ପଛୁଆବର୍ଗଙ୍କୁ ୨୦ ବର୍ଷ ହେବ ବିଜେଡି ହକ୍ ଦେଉନି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜନଗଣନାରେ ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି କାହିଁକି ଚିନ୍ତିିତ ଓ ବିବ୍ରତ ହେଉଛି? ଏନ୍ପିଆର୍ ମାମଲାରେ କିଛି ନ ଜାଣି ବିଜେଡି ଅନୁପ୍ରବେଶକାରୀଙ୍କ ପରିଚୟ ବପଦାରେ ପଡ଼ିବା ଭୟରେ ଚିନ୍ତିତ ବୋଲି ବିଜେପିର ବରିÂ ନେତା ଐର ଖାରବେଳ ସ୍ୱାଇଁ ଅଭିଯୋଗ କରିଛନ୍ତି । ପଛୁଆବର୍ଗଙ୍କୁ ୨୦ ବର୍ଷ ହେବ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ରଖି ଏବେ ବିଜେଡି କୁମ୍ଭୀରକାନ୍ଦଣା କାନ୍ଦୁଛି ଶ୍ରୀ ସ୍ୱାଇଁ କହିଛନ୍ତି ।
ବିଜେଡି ସଂସଦୀୟ ଦଳ ବୈଠକ ପରେ ଏନ୍ପିଆର ଓ ଏନ୍ଆର୍ସି ନେଇ ବିଜେଡିର ଆଭିମୁଖ୍ୟକୁ ଖାରବେଳ ସମାଲୋଚନା କରିଛନ୍ତି । ସେ କହିଛନ୍ତି, ପ୍ରତି ୧୦ ବର୍ଷରେ ଜନଗଣନା କରାଯାଏ । ଜନଗଣନାର ବିବରଣୀ ପ୍ରସ୍ତୁତି ଏକ ଚିରାଚରିତ ପ୍ରକ୍ରିୟା । ମାତ୍ର ବ୍ୟକ୍ତିଙ୍କ ଜନ୍ମ ସ୍ଥାନ ଓ ତାଙ୍କ ପିତାଙ୍କ ଜନ୍ମସ୍ଥାନ ନେଇ ବିଜେଡି ଏବେ ବିବ୍ରତ ହୋଇପଡ଼ିଛି । ଆଧାର, ଟଙ୍କିକିଆ ଚାଉଳ ନେବା ପାଇଁ, ସ୍କୁଲ କଲେଜ ନାମଲେଖା, ଡ୍ରାଇଭିଙ୍ଗ ଲାଇସେନ୍ସ ଆଦିରେ ବାପା ମାଆଙ୍କ ନାଁ ଦରକାର ପଡେ଼ । ହେଲେ ବିଜେଡି କାହିଁକି ଏନ୍ପିଆର୍ ବେଳେ ବାପା ମାଆ ନାଁ ରଖିଲେ ବିରୋଧ କରୁଛି ବୋଲି ଶ୍ରୀ ସ୍ୱାଇଁ ପାଲଟା ପ୍ରଶ୍ନ କରିଛନ୍ତି ।
ଶ୍ରୀ ସ୍ୱାଇଁ କହିଛନ୍ତିି, ରାଜ୍ୟ ସରକାରଙ୍କର ଓବିସି ଓ ଏସ୍ଇବିସିବର୍ଗ ପାଇଁ ପ୍ରତିବଦ୍ଧତା ନାହିଁ । କେନ୍ଦ୍ର ସରକାର ଓବିସି ବର୍ଗଙ୍କୁ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୨୭% ସଂରକ୍ଷଣ ସୁବିଧା ଦେଇଛି । ଏହାକୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ମଧ୍ୟ ବୈଧ ଘୋଷଣା କରିଛନ୍ତି । ଦେଶର ସବୁ ରାଜ୍ୟ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ଅନୁ୍ୟନ ୨୭% ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଥିବାବେଳେ କର୍ଣ୍ଣାଟକ, ତାମିଲନାଡୁ, କେରଳ ଓ ବିହାର ଆଦି ରାଜ୍ୟ ପଛୁଆ ଜାତିଗୁଡ଼ିକର ଜନସଂଖ୍ୟାରେ ଅଧିକ ଭାଗ କାରଣରୁ ଅଧିକ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି । ତାମିଲନାଡୁ ଭଳି ରାଜ୍ୟରେ ୫୯% ସ୍ଥାନ ସଂରକ୍ଷିତ ଥିବା ବେଳେ ଏଥିରୁ ୫୦% ପଛୁଆ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ରାଜ୍ୟରେ ଏଯାଏ ପଛୁଆବର୍ଗ କମିଶନ ଗଠନ ହୋଇନାହିଁ । ବିଜେଡି ସରକାର କେବଳ ମିଛ ନାଟକ କରୁଛନ୍ତି ବୋଲି ଖାରବେଳ ଅଭିଯୋଗ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons