ବାଲେଶ୍ୱର,(ବି.ବି.ନୁ୍ୟଜ୍): ସଦର ଉପନିର୍ବାଚନ ପାଇଁ ସମସ୍ତଙ୍କୁ ଚକିତ କରି ସୋମବାର ବିଜେଡି ଦଳୀୟ ପ୍ରାର୍ଥୀ ଭାବେ ସ୍ୱରୂପ ଦାସଙ୍କ ନାମ ଘୋଷଣା କରିଛି । ରାଜ୍ୟସ୍ତରୀୟ ନେତାଙ୍କ ଏଭଳି ନିଷ୍ପତ୍ତି ଦଳୀୟ କର୍ମୀଙ୍କୁ ଚକିତ କରିଛି । ଫଳରେ ଟିକେଟ୍ ପାଇଁ ଦାବିଦାର କୁହାଯାଉଥିବା ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା କିମ୍ବା ତାଙ୍କ ଧର୍ମପତ୍ନୀ ସୁବାସିନୀ ଜେନାଙ୍କୁ ନିରାଶ ହେବାକୁ ପଡ଼ିଛି । ଦଳୀୟ ନିଷ୍ପତ୍ତିକୁ ଶ୍ରୀ ଜେନାଙ୍କ ଗୋÂୀ ତୀବ୍ର ବିରୋଧ କରିଛନ୍ତି । ଏହାର ପ୍ରତିବାଦରେ ପ୍ରାୟ ୨ ହଜାରରୁ ଅଧିକ ବିଜେଡ଼ି କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କର୍ମୀଙ୍କ ଏଭଳି ଆଚରଣ ଦଳର ଗୋÂୀ କନ୍ଦଳକୁ ପଦାରେ ପକାଇ ଦେଇଛି । ଦଳୀୟ ପ୍ରାର୍ଥୀ ଘୋଷଣାରେ ଅସନ୍ତୋଷ ପ୍ରକାଶ କରି ଆଜି ବାଲେଶ୍ୱର ଜିଲ୍ଲା ‘ଜୀବନବିନ୍ଦୁ- ଓଡ଼ିଶା ମୋ ପରିବାର’ର ଜିଲ୍ଲା ସଂଯୋଜକ ସାଇରୁଲ୍ ହକ୍ ଦଳରୁ ଇସ୍ତଫା ଦେଇଛନ୍ତି ।
ସୋମବାର ବିଜେଡି ପକ୍ଷରୁ ଉଭୟ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିଲା । ବାଲେଶ୍ୱର ପାଇଁ ଦଳ ବାଲେଶ୍ୱର ମୁ୍ୟନିସିପାଲଟିର ପୂର୍ବତନ କାଉନସିଲର ଶ୍ରୀ ଦାସଙ୍କୁ ପ୍ରାର୍ଥୀ କରିଛି । ଶ୍ରୀ ଦାସ ଆଶାୟୀ ବିଧାୟକ ପ୍ରାର୍ଥୀ ତାଲିକାରେ ନ ଥିଲେ । ଦଳୀୟ ଗୋÂୀ କନ୍ଦଳକୁ ପ୍ରଶମିତ କରିବା ପାଇଁ ରାଜ୍ୟସ୍ତରୀୟ ନେତୃବୃନ୍ଦ ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି । ତେବେ ଦଳର ଏହି ନିଷ୍ପତ୍ତିକୁ ଶ୍ରୀ ଜେନାଙ୍କ ସମର୍ଥକମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ନିଷ୍ପତ୍ତିର ପୁନର୍ବିଚାର ପାଇଁ ଓଟି ରୋଡ୍ସ୍ଥିତ ଇଂ. ଜେନାଙ୍କ କାର୍ଯ୍ୟାଳୟରେ ଭିଡ଼ ଜମାଇଥିଲେ । ସନ୍ଧ୍ୟାରେ ୨ ହଜାରରୁ ଊଦ୍ଧ୍ୱର୍ କର୍ମୀଙ୍କ ଭିଡ଼ ଜମିଥିଲା । ଶ୍ରୀ ଜେନା କିମ୍ବା ତାଙ୍କ ଧର୍ମପତ୍ନୀଙ୍କୁ ଟିକେଟ୍ ନ ମିଳିଲେ ଦଳରୁ ଇସ୍ତଫା ଦେବେ ବୋଲି କିଛି କର୍ମୀ ଖୁଲମଖୋଲା ଧମକ ମଧ୍ୟ ଦେଇଥିଲେ । ପରିସ୍ଥିତି ଏମିତି ହୋଇଥିଲା, ଭିଡ଼ ହଟାଇବା ପାଇଁ ପୁଲିସ୍କୁ ନାକେଦମ୍ ହେବାକୁ ପଡ଼ିଥିଲା । ଜିଲ୍ଲା ସଭାପତି ରବୀନ୍ଦ୍ର କୁମାର ଜେନା ପହଞ୍ଚି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତି ସର୍ବମାନ୍ୟ ଏବଂ ମଙ୍ଗଳବାର ଆଗାମୀ ନିଷ୍ପତ୍ତି ବିଷୟରେ ଜଣାଇବେ ବୋଲି କହିବା ପରେ କର୍ମୀଙ୍କ ଭିଡ଼ କମିଥିଲା ।
