ଭୁବନେଶ୍ବର: ନିର୍ଦେଶାଳୟ ସହ ବିଭାଗ ମିଶିବା ନେଇ କର୍ମଚାରୀଙ୍କ ଭିତରେ ଅସନ୍ତୋଷ । ସଚିବାଳୟ କର୍ମଚାରୀ ସଂଘ ବିରୋଧ କରିବାକୁ ସଜବାଜ ହୋଇଥିବାବେଳେ ନିର୍ଦ୍ଦେଶାଳୟ କର୍ମଚାରୀ ସଂଘ ସରାକର ସମର୍ଥନ ଦେବାକୁ ସର୍ତ୍ତ ରଖିଛି । ଏପଟେ ସରକାର ନିଷ୍ପତ୍ତିକୁ ନେଇ ସଚିବାଳୟ ସେବା ସଂଘ ଦୁଇଫାଳ। ।ନିର୍ଦ୍ଦେଶାଳୟ ସହ ବିଭାଗ ମିଶିବା ନିଷ୍ପତ୍ତିକୁ ନେଇ ସଚିବାଳୟ କର୍ମଚାରୀ ଓ ନ ତାଲା କର୍ମଚାରୀଙ୍କ ଭିତରେ ଦ୍ବନ୍ଦ ଓ ଅସନ୍ତୋଷ । ସରକାରଙ୍କ ଯୁକ୍ତି ଏହାଦ୍ବାରା ଫାଇଲ ସ୍ପିଡ ବଢିବ । କମ ସମୟରେ ସରକାରୀ ନିଷ୍ପତ୍ତି ନିଆଯାଇପାରିବ । ଲୋକେ ଫାଇଦା ପାଇବେ । ତିନି ଥାକିଆ ବ୍ୟବସ୍ଥା ଦୁଇ ଥାକିଆ ହେବ ।କିନ୍ତୁ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ କର୍ମଚାରୀ ସଂଘ ଦୁଇଫାଳ। ସଚିବାଳୟ କର୍ମଚାରୀ ସେବା ସଂଘ ଭିତରେ ଏହାକୁ ନେଇ ତୁମୁଳକାଣ୍ତ ଦେଖାଦେଇଛି । ସଂଘର ସଭାପତିଙ୍କ ମୁହଁ ଗୋଟେ ଆଡେ ସମ୍ପାଦକଙ୍କ ମୁହଁ ଆଉ ଗୋଟେ ଆଡେ। ସେପଟେ କର୍ମଚାରୀ ମାନେ ଖଡଗହସ୍ତ । କାହିକିଁ ସରକାର ସେମାନଙ୍କ ସହ ଆଲୋଚନା ନ କରି ଏଭଳି ନିଷ୍ପତ୍ତି ନେଲେ ବୋଲି ପ୍ରଶ୍ନ କରିଛନ୍ତି । ଆଜି ସଚିବାଳୟରେ ସମସ୍ତ କର୍ମଚାରୀ ଏକ ହୋଇ ସରକାରଙ୍କ ଏହି ନିଷ୍ପତିକୁ ବିରୋଧ କରିବା ସହ ଆସନ୍ତାକାଲି ଏଜକ୍ୟୁଟିଭ ବଡି ମିଟିଂ ଡାକିଛନ୍ତି । ଶୂଣନ୍ତୁ ଗତ କାଲି କଣ କହିଥିଲେ କର୍ମଚାରୀ ସଂଙ୍କର ସମ୍ପାଦକ। ସେପଟେ ସଚିବାଳୟ କର୍ମଚାରୀଙ୍କ ସହ ଏକ ହେବାକୁ ସବୁବେଳେ ଦାବି କରୁଥିବା ନିର୍ଦ୍ଦେଶାଳୟ ସେବା ସଂଘ ସରକାରଙ୍କୁ ସର୍ତ୍ତମୂଳକ ସମର୍ଥନ ଦେବାକୁ ପ୍ରସ୍ତୁତ ଅଛି। ଯାହା ଜଣାପଡୁଛି ସରକାରଙ୍କ ଏହି ନିଷ୍ପତ୍ତିକୁ ୨୭ କିମ୍ବା ୨୮ ତାରିଖ ଦିନ ବିରୋଧ କରିବ ସଚିବାଳୟ ସେବା ସଂଘ।
Comments are closed, but trackbacks and pingbacks are open.