ନିଲାମ ହେବ ୬ ଲକ୍ଷ କୋଟିର ସ୍ପେକ୍ଟ୍ରମ୍

Get real time updates directly on you device, subscribe now.

ନୂଆଦିଲ୍ଲୀ:୬ ଲକ୍ଷ କୋଟି ଟଙ୍କା ମୂଲ୍ୟର ଟେଲିକମ୍ ସ୍ପେକ୍ଟ୍ରମ୍ ନିଲାମ କରିବାକୁ ଯୋଜନା ରଖିଛନ୍ତି ମୋଦି ସରକାର । ଶସ୍ତାରେ ୫ଜି ସେବା ଯୋଗାଇବା ଲକ୍ଷ୍ୟରେ ସରକାର ଏହା ଚିନ୍ତା କରୁଥିବା ଏକ ସୂତ୍ରରୁ ଜଣାଯାଇଛି । ଡିଜିଟାଲ କମ୍ୟୁନିକେସନ୍ସ ଆୟୋଗ (ଡିସିସି) ପକ୍ଷରୁ ଏହି ଯୋଜନାକୁ ମଞ୍ଜୁରି ମିଳିଛି । ଟେଲିକମ୍ ମାମଲାରେ ଡିସିସି ନିଷ୍ପତ୍ତି ନେଇଥାଏ । ପାଖାପାଖି ୮,୬୦୦ଏମ୍ଏଚ୍ଜେଡ୍ ମୋବାଇଲ ଏୟାର୍ୱେଭ୍ର ନିଲାମ ପାଇଁ ଯୋଜନା ହେଉଛି । ବର୍ତ୍ତମାନ ଉପଲବ୍ଧ ଟେଲିକମ୍ ସେବା ଏବଂ ନୂତନ ପିଢ଼ି ୫ଜି ସେବା ପାଇଁ ନିଲାମ ଡକାଯିବ । ଚଳିତବର୍ଷ ଶେଷ ସୁଦ୍ଧା ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂତ୍ରରୁ ଜଣାଯାଇଛି । ଟେଲିକମ୍ ସଚିବ ତଥା ଡିସିସି ଅଧ୍ୟକ୍ଷା ଅରୁଣା ସୁନ୍ଦରରାଜନ କହିଛନ୍ତି ଯେ, ଯଦି ରିଜର୍ଭ ଦରରେ ସମସ୍ତ ସ୍ପେକ୍ଟ୍ରମ୍ ବିକ୍ରି ହୁଏ ତା’ହେଲେ ସରକାର ଅତିକମ୍ରେ ୫.୮ ଲକ୍ଷ କୋଟି ଟଙ୍କାର ରାଜସ୍ୱ ସଂଗ୍ରହ କରିବେ । ସେ କହିଛନ୍ତି, ଅଧିକ ରାଜସ୍ୱ ହାସଲ କରିବା ସରକାରଙ୍କ ଲକ୍ଷ୍ୟ ନୁହେଁ ବରଂ ଟେଲିକମ୍ ସେବା ଯେପରି ନିରନ୍ତର ହେବ ତାହା ଉଦ୍ଦେଶ୍ୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons