ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା

Get real time updates directly on you device, subscribe now.

ଭୁବନେଶ୍ୱର : ନ୍ୟାୟ ଦାବିରେ ନବୀନ ନିବାସରେ ଦୁଷ୍କର୍ମ ପୀଡ଼ିତା। କପ୍ତିପଦା ଥାନା ASI ଶୁଭେନ୍ଦୁ ବେହେରାଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆଣି ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି ପୀଡ଼ିତା। ତେବେ ସେ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନପାରି ତାଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରି ଜଣାଇଛନ୍ତି।
ତେବେ ASI ଶୁଭେନ୍ଦୁ ବେହେରା ନିଜ ବିରୋଧରେ ଆସିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଓଲଟା ଘଟଣା ଦିନ ପୁଲିସ୍ ଉପରେ ଆକ୍ରମଣ ହୋଇଥିଲା। ସେଥିରୁ ବର୍ତ୍ତିବା ପାଇଁ ମହିଳା ଜଣଙ୍କ ଏଭଳି ମିଥ୍ୟା ଅଭିଯୋଗ ଆଣିଥିବା ନିଜ ସଫେଇରେ ସେ କହିଛନ୍ତି।
ସୂଚନା ଅନୁସାରେ, ଏହି ଘଟଣା ଗତ ମେ ୧୨ ତାରିଖର ଅଭିଯୋଗକାରିଣୀଙ୍କ ସ୍ୱାମୀ ଜଣେ ପଥର ମାଫିଆ ଏକ ପଥର ଚୋରା ଚାଲାଣ ମାମଲାରେ ତଦନ୍ତ ପାଇଁ ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ଓ ତାଙ୍କ ଭାଇ ତହସିଲଦାରଙ୍କ ଉପରେ ଆକ୍ରମଣ କରିଥିଲେ।
ତହସିଲଦାରଙ୍କ ଅଭିଯୋଗ ଅନୁଯାୟୀ, ମେ ୧୨ ତାରିଖ ରାତିରେ ଏଏସ୍ଆଇ ତଦନ୍ତ ଲାଗି ଯାଇଥିବା ବେଳେ ମହିଳାଙ୍କ ସ୍ୱାମୀ ବସନ୍ତ ବେହେରା ଓ ତାଙ୍କ ଭାଇ ହେମନ୍ତ ବେହେରା ପୁଲିସ୍‌କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ଉଭୟ ଭାଇ ଗିରଫ ହୋଇ ଜେଲ୍ ଯାଇଥିଲେ। ବେଲ୍‌ରେ ଫେରିବା ପରେ ଉଦ୍ଦେଶ୍ୟମୂଳକ ଭାବେ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ଏଏସ୍ଆଇ କହିଛନ୍ତି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons