ନୂଆଗୁଡ଼ାରେ ବାଘ ଆତଙ୍କ!

Get real time updates directly on you device, subscribe now.

ନବରଙ୍ଗପୁର,(ଗଗନ ଗନ୍ତାୟତଙ୍କ ରିପୋର୍ଟ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ୍ ହୀରାପୁର ପଞ୍ଚାୟତର ନୂଆଗୁଡାରେ ବାଘ ଆତଙ୍କ । ଆକ୍ରମଣରେ ଗୋଟିଏ ବଳଦର ମୃତୁ୍ୟ ହୋଇଛି । ସ୍ଥାନୀୟ ବନ ବିଭାଗ ପକ୍ଷରୁ ଘଟଣାର ତଦନ୍ତ ଆରମ୍ଭ କରାଯାଇଥିବା ବନଖଣ୍ଡ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାୟକ କହିଛନ୍ତି । ଘଟଣାସ୍ଥଳରେ ପଡ଼ିଥିବା ପାଦଚିହ୍ନ ଦେଖି ଏହା ହାଇନା ବା ହେଟାବାଘର ବୋଲି ସେ ସୂଚନା ଦେଇଛନ୍ତି । ବାଘ ଆତଙ୍କକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ମୃତ ବଳଦ ମାଲିକ ଶୁକୁ କଲାରଙ୍କ ସୂଚନା ଅନୁଯାୟୀ, ଦୁଇଦିନ ତଳେ ଗାଁର ଗୋରୁଗୋଠ ସହ ତାଙ୍କ ବଳଦ ପାଖ ଜଙ୍ଗଲକୁ ଯାଇଥିଲା । ସବୁ ଗୋରୁ ଫେରି ଆସିଥିବା ବେଳେ ତାଙ୍କ ବଦଳ ଆସିନଥିଲା । ଚାରିଆଡେ ଖୋଜାଖୋଜି କରିବା ପରେ ବି ପତ୍ତା ମିଳିନଥିଲା । ପରଦିନ ସକାଳୁ ବଳଦ ଖୋଜିବାକୁ ସେ ଜଙ୍ଗଲକୁ ଯାଇଥିଲେ । ଘରଠାରୁ ପ୍ରାୟ ୨ କିଲୋମିଟର ଦୂରରେ ବଳଦର ମୃତଦେହ ପଡ଼ିଥିଲା । ବଳଦର ପଛ ଫଡିଆରେ ନଖ ଓ ଦାନ୍ତରେ ଆକ୍ରମଣର ଚିହ୍ନ ରହିଥିଲା । ପାଖରେ ବାଘର ପାଦଚିହ୍ନ ପଡ଼ିଥିଲା । ଏହାକୁ ଦେଖି ସେ ବାଘ ଆକ୍ରମଣରେ ବଳଦର ମୃତୁ୍ୟ ହୋଇଥିବା ସନେ୍ଦହ କରିଥିଲେ ।
ଏ ସମ୍ପର୍କରେ ବନ ବିଭାଗକୁ ଖବର ଦେଇଥିଲେ । ବିଭାଗୀୟ ଅଧିକାରୀ ଶ୍ରୀ ନାୟକ ଅନ୍ୟ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ । ପାଦଚିହ୍ନ ଦେଖିବା ପରେ ତାହା ବାଘର ନୁହେଁ ବୋଲି ସ୍ପଷ୍ଟ କରିଥିଲେ । ଚିହ୍ନଟି ହାଇନା ବା ହେଟାବାଘର ବୋଲି କହିଥିଲେ । ମୃତ ବଳଦକୁ କିଏ ଖାଇଛି, କେଉଁ ଜନ୍ତୁ ଆକ୍ରମଣରେ ତା’ର ମୃତୁ୍ୟ ହୋଇଛି, ସେ ସମ୍ପର୍କରେ ବ୍ୟବଚ୍ଛେଦ ପରେ ସ୍ପଷ୍ଟ ହେବ । ସେ କହିଛନ୍ତି, ହେଟାବାଘ ମଣିଷକୁ ଆକ୍ରମଣ କରେନି । ବଳଦର ମୃତୁ୍ୟ ବାଘ ଆକ୍ରମଣଜନିତ ନୁହେଁ । ତେଣୁ ଅଞ୍ଚଳବାସୀ ଏଥିରେ ବ୍ୟତିବ୍ୟସ୍ତ ହେବା ଅନୁଚିତ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons