ନିର୍ମାଣ ହେବ ବିଶ୍ୱସ୍ତରୀୟ ପାଠାଗାର: ଜିଲ୍ଲାପାଳ

Get real time updates directly on you device, subscribe now.

ପୁରୀ,(ବି.ବି.ନ୍ୟୁଜ୍): ପୁରୀର ଏମାର ମଠ ପ୍ରଥମ ମହଲାରେ ଥିବା ରଘୁନନ୍ଦନ ପାଠାଗାରକୁ ବୁଧବାର ଦିନ ପ୍ରଶାସନ ଖାଲି କରିଛି । ଏହି ପାଠାଗାରରେ ଦୁଷ୍ପ୍ରାପ୍ୟ ତାଳପତ୍ର ପୋଥି ସହ ଓଡ଼ିଆ, ସଂସ୍କୃତ, ବଙ୍ଗଳା, ହିନ୍ଦୀ,ସଂସ୍କୃତର ୫ହଜାର ପୁସ୍ତକ ରହିଛି । ଜିଲ୍ଲାପାଳ ବଲୱନ୍ତ ସିଂହ, ଏସ୍ପି ଉମାଶଙ୍କର ଦାଶ ବହି ସ୍ଥାନାନ୍ତରକୁ ତତ୍ତ୍ୱାବଧାନ କରୁଥିଲେ । ବହି ସ୍ଥାନାନ୍ତର ତଦାରଖ ଏବଂ ରକ୍ଷଣାବେକ୍ଷଣ ତଦାରଖ ପାଇଁ ରାଜ୍ୟ ସଂଗ୍ରହାଳୟ ବିଶେଷଜ୍ଞମାନେ ଅ।।ସିଥିଲେ । ଦେଶର ବିଭିନ୍ନ ଅତ୍ୟାଧୁନିକ ପାଠାଗାରକୁ ପରିଦର୍ଶନ କରି ସେଠିକାର ବ୍ୟବସ୍ଥାର ଅନୁଧ୍ୟାନ କରାଯିବ । ଏହି ବ୍ୟବସ୍ଥା ଆଧାରରେ ମଠ ଜମି ନିକଟରେ ହିଁ ଏକ ବିଶ୍ୱସ୍ତରୀୟ ପାଠାଗାର ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଥିଲେ । ପାଠାଗାରରୁ ସ୍ଥାନାନ୍ତର ହୋଇଥିବା ରଘୁନନ୍ଦନ ପାଠାଗାର ଖାଲି କରିବା ପରେ ଜିଲ୍ଲାପାଳ କହିଥିଲେ ସମସ୍ତ ପଠନ ଦଲିଲକୁ ଜିଲ୍ଲା ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ବର୍ତ୍ତମାନ ପାଇଁ ରଖାଯାଇଛି । ଶ୍ରୀମନ୍ଦିର ଠାରୁ ୭୫ ମିଟର ମଧ୍ୟରେ ଖାଲି ହୋଇଥିବା ମଠ ଜମି ନିକଟରେ ଐତିହ୍ୟସଂପନ୍ନ ରଘୁନନ୍ଦନ ପାଠାଗାରକୁ ପୁନଃ ନିର୍ମାଣ କରାଯିବ । ପାଠାଗାରରୁ ମିଳିଥିବା ପୁସ୍ତକଗୁଡିକ ମଧ୍ୟରୁ ଅନେକ ନଷ୍ଟ ହୋଇଯାଇଛି । ଏହାର ରକ୍ଷଣାବେକ୍ଷଣ କରିବାକୁ ରାଜ୍ୟ ସଂଗ୍ରହଳାୟର ବିଶେଷଜ୍ଞମାନଙ୍କ ସହାୟତା ନିଆଯିବ । ପାଠାଗାରରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ମାନବିକତା ଦୃଷ୍ଟିରୁ ପୁନଃ ନିଯୁକ୍ତି ଦିଆଯିବ । ସମସ୍ତ ବହି,ନଥି, ତାଳପତ୍ର ପୋଥିକୁ ଡିଜିଟାଇଜେସନ ପଦ୍ଧତିରେ ସଂରକ୍ଷିତ କରାଯିବ । ପାଠ।।