ନିର୍ଭୟା ଦୋଷୀଙ୍କୁ ପଚରାଯିବନି ସେମାନଙ୍କ ଶେଷ ଇଛା

Get real time updates directly on you device, subscribe now.

ନୁଆଦିଲ୍ଲୀ : ଫାଶୀ ପାଇବା ପୂର୍ବରୁ ଅପରାଧୀକୁ ତାର ଶେଷ ଇଛା ପଚରାଯାଇଥାଏ। ଫିଲ୍ମମାନଙ୍କରେ ବି ଏମିତି ଦେଖିବାକୁ ମିଳେ ।ତେବେ ନିର୍ଭୟା ମାମଲାର ଦୋଷୀଙ୍କୁ ଫାଶୀ ପୂର୍ବରୁ ତାଙ୍କ ଶେଷ ଇଛା ପଚରାଯିବ ନାହିଁ । ଅତୀତତରେ ମୁମ୍ବାଇ ସିରିଏଲ ବିସ୍ଫୋରଣ କାଣ୍ଡର ଅଭିଯୁକ୍ତ ୟାକୁବ ମେମନର ସମ୍ପୂର୍ଣ୍ଣ ଶେଷ ଇଛା ପୁରଣ ହୋଇପାରିନଥିଲା ୩୦ ଜୁଲାଇ ୨୦୧୫ରେ ନାଗପୁର ଜେଲରେ ଫାଶୀଦଣ୍ଡ ପାଇଥିବା ୟାକୁବ ତା ଝିଅ ଜୁବିଦା ସଦ କଥା ହେବା ଲାଗି ଶେଷ ଇଛା ପ୍ରକଟ କରିଥିଲା। ତେବେ ତାକୁ ଏଥିଲାଗି ଟେଲିଫୋନରେ ଝିଅ ସହ ଆଳାପର ସୁଯୋଗ ଦିଆଯାଇଥିଲା , ହେଲେ ସାମ୍ନା ସାମ୍ନି କଥା ହୋଇପାରିନଥିଲା ।
ଭାରତରେ କେବଳ ଅତ୍ୟନ୍ତ ଜଘନ୍ୟ ଅପରାଧ କ୍ଷେତ୍ରରେ ହିଁ ମୃତ୍ୟୁଦଣ୍ଡାଦେଶ ହୋଇଥାଏ। ସ୍ୱାଧୀନତା ପରଠାରୁ ଦେଶର ରାଜଧାନୀରେ ଏପର୍ୟ୍ୟନ୍ତ ମୋଟ ୨୫ ଜଣଙ୍କୁ ମୃତ୍ୟୁ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏବେ ନିର୍ଭୟା ଦୋଷୀଙ୍କ ଦଣ୍ଡବିଧାନ ପରେ ଏହି ସଂଖ୍ୟା ୨୯ରେ ପହଞ୍ଚିବ। ଏଥିଲାଗି ତିହାର ଜେଲ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ୪ ଅପରାଧୀଙ୍କୁ ଏବେ ୨୪ ଘଣ୍ଟା ନଜରରେ ରହିଛନ୍ତି।
ତିହାର ଜେଲର ପୂର୍ବତନ ଡିଜି ଅଜୟ କଶ୍ୟପଙ୍କ ଅନୁସାରେ ଦଣ୍ଡ ପାଳନ ପୂର୍ବରୁ ଏସଡିଏମଙ୍କ ସମ୍ମୁଖରେ ଅପରାଧୀଙ୍କ ଶେଷ କାର୍ୟ୍ୟାନୁଷ୍ଠାନ ହୋଇଥାଏ। ଏଥିରେ ତାଙ୍କର ମୃତ୍ୟୁପରେ ତାଙ୍କ ସମ୍ପତ୍ତି ଓ ଅନ୍ୟାନ୍ୟ ସାମଗ୍ରୀ କାହା ନାଁରେ ହେବ, ତାର ଉତ୍ତରାଧିକାରୀ କିଏ ହେବ, ତାର ଅନ୍ତିମ ସଂସ୍କାର କେମିତି ଏବଂ କିଏ କରିବ? ଆଦି ପଚରା ଯାଇଥାଏ। ତେବେ ନିର୍ଭୟା ଦୋଷୀଙ୍କ କ୍ଷେତ୍ରରେ ମଧ୍ୟ ସେଇଆ ହେବ ବୋଲି କୁହାଯାଇଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons