ଢେଙ୍କାନାଳ,(ବି.ବି.ନୁ୍ୟଜ): ପ୍ରଥମେ ଲଭ, ପରେ ସେr ଆଉ ଏବେ ଧୋକା । ବିବାହର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ପର୍କ ରଖି ଶେଷରେ ପ୍ରତାରଣା କରିଛି ପ୍ରେମିକ । ଭୁବନ ଥାନାରେ ଏ ନେଇ ଅଭିଯୋଗ କରିଥିବା ବେଳେ ପୁଲିସ କୌଣସି ପଦକ୍ଷେପ ନେଉନଥିବାରୁ ପୀଡ଼ିତା ନ୍ୟାୟ ପାଇଁ ଆଜି ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।
ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ, ଭୁବନ ଥାନା ଚଣ୍ଡିପାଳ ଗ୍ରାମର ତାପସ ବେହେରା ନାମକ ଯୁବକଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ରହିଥିଲା । ତାପସ ବିବାହିତ ଓ ତାଙ୍କର ଦୁଇଟି ପିଲା ଅଛନ୍ତି ବୋଲି ଜାଣିବା ପରେ ପୀଡ଼ିତା ତାଙ୍କଠାରୁ ଦୂରେଇ ରହିଥିଲେ । ମାତ୍ର ତାପସ ତାଙ୍କୁ ବିବାହ କରିବାର ପ୍ରତିଶ୍ରୁତି ଦେଇଥିଲା । ବିଭିନ୍ନ ସମୟରେ ଶାରୀରିକ ସମ୍ପର୍କ ରଖି ଚାଲିଥିଲା । ବିବାହ କରିବାକୁ ପୀଡ଼ିତା କହିବାରୁ ତାପସ ଆଉ ଧରାଛୁଆଁ ଦେଇନଥିଲା । ଗତ ଅପ୍ରେଲ୍ ୧୦ ତାରିଖରେ ପୀଡ଼ିତା ତାପସର ଘରକୁ ଯାଇ ସମସ୍ତ କଥା ଜଣାଇଥିଲା । ତାପସଙ୍କ ପରିବାର ଲୋକେ ତାଙ୍କୁ ମାଡ଼ମାରି ଘରୁ ବାହାର କରିଦେବା ସହ ତାଙ୍କ ଫୋନ୍କୁ ଭାଙ୍ଗି ଦେଇଥିଲେ । ସେହିଦିନ ଏ ସମ୍ପର୍କରେ ପୀଡ଼ିତା ଭୁବନ ଥାନାରେ ଅଭିଯୋଗ କରିଥିଲେ । ହେଲେ ପୁଲିସ ଅଦ୍ୟାବଧି କୌଣସି କାର୍ଯ୍ୟାନୁÂାନ ଗ୍ରହଣ କରିନାହିଁ । ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହେବା ପରେ ପୀଡ଼ିତା ଏସ୍ପିଙ୍କ ଦ୍ୱାରସ୍ଥ ହୋଇ ଏ ସମ୍ପର୍କରେ ଅଭିଯୋଗ କରିବା ସହ ନ୍ୟାୟ ଦେବାକୁ ନିବେଦନ କରିଛନ୍ତି ।
Comments are closed, but trackbacks and pingbacks are open.