ଗାର ଆଲମିରାଗୁଡିକୁ ମଧ୍ୟ ସ୍ଥାନାନ୍ତର କରାଯାଇଛି । ପାଠାଗାରକୁ ବିଶ୍ୱସ୍ତରୀୟ ତଥା ଗବେଷଣାଗାର ଭଳି ପୁନଃନିର୍ମାଣ କରାଯିବ । ଅତ୍ୟାଧୁନିକ ପାଠାଗାରରେ ସମସ୍ତ ବିଶ୍ୱସ୍ତରୀୟ ସୁବିଧା ରହିବ ବୋଲି ଜିଲ୍ଲାପାଳ ଗଣମଧ୍ୟମକୁ କହିଛନ୍ତି । ବହି ଖାଲି କରିବାକୁ ଆଜି ମଧ୍ୟାହ୍ନରେ ପାଠାଗାର ସାମନା ସିମେଣ୍ଟ ବାଡ଼କୁ ଭଙ୍ଗାଯାଇଥିଲା ।କ୍ରେନରେ ଆଲମୀରା ତଳକୁ ଅଣାଯାଇଥିଲା । ପାଠାଗାରକୁ ଆଜି ପ୍ରଶାସନ ଖାଲି କରି ଦେଇଛି । ଗତକାଲି ମଠ ଖାଲି ହୋଇଥିଲା । ସୂଚନା ମୁତାବକ ମହନ୍ତ ଗଦାଧର ରାମାନୁଜ ଦାସ ଏହି ପାଠାଗାର ୧୯୨୧ରେ ନିର୍ମାଣ କରିଥିଲେ । ମହନ୍ତ ତାଙ୍କର ଗୁରୁ ରଘୁନନ୍ଦନ ଦାସଙ୍କ ନାମରେ ପାଠାଗାରକୁ ପ୍ରତିଷ୍ଠା କରିଥିଲେ । ପାଠାଗାରର ୧୯୩୬ ମସିହା ତଥ୍ୟ ମୁତାବକ ୮୧୧ ଖଣ୍ଡ ଓଡ଼ିଆ ବହି, ୭୧୫ଇଂରାଜୀ ବହି, ୨୬୬ ତାଳପତ୍ର ପୋଥି, ୪୮୩ ସଂସ୍କୃତ ବହି, ୫୫୦ ବଙ୍ଗଳା ବାହି, ୪୮୩ ହିନ୍ଦୀ ବହି ରଖାଯାଇଥିଲା । ଏହି ମଠ ଛାତ ଉପରୁ ଅନ୍ୟ ଧର୍ମର ଭିଭିଆଇପିମାନେ ଶ୍ରୀମନ୍ଦିର ଦର୍ଶନ କରୁଥିଲେ । ଏମାର ମଠର ଏକ ଅଂଶ ଏହି ପାଠାଗାର କୋଠାକୁ ବିପଦସଙ୍କୁଳ ଘୋଷଣା କରିଥିଲା ପ୍ରଶାସନର ବୈଷୟିକ କମିଟି । ଶ୍ରୀମନ୍ଦିର ଚୌହଦୀ ସୌନ୍ଦର୍ଯ୍ୟକରଣ ଯୋଜନାର ୭୫ ମିଟର ଭିତରେ ଏହି ମଠ ରହିଛି । ପୂର୍ବରୁ ଏହି ମଠର ଦ୍ୱାରକୁ ଭଙ୍ଗା ଯାଇଥିଲା । ମଠର ପୂଜାସ୍ଥାନ, ମହନ୍ତଙ୍କ ପ୍ରକୋଷ୍ଠ, ରଘୁନନ୍ଦନ ପାଠାଗାରକୁ ପ୍ରଶାସନ ସେତେବେଳେ ଭଙ୍ଗି ନଥିଲା । ଏହି କୋଠା ବିପଦସଙ୍କୁଳ ତାଲିକାରେ ଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons