ନୂଆ ପୋଡ଼ମପେଟା ସମୁଦ୍ର କୂଳ ଲଂଘିଲା

Get real time updates directly on you device, subscribe now.

ଛତ୍ରପୁର, (ବି.ବି.ନୁ୍ୟଜ୍): ଗଞ୍ଜାମ ବ୍ଲକ୍ ରାମଗଡ଼ ପଂଚାୟତ ନୂଆ ପୋଡ଼ମପେଟା ଗ୍ରାମରେ ସମୁଦ୍ର ପାଣି କୂଳ ଲଂଘିଛି । ଗାଁ ନିକଟକୁ ପାଣି ମାଡ଼ି ଞ୍ଚଆସିବାରୁ ସମୁଦ୍ରତଟରେ ମତ୍ସ୍ୟଜୀବୀମାନେ ରଖିଥିବା ଜାଲ ଭାସି ଯାଇଥିବା କହିଛନ୍ତି ଗାଁ ଲୋକ । ସେହିପରି ଉପକୂଳରେ ଥିବା ୨୦ରୁ ୩୦ ମତ୍ସ୍ୟଜୀବୀଙ୍କ ଞ୍ଚଅସ୍ଥାୟୀ ସେଡ୍ରେ ଦୁଇ ଫୁଟ ଉଚ୍ଚତାରେ ସମୁଦ୍ର ଜୁଞ୍ଚଆର ପାଣି ମାଡ଼ି ଯାଇଛି । ଗୁରୁବାର ରାତିରେ ଏହି ଘଟଣା ଘଟିଛି । ସମୁଦ୍ର କୂଳ ଲଂଘି ଜୁଞ୍ଚଆର ଞ୍ଚଆସିଯିବାରୁ ସେଠି ରଖାଯାଇଥିବା ଡଙ୍ଗାଗୁଡ଼ିକ ନଷ୍ଟ ହୋଇଯାଇଥିବା କେତେକ ମତ୍ସ୍ୟଜୀବୀ ସୂଚନା ଦେଇଛନ୍ତି । ଏଥର ପ୍ରାୟ ୧୦୦ ମିଟରରୁ ଞ୍ଚଅଧିକ ଞ୍ଚଅଂଚଳ କୂଳ ଖାଇଯାଇଥିବା ଓ କ୍ରମାଗତ ଭାବେ ସମୁଦ୍ର ଏଭଳି ତଟ ଲଂଘୁଥିବା ଦର୍ଶାଇଛନ୍ତି ମତ୍ସ୍ୟଜୀବୀ ସିଏଚ୍.ଟିକି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons