
କୋଲକାତା: ପଶ୍ଚିମବଙ୍ଗରୁ ନବନିର୍ବାଚିତ ସାଂସଦ ନୁସରତ ଜହାଂ ସଂସଦରେ ଶପଥଗ୍ରହଣ କରିବା ଅବସରରେ ହାତରେ ଚୂଡ଼ି ଏବଂ ମଥାରେ ସିନ୍ଦୁର ପିନ୍ଧିଥିବା ଘଟଣାକୁ କେନ୍ଦ୍ର କରି ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । ଜଣେ ମୁସଲମାନ ହୋଇ ମଧ୍ୟ ସେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଏପରି କରିଥିବା ଅନେକ କଟାକ୍ଷ କରିଥିଲେ । ନୁସରତ ନିଜ ଟୁଇଟରରେ ଏହାର ଉତ୍ତର ରଖିଛନ୍ତି । ସେ ଟୁଇଟ୍ କରିଛନ୍ତି ଯେ, ‘ମୁଁ ଭାରତର ପ୍ରତିନିଧିତ୍ୱ କରୁଛି । ଯାହା ଜାତି ଏବଂ ଧାର୍ମିକ ଭେଦଭାବଠାରୁ ଊଦ୍ଧ୍ୱର୍ରେ’ । ସେ ଅନ୍ୟ ଏକ ଟୁଇଟ୍ରେ ଲେଖିଛନ୍ତି ଯେ, ‘ମୁଁ ଏବେ ବି ମୁସଲମାନ ଅଛି । ମୁଁ କ’ଣ ପିନ୍ଧିବି ଏକଥା ବିଚାର କରିବାକୁ କାହାର ବି ଅଧିକାର ନାହିଁ’ । ଉଲ୍ଲେଖଯୋଗ୍ୟ, ୨୯ ବର୍ଷୀୟ ନୁସ୍ରତ୍ ପଶ୍ଚିମବଙ୍ଗର ବସିରହାଟ ଆସନରୁ ଟିଏମ୍ସି ଟିକେଟରେ ନିର୍ବାଚିତ ହୋଇଥିଲେ । ସେ ଗତ ଜୁନ୍ ୧୯ ତାରିଖରେ ନୀଖିଲ ଜୈନ ନାମକ ଜଣେ ବ୍ୟବସାୟୀଙ୍କୁ ବିବାହ କରିଛନ୍ତି । ଏଣୁ ସେ ନବବିବାହିତା ବଧୂ ଭଳି ବେଶ ହୋଇ ଜୁନ୍ ୨୫ ତାରିଖରେ ଲୋକସଭାରେ ଶପଥ ଗ୍ରହଣ କରିଥିଲେ ।
Comments are closed, but trackbacks and pingbacks are open.