ନିଶା ବଟିକା ଦେଇ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ଥାନାରେ ଏତଲା

Get real time updates directly on you device, subscribe now.

କନ୍ଧମାଳ : ନିଶା ଦେଇ ୨୦ହଜାର ଟଙ୍କା ଲୁଟ୍‌ ଅଭିଯୋଗ । କନ୍ଧମାଳ ଜିଲ୍ଲା ବାରଖମା ଫାଣ୍ଡି ଅଞ୍ଚଳରେ ଘଟିଛି ଘଟଣା । ସ୍ବାମୀ ଓ ସ୍ତ୍ରୀ ବ୍ୟାଙ୍କରୁ ଟଙ୍କା ଉଠାଇ ଫେରୁଥିବା ସମୟରେ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଟଙ୍କା ଲୁଟ୍‌ ପରେ ସ୍ବାମୀ ଶୃଣ୍ଡି ଦିଗାଲଙ୍କୁ ରାସ୍ତା କଡକୁ ଫିଙ୍ଗି ଦେଇଥିଲା । ଅଚେତ ଅବସ୍ଥାରେ ଶୃଣ୍ଡିଙ୍କୁ ବାରଖମା ମେଡିକାଲରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଶନିବାର ଦିନ ସ୍ବାମୀ, ସ୍ତ୍ରୀ ବ୍ୟାଙ୍କରୁ ଏମଜିଏନଆରଇଜିଏସ ବାବଦ ୨୦ ହଜାର ଟଙ୍କା ଉଠାଇ ନିଜ ଗାଁ ଦୁଲୁକିଆକୁ ଯାଉଥିଲେ । କିନ୍ତୁ ରାସ୍ତାରେ ହଠାତ୍‌ ଦୁଇଜଣ ଯୁବକ ବାଇକରେ ଆସି ଶୃଣ୍ଡି ଦିଗାଲଙ୍କୁ ବାଇକରେ ବସାଇ ନେଇ ଯାଇଥିଲେ । ଆଉ ବାଟରେ କୌଣସି ନିଶା ଦ୍ରବ୍ୟ ଦେଇ ତାଙ୍କ ନିକଟରେ ଥିବା ୨୦ ହଜାର ଟଙ୍କା ଲୁଟି ନେଇ ଚମ୍ପଟ ମାରିଥିଲେ।
ତେବେ ଟଙ୍କା ନେବା ସହ ଶୃଣ୍ଡି ଦିଗାଲଙ୍କୁ ରାସ୍ତା କଡରେ ପକାଇ ଫେରାର ହୋଇଯାଇଥିଲେ ଦୁର୍ବୃତ। ସ୍ବାମୀକୁ ନପାଇ ସ୍ତ୍ରୀ ସଙ୍ଗିତା ଦିଗାଲ ଖୋଜି ଖୋଜି ରାସ୍ତାରେ ଯିବା ବେଳେ ଅରାବାଲି ଛକ ଠାରେ ରାତିରେ ରାସ୍ତାକଡରେ ସ୍ବାମୀ ଶୃଣ୍ଡି ଦିଗାଲ ଅଚେତ ଅବସ୍ଥାରେ ପଡିଥିବା ଦେଖିଥିଲେ । ସ୍ବାମୀଙ୍କୁ ଉଦ୍ଧାର କରି ବାରଖମା ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତି କରିଥିଲେ । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଫୁଲବାଣୀ ଡାକ୍ତରଖାନାରେ ଭର୍ତି କରାଯାଇଛି। କ୍ଷେବେ ବାରଖମା ଫାଣ୍ଡିରେ ଟଙ୍କା ଲୁଟ ନେଇ ଏତଲା ଦେଇଛନ୍ତି ସ୍ତ୍ରୀ ସଙ୍ଗୀତା ଦିଗାଲ । ପୋଲିସ ଘଟଣାର ତଦନ୍ତ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons