ନୂଆ ଟେଷ୍ଟ ଜର୍ସିକୁ ଗିଲଖ୍ରୀଷ୍ଟଙ୍କ ନାପସନ୍ଦ

Get real time updates directly on you device, subscribe now.

ନୂଆଦିଲ୍ଲୀ: ପୂର୍ବତନ ଅଷ୍ଟ୍ରେଲିଆ ୱିକେଟ୍ କିପର ଆଡାମ ଗିଲଖ୍ରୀଷ୍ଟ ନୂଆ ଟେଷ୍ଟ ଜର୍ସିକୁ ନାପସନ୍ଦ କରିଛନ୍ତି । ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହୋଇଥିବା ଆସେସ୍ ଟେଷ୍ଟ ସିରିଜ୍ରେ ନୂଆ ଜର୍ସି ବ୍ୟବହାର କରାଯାଇଛି । ଏଥିରେ ନାମ ଓ ନମ୍ବର ରହିଛି । ଟେଷ୍ଟ କ୍ରିକେଟର ୧୪୨ ବର୍ଷ ଇତିହାସରେ ପ୍ରଥମଥର ପାଇଁ ନାମ ଓ ନମ୍ବର ଥିବା ଜର୍ସି ବ୍ୟବହାର କରାଯାଇଛି ।
ଗିଲଖ୍ରୀଷ୍ଟ କହିଛନ୍ତି, ଟେଷ୍ଟ ଜର୍ସିରେ ନାମ ଓ ନମ୍ବର ରହିବା ମୋତେ ପସନ୍ଦ ନୁହେଁ । ମୋ ମନ୍ତବ୍ୟ ପୁରୁଣା ଯୁଗର ବୋଲି କୁହାଯାଇପାରେ । କିନ୍ତୁ ଏହା ମୋତେ ଭଲ ଲାଗୁନି । ଆସେସ୍ ସିରିଜ୍ ଆରମ୍ଭ ହୋଇସାରିଛି, ଏହାକୁ ଉପଭୋଗ କରନ୍ତୁ ।’ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍କୁ ଅଧିକ ଲୋକପ୍ରିୟ କରିବା ଏବଂ ପ୍ରଶଂସକମାନେ ଖେଳାଳିମାନଙ୍କୁ ସହଜରେ ଚିହ୍ନିବା ପାଇଁ ଆଇସିସି ନୂଆ ଜର୍ସିର ଶୁଭାରମ୍ଭ କରିଛି । ଇଂଲଣ୍ଡ-ଅଷ୍ଟ୍ରେଲିଆ ଆସେସ୍ ସିରିଜ୍ ଟେଷ୍ଟ ଚାମ୍ପିଅନସିପ୍ ଅନ୍ତର୍ଗତ ପ୍ରଥମ ସିରିଜ୍ ରହିଛି । ଏଥିରେ ଉଭୟ ଦଳ ଖେଳାଳିମାନେ ନାମ ଓ ନମ୍ବର ଥିବା ନୂଆ ଜର୍ସି ପିନ୍ଧି ଖେଳୁଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons