ନୂଆପଡ଼ା,(ବି.ବି.ନୁ୍ୟଜ୍): ନୂଆପଡ଼ା ଜିଲ୍ଲାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩ ଶହ ଛୁଇଁ ସାରିଲାଣି । ଗତ କିଛି ଦିନ ତଳେ କୋମନା ବିଡିଓ କରୋନା ସଂକ୍ରମିତ ହୋଇଥିବା ବେଳେ ଆଜି ନୂଆପଡ଼ା ଏଡିଏମ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ଏଡିଏମ ହୋମ କ୍ୱାରେଣ୍ଟାଇନରେ ଚିକିତ୍ସାଧୀନ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆଜି ସକାଳୁ ୪୮ ଘଣ୍ଟା ପାଇଁ ଜିଲ୍ଲାପାଳ ଅଫିସକୁ ଜିଲ୍ଲାପାଳ ମଧୁସ୍ମିତା ସାହୁ ସିଲ୍ କରିଛନ୍ତି । ଜିଲ୍ଲାପାଳ ଅଫିସ ପରିସର ସମସ୍ତ ଅଫିସ ବନ୍ଦ ରହିଛି । ଆଜି ସକାଳେ ଜିଲ୍ଲାପାଳଙ୍କ ନିଦେ୍ର୍ଧଶକ୍ରମେ ଅଫିସକୁ ସାନିଟାଇଜ କରି କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲେ । ପୂର୍ବାହ୍ନରେ ଜିଲ୍ଲାପାଳ ଅଫିସର ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ରେପିଡ ଆଣ୍ଟିଜେନ ଟେଷ୍ଟ କିଟରେ କୋଭିଡ଼ ଟେଷ୍ଟ କରିଥିଲେ । ଏଥିରେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା ।
Comments are closed, but trackbacks and pingbacks are open.