ନୀଳଗିରି: ଏବେ କରୋନା ଭଳି ମହାମାରୀ ସହିତ ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗାଣ ବିଭାଗ ଜରିଆରେ ସାଧାରଣ ହିତାଧିକାରୀଙ୍କ ପାଖକୁ ବିଭିନ୍ନ ଯୋଜନା ପହଁଞ୍ଚାଉଛନ୍ତି।ହେଲେ ଏହା ସଠିକ କାର୍ୟ୍ୟକାରୀ ହୋଇପାରୁ ନାହିଁ।ବ୍ୟାପକ ଦୁର୍ନୀତି କରି ଖାଉଟି ସାମଗ୍ରୀ ହଡପ ହେଉଛି ତ ଆଉ ଯୋଗ୍ୟ ହିତାଧିକାରୀ ତାଲିକାରେ ବାଦ ପଡୁଛନ୍ତି।
ନୀଳଗିରି ଯୋଗାଣ ବିଭାଗର ବ୍ୟାପକ ଦୁର୍ନୀତି ହୋଇଛି।ଏଭଳି ସାମ୍ବାଦିକ ସମ୍ମିଳନୀ ଜରିଆରେ ଦୃଷ୍ଟି ଆକର୍ଷଣ କରିଛନ୍ତି ନୀଳଗିରିର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ସଡ଼ଙ୍ଗୀ। ସରକାର କରୋନା ଲକଡାଉନ ସମୟରେ ସାଧାରଣ ହିତାଧିକାରୀ କାମ ଧନ୍ଦାରୁ ବଞ୍ଚିତ ହୋଇ ଘରେ ରହିବା ସମୟରେ ପରିବାରର ପୋଷଣ ଚିନ୍ତା ଘାରିଥିଲା।ଏହି ସମୟରେ ଅଗ୍ରୀମ ତିନି ମାସର ଚାଉଳ ଓ ଏକ ହଜାର ଟଙ୍କା ରାସନ କାର୍ଡ ହିତାଧିକାରୀଙ୍କୁ ପ୍ରଦାନ କରାଯାଇଥିଲା।ପରେ କିରାସିନ୍ ଓ ଡାଲି ମଧ୍ୟ ପ୍ରଦାନ କରାଯାଇଥିଲା। ଟଙ୍କା ବଣ୍ଟନ ନେଇ ପଂଚାୟତ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ନୀଳଗିରି ବ୍ଲକ୍ର ଅନେକ ପଂଚାୟତରେ ହିତାଧିକାରୀ ନମିଳିବାରୁ ଟଙ୍କା ବଣ୍ଟା ଯାଇପାରିନଥିବା ଅଭିଯୋଗ ଉଠିଛି।
ଯଦି ହିତାଧିକାରୀ ନାହାନ୍ତି ତାହେଲେ ସରକାରୀ ଚାଉଳ ଗଲା କୁଆଡେ ବୋଲି ପ୍ରଶ୍ନଉଠିଛି।ଖାଲି ସେତକ ନୁହଁ ଏବେ ଯୁଦ୍ଧକାଳୀନ ଭିତ୍ତିରେ ସରକାର ରାସନ କାର୍ଡରୁ ଵଂଚିତ ପ୍ରକୃତ ହିତାଧିକାରୀ ଚିହ୍ନଟ କରି କାର୍ଡ ପ୍ରଦାନ କରିବାକୁ ନିର୍ଦେଶ ଥିବାବେଳେ ଦୁଇମହଲା କୋଠା ଚାରିଚକିଆ ଯାନ ଥିବା ପରିବାର କୁ ରାଶନ କାର୍ଡ ପ୍ରଦାନ କରାଯାଇଥିବା ଅଭିଯୋଗ ଉଠିଛି।ଏଭଳି ଘଟଣାର ମାଜିଷ୍ଟ୍ରେଟ ସ୍ତରୀୟ ଉଚ୍ଚ ତଦନ୍ତ ଦାବି କଲେ କୋଟିକୋଟି ଟଙ୍କା ଦୁର୍ନୀତି ର ପରଦାଫାସ ହୋଇପାରିବ ନେଇ ଆଜି ନୀଳଗିରି ର ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ସଢଙ୍ଗୀ ଦାବି କରିଛନ୍ତି। ଉକ୍ତ ଘଟଣାର ଅଭିଯୋଗ ପତ୍ର ମୁଖ୍ୟମନ୍ତ୍ରୀ, ଯୋଗାଣମନ୍ତ୍ରୀ,୫ ଟି ସଚିବ, ମୁଖ୍ୟ ଶାସନ ସଚିବ,ବାଲେଶ୍ଵର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି।
Comments are closed, but trackbacks and pingbacks are open.