ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପାଣ୍ଡିଆନ୍

Get real time updates directly on you device, subscribe now.

ନୟାଗଡ଼,(ବି.ବି.ନୁ୍ୟଜ୍): ମୋ ସରକାର କାର୍ଯ୍ୟକ୍ରମ କିପରି ଚାଲିଛି ତାହାର ତଦାରଖ କରିବାକୁ ଆଜି ଅପରାହ୍ନ ପ୍ରାୟ ୨ଟା ୧୨ମିନିଟ୍ ସମୟରେ ୫-ଟି କାର୍ଯ୍ୟକ୍ରମ ସଚିବ ଭି.କେ.ପାଣ୍ଡିଆନ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ପହଞ୍ଚିଥିଲେ । ଦୀର୍ଘ ୩୮ ମିନିଟ ଧରି ଡାକ୍ତରଖାନାର ମାତୃ ଓ ଶିଶୁ ଚିକିସôାଳୟ ଏବଂ ଡାଏଲିସିସ୍ ୱାର୍ଡ ବୁଲି ସେ ଦେଖିଥିଲେ । ଏହି ଅବସରରେ ଡାକ୍ତରଖାନାରେ ଉପସ୍ଥିତ ସମସ୍ତ ଡାକ୍ତରଙ୍କୁ ରୋଗୀମାନଙ୍କୁ ଭଲ ବ୍ୟବହାର କରିବା ସହ ବିରକ୍ତ ନହୋଇ ରୋଗୀମାନଙ୍କୁ ସଠିକ୍ ଭାବେ ଚିକିସôା କରିବାକୁ ନିଦେ୍ର୍ଧଶ ଦେଇଥିଲେ । ଏପରିକି ନିରାମୟ ଯୋଜନାରେ ରୋଗୀଙ୍କୁ ଔଷଧ ପ୍ରଦାନ କରିବା, ଡାକ୍ତରଖାନା ଭିତରେ କୌଣସି ଦଲାଲଙ୍କୁ ପ୍ରଶ୍ରୟ ନ ଦେବା ଲାଗି ତାଗିଦ କରିଥିଲେ । ସେହିଭଳି ତାଙ୍କ ସହ ଉପସ୍ଥିତ ଥିବା ଜିଲ୍ଲାପାଳ ଡ. ପୋମା ଟୁଡ଼ୁଙ୍କୁ ମଝିରେ ମଝିରେ ଡାକ୍ତରଖାନା ପରିଦର୍ଶନ କରି ପରିବେଶ ପରିଷ୍କାର ଉପରେ ଗୁରୁତ୍ୱ ଦେବା ଓ ଦଲାଲମାନଙ୍କ ଉପରେ କଡ଼ା ନଜର ରଖିବାକୁ ପରାମର୍ଶ ଦେଇଥିଲେ । ତେବେ ସେ ଆସିବା ଜାଣି ସ୍ଥାନୀୟ ଅଞ୍ଚଳର କେତେକ ଲୋକ ଡାକ୍ତରଖାନାରେ ଭିଡ଼ ଜମାଇଥିବା ଦେଖି ଶ୍ରୀ ପାଣ୍ଡିଆନ ଜିଲ୍ଲାପାଳଙ୍କ ଉପରେ ବିରକ୍ତି ପ୍ରକାଶ କରିଥିଲେ । ଡାକ୍ତରଖାନାରେ ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବା ଏବଂ ଶଯ୍ୟା୍ ଅଭାବରୁ ରୋଗୀମାନେ ତଳେ ଶୋଉଥିବା ନେଇ ସିଡିଏମ୍ଓ ଡା. ଶ୍ୱେତ ମହାପାତ୍ର ତାଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ । ତେବେ ସେ ସବୁର ସମାଧାନ ଖୁବ୍ଶୀଘ୍ର କରାଯିବ ବୋଲି ସେ କହିଥିଲେ । ଅପରାହ୍ନ ପ୍ରାୟ ୨ଟା ୫୦ ମିନିଟ୍ରେ ସେ ଡାକ୍ତରଖାନାରୁ ବାହାରି କାର ଯୋଗେ ସିଧା ଷ୍ଟାଡିୟମରେ ରହିଥିବା ହେଲିକପ୍ଟର ନିକଟକୁ ଯାଇ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲେ । ଶ୍ରୀ ପାଣ୍ଡିଆନଙ୍କ ସହିତ ଜାତୀୟ ଗ୍ରାମୀଣ ମିଶନର ପରିଚାଳନା ନିଦେ୍ର୍ଧଶିକା ଶାଳିନୀ ପଣ୍ଡିତ୍ ଓ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଆସିଥିଲେ । ଶ୍ରୀ ପାଣ୍ଡିଆନଙ୍କ ଗସ୍ତ କାଳରେ ଜିଲ୍ଲାପାଳ ଡ.ପୋମା ଟୁଡୁ, ଏସ୍ପି ଶଶିଭୁଷଣ ଶତପଥି ଓ ସମସ୍ତ ଡାକ୍ତର ଉପସ୍ଥିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ, ସ୍ଥାନୀୟ ଅଞ୍ଚଳର କିଛି ଲୋକ ସ୍ୱାସ୍ଥ୍ୟସେବା ସମ୍ପର୍କରେ ଅଭିଯୋଗ କରିବାକୁ ପାଣ୍ଡିଆନଙ୍କ ନିକଟତର ହେବାକୁ ଚାହିଁଥିଲେ ସୁଦ୍ଧା ସେମାନଙ୍କୁ ସୁଯୋଗ ଦିଆଯାଇ ନଥିଲା । ସେହିଭଳି ସାମ୍ବାଦିକମାନେ କିଛି ପ୍ରଶ୍ନ କରିବା ପୂର୍ବରୁ ସେ କାର୍ରେ ବସି ଚାଲିଯାଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons