ପଛ କବାଟ ଭାଙ୍ଗି ଘର ଭିତରୁ ଲୁଟିନେଲେ ଦୁର୍ବୃତ୍ତ

Get real time updates directly on you device, subscribe now.

ସୋର: ସୋର ଅଞ୍ଚଳରେ ପୁଣି ମାତିଲେ ଲୁଟେରା। ଘର କବାଟ ଭାଙ୍ଗି ଲୁଟି ନେଲେ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହ ନଗଦ ଟଙ୍କା । ବାଲେଶ୍ଵର ଜିଲ୍ଲା ସୋର ଥାନା କେଦାରପୁର ପଞ୍ଚାୟତ ନୂଆହାଟ ଗ୍ରାମରେ ଯଦୁନାଥ ବେହେରାଙ୍କ ଘରେ ଚୋରି ହୋଇଛି।
ମିଳିଥିବା ସୂଚନା ମୁତାବକ, ଘରେ କେହି ନଥିବା ବେଳେ ତାହାର ସୁଯୋଗ ନେଇ ଲୁଟେରାମାନେ ଘରପଛ କବାଟ ଭାଙ୍ଗି ଘର ଭିତରକୁ ପଶିଥିଲେ। ଘରେ ଥିବା ଆଲମିରାକୁ ଶାବୁଳରେ ଭାଙ୍ଗି ସମସ୍ତ ଅଳଙ୍କାର ଲୁଟି ନେଇଥିଲେ। ଏ ନେଇ ପରିବାର ଲୋକେ ସୋର ଥାନାରେ ଅଭିଯୋଗ କରିଛନ୍ତି।
ଡକାୟତମାନେ ୪ଟି ସୁନା ହାର , ୪ଟି ସୁନା ମୁଦି, ମଙ୍ଗଳସୁତ୍ର ସହ ଅନ୍ୟ ଅଳଙ୍କାର ଲୁଟ ହୋଇଛି। ଯାହାର ମୂଲ୍ୟ ୩ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡିଛି । ସ୍ବୟଂ ସହାୟତା ଗୋଷ୍ଠି ପାଇଁ ରହିଥିବା ୩୦ ହଜାର ଟଙ୍କା ଡକାୟତମାନେ ଲୁଟି ନେଇଛନ୍ତି। ସୋର ପୋଲିସ ତଦନ୍ତ ଜାରି ରଖିଛି।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons