ନବରଙ୍ଗପୁର,(ବି.ବି.ନୁ୍ୟଜ୍): ନିର୍ବନ୍ଧ ପାଇଁ ରହିଲେନି ଅରୁଣ । ବେକରେ ପିନ୍ଧା ବେଲ୍ଟ ବାନ୍ଧି ଆତ୍ମହତ୍ୟା କଲେ । ଏହି ଅରୁଣ ହେଲେ ନବରଙ୍ଗପୁର ବାଣିଜ୍ୟକର ଆୟୁକ୍ତ କାର୍ଯ୍ୟାଳୟର କନିÂ କିରାଣି । ତାଙ୍କ ପୂରା ନାଁ ଅରୁଣ କୁମାର ବିଶୋୟୀ । ଘର ଅଞ୍ଚଳଗୁମ୍ମାରେ । ଏକ ଭଡା ଘରୁ ମଙ୍ଗଳବାର ତାଙ୍କ ଝୁଲନ୍ତା ଶବକୁ ପୁଲିସ ଉଦ୍ଧାର କରିଛି । ଶବ ନିକଟରୁ ଏକ ସୁଇସାଇଡ୍ ନୋଟ୍ ଜବତ ହୋଇଥିବା ବେଳେ ତାଙ୍କର ଏଭଳି ମୃତୁ୍ୟ ପାଇଁ କେହି ଦାୟୀ ନୁହନ୍ତି ବୋଲି ଏଥିରେ ଉଲ୍ଲେଖ ରହିଥିବା ପୁଲିସ କହିଛି । ତେବେ ମୃତୁ୍ୟର କାରଣ ଏଥିରେ ସ୍ପଷ୍ଟ ହୋଇ ନଥିବା ଜଣାପଡିଛି । ଭବିଷ୍ୟତ ଗଢିବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ତାଙ୍କର ୫ ପରିବାର ଓ ଗୁରୁଜନଙ୍କୁ ଏଥିରେ ଧନ୍ୟବାଦ ଅର୍ପଣ କରାଯାଇଛି ।
ସୂଚନା ଅନୁସାରେ, ବିବାହ ପାଇଁ ଅରୁଣଙ୍କର ୫ ଦିନ ପରେ ନିର୍ବନ୍ଧ ହେବାର ଥିଲା । ଏଥିପାଇଁ ବଜାରରୁ ବିଭିନ୍ନ ସାମଗ୍ରୀ କିଣିବା ପାଇଁ ଗାଁରୁ ଆଜି ସକାଳେ ତାଙ୍କ ବାପା, ମାଆ, ଭିଣୋଇ ଓ ଭଉଣୀମାନେ ଏଠାରେ ପହଞ୍ଚିଥିଲେ । ତେବେ ଅରୁଣ ରହୁଥିବା ଭଡା ଘର ଗେଟ୍ ବନ୍ଦ ଥିଲା । ଗେଟ ଖୋଲି ପରିବାର ଲୋକେ ଭିତରକୁ ଯାଇ କବାଟ ବାଡେଇ ଥିଲେ । କବାଟ ନଖୋଲିବାରୁ ଝରକା ପଟକୁ ଯାଇ ଦେଖିଥିଲେ । ଝୁଲନ୍ତା ଅବସ୍ଥାରେ ଅରୁଣଙ୍କ ଶବ ଦେଖି ଚକିତ ହୋଇଯାଇଥିଲେ । ପରିବାର ଲୋକେ ସଙ୍ଗେସଙ୍ଗେ ନବରଙ୍ଗପୁର ପୁଲିସକୁ ଖବର କରିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିଥିଲା । ପରେ ବ୍ୟବଚ୍ଛେଦ କରି ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ଘଟଣାକୁ ନେଇ ନବରଙ୍ଗପୁର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଅଧିକାରୀ ସୋମନାଥ ନାୟକ କହିଛନ୍ତି ।


Comments are closed, but trackbacks and pingbacks are open.