ଢେଙ୍କାନାଳ,(ବି.ବି.ନୁ୍ୟଜ): ବନ୍ଧା ହେଲେ ରସିକିଆ ଏଆର୍ଆଇ । ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ଟାଉନ୍ ଥାନା ପୁଲିସ ନିଲମ୍ବିତ ଏଆର୍ଆଇ ରଞ୍ଜନ କୁମାର ପାଣିଗ୍ରାହୀଙ୍କୁ ଗିରଫ କରିଛି । ଆଜି ସକାଳେ ସ୍ଥାନୀୟ ହାଟରୋଡ଼ ଛକରୁ ପୁଲିସ ତାଙ୍କୁ ଗିରଫ କରିବା ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି । ଏଥିସହ ଘଟଣାର ତଦନ୍ତ ଜାରୀ ରହିଥିବା ଟାଉନ୍ ଥାନା ଅଧିକାରୀ ନମିତା ନାୟକ ପ୍ରକାଶ କରିଛନ୍ତି ।
ସୂଚନା ଥାଉକି, ଗଁଦିଆ ରାଜସ୍ୱ ସର୍କଲ୍ର ଏଆରଆଇ ଶ୍ରୀ ପାଣିଗ୍ରାହୀ ସରକାରୀ କାର୍ଯ୍ୟାଳୟରେ ରାସଲୀଳା କରୁଥିବାର ଏକ ଭିଡ଼ିଓ କ୍ଲିପ୍ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ହୋଇଥିଲା । କାର୍ଯ୍ୟାଳୟ ମଧ୍ୟରେ ଜଣେ ମହିଳାଙ୍କ ସହ ସେ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଭିଡ଼ିଓ କ୍ଲିପ୍ରେ ଜଣାପଡ଼ିଥିଲା । ସରକାରୀ କାର୍ଯ୍ୟାଳୟ ମଧ୍ୟରେ ଅଣକର୍ମଚାରୀମାନଙ୍କ ଅବାଧ ପ୍ରବେଶ, ରହଣି, ମଦ୍ୟପାନ, ଭୋଜିଭାତ ଆସର ମଧ୍ୟ ଜମୁଥିଲା । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ କରିବା ସହ ଏହାର ତଦନ୍ତ କରିବାକୁ ଓଡ଼ାପଡ଼ା ତହସିଲଦାରଙ୍କୁ ନିଦେ୍ର୍ଧଶ ଦେଇଥିଲେ । ପରବର୍ତ୍ତୀ ସମୟରେ ଏଆରଆଇଙ୍କ ସହ ରହିଥିବା ଦୀର୍ଘଦିନର ଅନୈତିକ ସମ୍ପର୍କ ସମ୍ପର୍କରେ ପୀଡ଼ିତା ବଖାଣୁଥିବା ମୋବାଇଲ୍ ବାର୍ତ୍ତାଳାପର ଏକ ଅଡ଼ିଓ କ୍ଲିପ୍ ଭାଇରାଲ୍ ହୋଇଥିଲେ । ଗତ ବୁଧବାର ଭିଡ଼ିଓ କ୍ଲିପ୍ରେ ରହିଥିବା ପୀଡ଼ିତା ଟାଉନ୍ଥାନାରେ ଏଆରଆଇଙ୍କ ନାମରେ ଅଭିଯୋଗ ଆଣିଥିଲେ । ନିଲମ୍ବିତ ଏଆରଆଇ ତାଙ୍କୁ ଧମକ ଦେବା ସହିତ ତାଙ୍କ ଘର ଉପରକୁ ଢେଲା ପଥର ମାଡ଼ କରୁଛନ୍ତି । ଭିଡ଼ିଓ ଭାଇରାଲ୍ କରିଦେବା ଧମକ ଦେଇ ୧୩ ବର୍ଷ ହେଲା ତାଙ୍କ ସହ ଅନୈତିକ ସମ୍ପର୍କର ରଖିଥିବା, ବିଭିନ୍ନ ସମୟରେ ତାଙ୍କ ଠାରୁ ୧୦ ଲକ୍ଷ ଟଙ୍କା ନେଇଥିବା ପୀଡ଼ିତା ଅଭିଯୋଗରେ ଦର୍ଶାଇବା ସହ ସୁରକ୍ଷା ଯୋଗାଇ ଦେବାକୁ ନିବେଦନ କରିଥିଲେ । ଏହାକୁ ଆଧାର କରି ଟାଉନ ଥାନାରେ ୧୬୩/୨୧ରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ପୁଲିସ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା କରାଇବା ସହ ଘଟଣାର ତଦନ୍ତ ଚଳାଇଥିଲା । ଆଜି ହାଟରୋଡ଼ ଛକରୁ ଏଆର୍ଆଇଙ୍କୁ ପୁଲିସ ଗିରଫ କରିବା ସହ ବିଭିନ୍ନ ଦଫାରେ ମାମଲା ରୁଜୁ କରି କୋର୍ଟଚାଲାଣ କରିଛି ।
ସେହିପରି ଏଆର୍ଆଇଙ୍କ ସମ୍ପର୍କିତ ଭାଇରାଲ ଭିଡ଼ିଓ ଏବଂ ଆପତ୍ତିଜନକ କାର୍ଯ୍ୟକଳାପକୁ ନେଇ ଓଡ଼ାପଡ଼ା ତହସିଲଦାର ବାଣୀ ନିବେଦିତା ସ୍ୱାଇଁ ସଦର ଥାନାରେ ଗତ ୧୪ ତାରିଖରେ ଏଫ୍ଆଇଆର ଦେଇଛନ୍ତି । କାର୍ଯ୍ୟାଳୟର ପତ୍ର ସଂଖ୍ୟା ୧୮୨୯/୨୧ ଅନୁସାରେ ଆରଆଇଙ୍କ ଲଜ୍ଜାଜନକ କାର୍ଯ୍ୟକଳାପକୁ ନେଇ ଏହି ମାମଲା ରୁଜ୍ଜୁ ହୋଇଛି । ପୁଲିସ ଏହାର ତଦନ୍ତ ଜାରୀ ରଖିଛି ।
Comments are closed, but trackbacks and pingbacks are open.