
ବାଲିପାଟଣା: ନିମାପଡ଼ା ଥାନା ନିଆଁଗୋରଡ଼ା ଛକରେ ଏକ ଅଭାବନୀୟ ଘଟଣା ବାଇକ୍ ଦୁର୍ଘଟଣା ଘଟିଛି। ଘଟଣା ସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି।
ମୃତକ ବାଲିପାଟଣା ଥାନା ବାଗଲପୁର ହଂସୁଆଣି ଭୋଇ ସାହିର ଚରଣ ଭୋଇ ହୋଇଥିବା ବେଳେ ଗୁରୁତର ଯୁବକ ହେଉଛନ୍ତି ବାଲିପାଟଣା ଥାନା ପୁବାଗତ ଗ୍ରାମର ଜଗନ ଭୋଇ । ଜଗନଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ୍ରେ ଭର୍ତ୍ତି କରାଯାଇଛି ।
ଉଭୟ ଏକ ବାଇକରେ ବାଲିପାଟଣା ଅଭିମୁଖେ ଆସୁଥିବା ବେଳେ ନିଆଁଗୋରଡ଼ା ଛକ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଯାଇଥିଲେ । ସ୍ଥାନୀୟ ଲୋକ ଏବଂ ପୋଲିସ୍ ଘଟଣା ସ୍ଥଳରେ ପହଁଞ୍ଚି ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରିଥିବା ସୂଚନା ମିଳିଛି।


Comments are closed, but trackbacks and pingbacks are open.