ପ୍ରତ୍ୟର୍ପଣ ମାମଲା ଚାଲିଥିବାବେଳେ ବୁଧବାର ବ୍ରିଟେନ ହାଇକୋର୍ଟ ତାଙ୍କୁ ଜାମିନ ଦେବାକୁ ମନା କରିଦେଇଛନ୍ତି । ରୟାଲ କୋର୍ଟସ ଅଫ୍ ଜଷ୍ଟିସ୍ର ବିଚାରପତି ଇନ୍ଗ୍ରୀଡ୍ ସିମ୍ଲର୍ କହିଛନ୍ତି ଯେ, ନିରବଙ୍କୁ ଯଦି ଛାଡିଦିଆଯାଏ ତେବେ ସେ ପୁଣିଥରେ ଫେରାର ହୋଇଯିବେ ଏବଂ ଆତ୍ମସମର୍ପଣ କରିବେ ନାହିଁ । ଏହାଛଡା ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରିବେ । ଏଥିପାଇଁ ତାଙ୍କ ଜାମିନ ଆବେଦନକୁ ଖାରଜ କରାଯାଇଛି । ପୂର୍ବରୁ ଲଣ୍ଡନ୍ର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ କୋର୍ଟ ୩ ଥର ୪୮ ବର୍ଷୀୟ ନିରବଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ।
Comments are closed, but trackbacks and pingbacks are open.