ନୂଆ ମୋଟରଯାନ ଆଇନ :୧୫୦୦୦ ଟଙ୍କାର ଗାଡ଼ି , ୨୩୦୦୦ ଟଙ୍କା ଜରିମାନା

Get real time updates directly on you device, subscribe now.

ନୂଆଦିଲ୍ଲୀ: ନୂଆ ମୋଟର ଯାନ ଆଇନ ଅନୁଯାୟୀ, ଜରିମାନା ରାଶିକୁ ୧୦ ଗୁଣ ପର୍ଯ୍ୟନ୍ତ ଅଧିକ ବଢ଼ାଯାଇଛି । ଜଣେ ଦିଲ୍ଲୀବାସୀ ଗୁରୁଗ୍ରାମ ପୁଲିସ ଦ୍ୱାରା ଏହି ନୂଆ ଆଇନର ଶିକାର ହୋଇଛନ୍ତି । ଟ୍ରାଫିକ ନିୟମ ଭାଙ୍ଗିଥିବାରୁ ତାଙ୍କୁ ୨୩,୦୦୦ ଟଙ୍କା ଜରିମାନା ପୈଠ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ତେବେ ଯେଉଁ ଗାଡ଼ି ପାଇଁ ସେ ଏତେ ଟଙ୍କା ଜରିମାନା ଭରିବେ ତାହାର ବର୍ତ୍ତମାନର ବଜାର ମୂଲ୍ୟ ଅତିବେଶୀରେ ୧୫,୦୦୦ ହେବ ବୋଲି ଜଣାପଡ଼ିଛି । ଦିନେଶ ମଦାନ ନାମକ ଏହି ବ୍ୟକ୍ତି ଜଣଙ୍କ ଗୁରୁଗ୍ରାମ କୋର୍ଟରେ କାମ କରନ୍ତି । ସେ ନିଜ କାମରେ କୋର୍ଟକୁ ଯିବା ସମୟରେ ପୁଲିସ ତାଙ୍କୁ ଧରିଥିଲା । ବିନା ହେଲ୍ମେଟରେ ଯିବା ସହ ତାଙ୍କ ପାଖରେ ଗାଡ଼ିର ପଞ୍ଜିକରଣ ଦସ୍ତାବିଜ, ଡ୍ରାଇଭିଂ ଲାଇସେନ୍ସ, ଏୟାର ପଲୁ୍ୟସନ ଏନ୍ଓସି ଇତ୍ୟାଦି ଉପଲବ୍ଧ ନଥିଲା । ନୂଆ ନିୟମ ଅନୁଯାୟୀ, ଏସବୁ ବାବଦରେ ତାଙ୍କୁ ୨୩,୦୦୦ ଟଙ୍କା ଜରିମାନା ରାଶି ଦେବାକୁ ପୁଲିସ ନିଦେ୍ର୍ଧଶ ଦେଇଥିଲା । କିନ୍ତୁ, ସେ ଏତେମାତ୍ରାରେ ଟଙ୍କା ଦେବାକୁ ଅସମର୍ଥ ଥିବାରୁ ପୁଲିସ ତାଙ୍କ ଗାଡ଼ିଟିକୁ ଜବତ କରିବା ସହ ମାମଲାଟିକୁ କୋର୍ଟକୁ ପଠାଇ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons