ପୁରୀ,(ବି.ବି.ନୁ୍ୟଜ୍): ନୂଆରୂପରେ ଠିଆ ହେବ ପ୍ରସିଦ୍ଧ ରଘୁନନ୍ଦନ ପାଠାଗାର । ଜଗନ୍ନାଥ ସଂସ୍କୃତି ଓ ଐତିହ୍ୟ ସମ୍ପର୍କିତ ସବୁ ରକମର ବହି ମିଳିବ । ପୁରୁଣା ପୋଥି ଓ ତାଳପତ୍ରଗୁଡ଼ିକର ଡିଜିଟାଇଜେସନ ହେବ । ଏମାର ମଠ ରଘୁନନ୍ଦନ ପାଠାଗାରର ଆଧୁନିକୀକରଣ ପାଇଁ ରାଜ୍ୟ ସରକାର ଆଜି ୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ସନ୍ଧ୍ୟାରେ ଜିଲ୍ଲାପାଳ ବଲୱନ୍ତ ସିଂ ଏ ନେଇ ଘୋଷଣା କରିଛନ୍ତି । ଶ୍ରୀମନ୍ଦିର ମେଘନାଦ ପାଚେରି ଚାରିପାଖ ୭୫ ମିଟର ଉଚ୍ଛେଦ ଅଭିଯାନରେ ପ୍ରାଚୀନ ଏମାର ମଠ ସହ ରଘୁନନ୍ଦନ ପାଠାଗାର ଭଙ୍ଗା ଯାଇଥିଲା ।
ଜିଲ୍ଲାପାଳ କହିଛନ୍ତି ଯେ, ମଞ୍ଜୁର ହୋଇଥିବା ଟଙ୍କା ପାଠାଗାର ଆଧୁନିକୀକରଣରେ ବ୍ୟୟ କରାଯିବ । ପାଠାଗାରରେ ଥିବା ତାଳପତ୍ର ପୋଥି ଓ ମୂଲ୍ୟବାନ ବହିର ଡିଜିଟାଇଜେସନ କରାଯିବ ।
ନୂତନ ପାଠାଗାର ଗୃହରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥ ସଂସ୍କୃତି ଉପରେ ଆଧାରିତ ଗୁରୁତ୍ୱପୂର୍ଣ୍ଣ ପୁସ୍ତକ ଓ ଲେଖା ରହିବ । ପୂର୍ବରୁ ଏମାର ମଠ ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନରେ ପାଠାଗାରର ନୂତନ ଗୃହ ନିର୍ମାଣ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାପାଳ ଆହୁରି କହିଛନ୍ତି ଯେ, ସ୍ଥାୟୀ ଦୋକାନ ଗୃହ ପାଇବା ପାଇଁ ୮୧ ଜଣ ଦୋକାନୀ ଜିଲ୍ଲା ପ୍ରଶାସନ ନିକଟରେ ଆବେଦନ କରିଥିଲେ । ତନ୍ମଧ୍ୟରୁ ୨୬ ଜଣ ଦୋକାନୀଙ୍କୁ ଜଗନ୍ନାଥବଲ୍ଲଭ କ୍ରାଫ୍ଟ କମ୍ପେ୍ଲକ୍ସରେ ଥଇଥାନ କରାଯିବ । ଅନ୍ୟ ଦୋକାନୀମାନଙ୍କୁ ଥଇଥାନ କରିବା ପାଇଁ ଜିଲ୍ଲା ପ୍ରଶାସନ ଯୋଜନା ପ୍ରସ୍ତୁତ କରିଛି । ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ କରାଯିବ ।
ଉଲ୍ଲେଖଯୋଗ୍ୟ ଯେ, ଶ୍ରୀମନ୍ଦିର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ପାଇଁ ମେଘନାଦ ପାଚେରି ଚତୁଃପାଶ୍ୱର୍ରେ ୭୫ ମିଟର ଉଚ୍ଛେଦ କରାଯାଉଛି । ଇତିମଧ୍ୟରେ ଲଙ୍ଗୁଳି ମଠ ଓ ଏମାର ମଠ ଉଚ୍ଛେଦ ସରିଛି । ଏମାର ମଠରେ ଥିବା ପ୍ରାଚୀନ ରଘୁନନ୍ଦନ ପାଠାଗାର ମଧ୍ୟ ଭଙ୍ଗାଯାଇଛି । ପାଠାଗାରରେ ଗଚ୍ଛିତ ଥିବା ସମସ୍ତ ପୁସ୍ତକ, ତାଳପତ୍ର ପୋଥି ଓ ଆସବାବପତ୍ରକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏକ ଗୃହକୁ ସ୍ଥାନାନ୍ତର କରାଯାଇଛି ।
