ନୀଳଗିରି: ଚେୟାରମ୍ୟାନଙ୍କୁ ନିଜ ଗାଁରେ ଆକ୍ରମଣ କଲେ ନିଶାସକ୍ତ ଯୁବକ। ନୀଳଗିରି ବ୍ଲକ ଚେୟାରମ୍ୟାନ ଜାନକୀ ସିଂଙ୍କୁ ନିଜ ଗାଁରେ ଆକ୍ରମଣ ଅଭିଯୋଗ ହୋଇଛି। ଶୁକ୍ରବାର ରାତି ୮ ଟାରେ ସେ ନୀଳଗିରିରୁ ନିଜ ଘରକୁ ଫେରୁଥିବା ବେଳେ କୌଣସି କାରଣରୁ ସେହି ଗ୍ରାମର କିଛି ଯୁବକ ନିଶାସକ୍ତ ଅବସ୍ଥାରେ ତାଙ୍କୁ ଅଟକାଇ ଗାଳି ଗୁଲଜ କରିଥିଲେ। ଏପରି କି ଆକ୍ରମଣ କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ମଧ୍ୟ ହୋଇଛି। ଏହି ଘଟଣାରେ ପୋଲିସ ୩ ଯୁବକଙ୍କୁ ଅଟକ ରଖିଛି। ଏ ନେଇ ଚେୟାରମ୍ୟାନ ଜାନକୀ ସିଂ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ଜଣାପଡ଼ିଛି। ଘଟଣାକୁ ନେଇ ଗାଁରେ ଉତ୍ତେଜନା ଲାଗି ରହିଥିବା ଜଣାପଡିଛି।
Comments are closed, but trackbacks and pingbacks are open.