
କଣ୍ଟାପଡ଼ା,(ବି.ବି.ନ୍ୟୁଜ୍): କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଅଧିନସ୍ଥ ଓଲଟପୁରସ୍ଥିତ ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ପ୍ରଶିକ୍ଷଣ ଓ ଅନୁସନ୍ଧାନ ସଂସ୍ଥା (ଏସ୍ଭିନିର୍ତାର୍)ର ନିର୍ଦ୍ଦେଶକ ଡାକ୍ତର ଶକ୍ତିପ୍ରସାଦ ଦାସଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ୬୦ ନମ୍ବର ଜାତୀୟ ରାଜପଥର ଦାମୋଦରପୁର ଛକ ନିକଟରେ ଦୁଇ ଜଣ ବାଇକ୍ ଆରୋହୀ ଅଚାନକ ଆସି ତାଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ମାନେ ପଛପଟରୁ ଶ୍ରୀ ଦାସଙ୍କ କାର୍ ଉପରକୁ ପ୍ରଥମେ ଢେଲା ମାଡ଼ କରିଥିଲେ । ଯାହାଫଳରେ ତାଙ୍କ କାର୍ର ପଛ କାଚ ଭାଙ୍ଗିଯାଇଥିଲା । ଏହାପରେ ଦୁର୍ବୃତ୍ତମାନେ ତାଙ୍କୁ ପିଛା କରି ଏକ ଦେଶୀ ବନ୍ଧୁକ ସାହାଯ୍ୟରେ ଗାଡି ପଛକୁ ବାଡେଇଥିଲେ । ଗାଡିର ବେଗ ଅଧିକ ଥିବାରୁ ବନ୍ଧୁକଟି କୌଣସିମତେ ଦୁର୍ବୃତ୍ତଙ୍କ ହାତରୁ ଖସିଯାଇ ଶ୍ରୀ ଦାସଙ୍କ ମୁଣ୍ଡରେ ମାଡ଼ ହୋଇଥିବା ଅଭିଯୋଗ ହୋଇଛି । ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଥିବା ବେଳେ ଏ ନେଇ ଶେଷ ଖବର ସୁଦ୍ଧା କୌଣସି ଏତଲା ଦାଏର୍ ହୋଇନାହିଁ । ଗୋବିନ୍ଦପୁର, ନିଆଳି ଓ ବାଲିଅନ୍ତା ଥାନା ପୁଲିସ୍ ମିଳିତ ଭାବେ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛନ୍ତି । ତେବେ ନିର୍ଦ୍ଦେଶକ ଶ୍ରୀ ଦାସଙ୍କ ଅଭିଯୋଗ ମୁତାବକ, ଦୀର୍ଘ ଦିନ ଧରି ଏସ୍ଭିନିର୍ତାର୍ରେ ବିବାଦ ଲାଗି ରହିଥିଲା । ଏମିତିକି କିଛି ଦିନ ପୂର୍ବରୁ ତାଙ୍କୁ ଜୀବନରୁ ମାରି ଦେବାକୁ କେହି ଜଣେ କର୍ମଚାରୀ ଧମକ୍ ଦେଇଥିଲେ । ଏହା ପଛର କ’ଣ ଉଦ୍ଦେଶ୍ୟ ରହିଛି ସେ ସମ୍ପର୍କରେ ସେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି ।


Comments are closed, but trackbacks and pingbacks are open.