ପାଠାଗାରୁ ଉଦ୍ଧାର ହୋଇଥିବା ଚାଲୁ ପୁସ୍ତକକୁ ଡିଜିଟାଇଜେସନ କରାଯିବ ନାହିଁ ବୋଲି ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ କହିଛନ୍ତି । ସେ କହିଛନ୍ତି ପାଠାଗାରରୁ ପାଖାପାଖି ୫୦୦୦ ହଜାର ପୁସ୍ତକ ଉଦ୍ଧାର କରାଯାଇଛି । ଏହି ପୁସ୍ତକଗୁଡିକ ଏବେ ଜିଲ୍ଲାପାଳଙ୍କ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ ରଖାଯାଇ ବହିଗୁଡିକର ଶୀର୍ଷକକୁ ପ୍ରଥମେ ଇ-ଡିଜିଟାଇଜେସନ୍ କରାଯାଉଛି । ରାଜ୍ୟ ସଂଗ୍ରହାଳୟରୁ ଏହି ପୁସ୍ତକଗୁଡିକୁ ଇ-ତାଲିକାଭୁକ୍ତ କରିବାକୁ ରାଜ୍ୟ ସଂଗ୍ରହାଳୟରୁ ସ୍ୱତନ୍ତ୍ରଭାବେ କର୍ମଚାରୀ ଆସିଛନ୍ତି । ଇ-ଗ୍ରନ୍ଥାଳୟ ୱେବ୍ ଜରିଆରେ ପୁସ୍ତକ ତାଲିକା ପଞ୍ଜୀକରଣ ହେଉଛି ।
ପୁସ୍ତକ ତାଲିକା ସମୂହର ଇ-ପଞ୍ଜୀକରଣ ପ୍ରଥମ କରାଯିବ । ଏହା ପରେ ନଷ୍ଟ ହୋଇଥିବା ତାମ୍ର ପତ୍ର, ବିରଳ ପୁସ୍ତକ, ଦୁଷ୍ପ୍ରାପ୍ୟ ଗ୍ରନ୍ଥ, ନଥିପତ୍ରକୁ କେବଳ ଡିଜିଟାଇଜେସନ କରାଯିବ ବୋଲି ସୂଚନା ମିଳିଛି । ଜଗନ୍ନାଥ ସଂସ୍କୃତି ଏବଂ ପରମ୍ପରା ସହ ଜଡିତ ପଣ୍ଡୁଲିପି, ବିରଳ ପୁସ୍ତକ, ପୁରୁଣା ପୋଥିଗୁଡିକୁ ଏବେ ଡିଜିଟାଇଜେସନ୍ ଜରିଆରେ ସଂରକ୍ଷଣ କରିବାକୁ ପ୍ରସ୍ତୁତି ଚାଲିଛି । ଏହି କାମ ସରିବାକୁ ପାଖାପାଖି ୩ମାସ ଲାଗିଯିବ ବୋଲି ରକ୍ଷଣାବେକ୍ଷଣରେ ନିୟୋଜିତ କର୍ମଚାରୀ କହିଛନ୍ତି ।
ପୁନଃନିର୍ମାଣ ହେବା ପରେ ଏହି ପାଠାଗାର ବିଶ୍ୱର ସର୍ବଶ୍ରେÂ ଶ୍ରୀଜଗନ୍ନାଥ ତତ୍ତ୍ୱ ଏବଂ ସଂସ୍କୃତି ଗବେଷଣାର କେନ୍ଦ୍ର ହୋଇ ପାରିବ ବୋଲି ଆଶା କରାଯାଉଛି ।
ବିଶ୍ୱର ୭ଟି ପ୍ରସିଦ୍ଧ ସଂଗ୍ରହାଳୟ ଏବଂ ପାଠାଗାରର ବ୍ୟବସ୍ଥାକୁ ଅନୁଧ୍ୟାନ କରିଯାଉଥିବାର ଖବର ମିଳିଛି । ବିଶେଷ କରି ବି୍ରଟିଶ ଲାଇବ୍ରେରି ଭଳି ବିଶ୍ୱସ୍ତରୀୟ ପାଠାଗାର ବ୍ୟବସ୍ଥାକୁ ପ୍ରଶାସନ ତର୍ଜମା କରୁଥିବାର ଖବର ମିଳିଛି ।
ସ୍ମରଣୀୟ ଏମାର ମଠ ଉଚ୍ଛେଦ ପର୍ଯ୍ୟାୟରେ ମଠର ରଘୁନନ୍ଦନ ପାଠାଗାରର ସମସ୍ତ ପୁସ୍ତକ, ତାଳପତ୍ର ପୋଥି, ନଥିପତ୍ର, ଦଲିଲଗୁଡିକୁ ପ୍ରଥମେ ସ୍ଥାନାନ୍ତର କରାଯାଇଥିଲା । ୧୯୨୧ରେ ପ୍ରତିÂା ହୋଇଥିବା ଏହି ପାଠାଗରର ୧୯୩୬ ମସିହା ତଥ୍ୟ ମୁତାବକ ୭୧୫ ଇଂରାଜୀ ପୁସ୍ତକ, ୨୬୬ ତାଳପତ୍ର ପୋଥି, ୪୮୩ ସଂସ୍କୃତ ଗ୍ରନ୍ଥ, ୮୧୧ ଓଡ଼ିଆ ପୁସ୍ତକ, ୫୫୦ ବଂଗଳା ପୁସ୍ତକ, ୪୮୩ ହିନ୍ଦୀ ପୁସ୍ତକ ରହିଥିଲା । ଏହି ପୁସ୍ତକଗୁଡିକୁ ସଂରକ୍ଷିତ ରଖିବାକୁ ଉଦ୍ୟମ ଚାଲିଛି ।


Comments are closed, but trackbacks and pingbacks are open.