ସୂଚନା ଥାଉକି,ସଦର ନିର୍ବାଚନ ମଣ୍ଡଳିର ବିଜେପି ବିଧାୟକ ମଦନମୋହନ ଦତ୍ତଙ୍କ ଦେହାନ୍ତ ପରେ ଉପନିର୍ବାଚନ ପାଇଁ ସବୁ ଦଳର ଏକାଧିକ ଆଶାୟୀ ପ୍ରର୍ଥୀ ଥିଲେ । ବିଜେଡିର ଆଶାୟୀ ପ୍ରାର୍ଥୀ ତାଲିକାରେ ଜିଲ୍ଲା ସଭାପତି ଶ୍ରୀ ଜେନା ଓ ତାଙ୍କ ଧର୍ମପତ୍ନୀ ସୁବାସିନୀ ଦୌଡ଼ରେ ଆଗରେ ଥିଲେ । ଉଭୟ ପ୍ରାୟ ଦୁଇ ମାସ ପୂର୍ବରୁ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । ସେମାନଙ୍କ ମଧ୍ୟରୁ କାହାକୁ ଜଣକୁ ଦଳ ପ୍ରାର୍ଥୀ କରିବା ନେଇ ଆଲୋଚନା ହେଉଥିଲା । ତେବେ ଶ୍ରୀ ଜେନା ନିର୍ବାଚନ ନ ଲଢ଼ିବା ନେଇ ସ୍ପଷ୍ଟ କରିବା ପରେ ଶ୍ରୀମତୀ ଜେନାଙ୍କୁ ବିଜେଡି ଟିକେଟ୍ ମିଳିବ ବୋଲି ଆଶା କରାଯାଉଥିଲା । ଏମିତିକି ତାଙ୍କ ନାମ କେବଳ ଔପଚାରିକ ଭାବେ ଘୋଷଣା କରାଯିବାକୁ ବାକି ରହିଛି ବୋଲି ଦଳର ବରିÂ ନେତାମାନେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ।
ତେବେ ସୋମବାର ଦଳୀୟ ପ୍ରାର୍ଥୀ ଭାବେ ସ୍ୱରୂପଙ୍କ ନାମ ଘୋଷଣା କରିବା ସମସ୍ତଙ୍କୁ ଚକିତ କରିଥିଲା । ଦୀର୍ଘଦିନ ହେବ ଶ୍ରୀ ଜେନା ଓ ଦଳର ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ମଧ୍ୟରେ ଗେÂୀ କନ୍ଦଳ ଦିନକୁ ଦିନ ଉଗ୍ର ହେଉଥିବାରୁ ବିକଳ୍ପ ପ୍ରାର୍ଥୀ ଭାବେ ଦଳ ସ୍ୱରୂପଙ୍କ ନାମ ଘୋଷଣା କରିଛି । ଶ୍ରୀ ଜେନା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମାନିବା ପାଇଁ ଦଳୀୟ କର୍ମୀଙ୍କୁ ପରାମର୍ଶ ଦେଇଥିଲେ । ଆଗାମୀ ନିଷ୍ପତ୍ତି ଉପରେ ସେ ମଙ୍ଗଳବାର ଜଣାଇବେ ବୋଲି କହିଥିଲେ । ମଙ୍ଗଳବାର କ’ଣ ହେଉଛି ତାହାକୁ ନେଇ ମଧ୍ୟ ସନେ୍ଦହ ବଢ଼ିବାରେ ଲାଗିଛି । ଶ୍ରୀ ଜେନା ବିଜେଡିରେ ରହିବେ ନା ଆଗାମୀ ନିର୍ବାଚନରେ ସ୍ୱାଧୀନ ଭାବେ ଲଢ଼ିବେ ତାହା ଏବେ ଆଲୋଚନାର ପ୍ରସଙ୍ଗ ପାଲଟିଛି । ଶ୍ରୀ ଜେନାଙ୍କ ସମର୍ଥକଙ୍କ ବିରୋଧକୁ ରାଜ୍ୟ ନେତୃବୃନ୍ଦ ଗୁରୁତ୍ୱ ସହ ନେଇ ପ୍ରାର୍ଥୀ ପରିବର୍ତ୍ତନ କରିବା ନେଇ ମଧ୍ୟ ଆଲୋଚନା ହେଉଛି ।
ଅପରପକ୍ଷରେ ଦଳ ବିଧାୟକ ପ୍ରାର୍ଥୀ ଭାବେ ଘୋଷଣା କରିଥିବାରୁ ଶ୍ରୀ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଦଳ ତାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିବ ବୋଲି ସେ ନିଜେ ଜାଣିନଥିବା କହିଛନ୍ତି । ଆଗାମୀ ଦିନରେ ଦଳର ସମସ୍ତ କର୍ମୀ ଏକମନ, ଏକ ପ୍ରାଣ ହୋଇ ନିର୍ବାଚନ ଲଢ଼ିବାକୁ ସେ ସମସ୍ତଙ୍କୁ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.