ପଞ୍ଚଭୂତରେ ବିଲୀନ ହେଲେ ଚଳଚ୍ଚିତ୍ର ନିଦେ୍ର୍ଧଶକ ରାଜୁ ମିଶ୍ର

Get real time updates directly on you device, subscribe now.

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ପ୍ରଖ୍ୟାତ ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜୁ ମିଶ୍ରଙ୍କ ଶେଷ କୃତ୍ୟ ସମ୍ପନ୍ନ ହୋଇଛି। ସାନ ପୁଅ ପୁନିତ ମିଶ୍ର ତାଙ୍କୁ ମୁଖାଗ୍ନି ଦେଇଛନ୍ତି। ସ୍ୱର୍ଗଦ୍ୱାରରେ ରାଜୁ ମିଶ୍ରଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ବନ୍ଧୁ, ପ୍ରଶଂସକଙ୍କ ସୁଅ ଛୁଟିଥିଲା। ଆଜି ସକାଳେ ଜଟଣୀ ସ୍ଥିତ ବାସଭାବନରେ ହୃଦଘାତରେ ରାଜୁ ମିଶ୍ରଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ରାଜୁ ମିଶ୍ରଙ୍କ ବିୟୋଗରେ ପୁରା ଓଲିଉଡରେ ଶୋକରେ ଛାୟା ଖେଳିଯାଇଛି।
ଓଡିଆ ଫିଲ୍ମ ଜଗତରେ ଅନେକ ସୁପରହିଟ ଫିଲ୍ମର ସେ ନିର୍ଦ୍ଦେଶନ ଦେଇଛନ୍ତି । ୨୦୧୨ ମସିହାରେ ତାଙ୍କୁ ଜୟଦେବ ପୁରସ୍କାର ମିଳିଥିଲା। ମମତା ମାଗେ ଫୁଲ, ସତ ମିଛ, ପୁଅ ମୋର କଳା ଠାକୁର, ସାଗର ଗଙ୍ଗା, ପଥର ଖସୁଛି ବଡଦେଉଳ ଆଦି ଅନେକ ଫିଲ୍ମରେ ସେ ନିର୍ଦ୍ଦେଶନା ଦେଇଥିଲେ । ରାଜୁ ମିଶ୍ର ଏକାଧାରରେ ନିର୍ଦ୍ଦେଶନା ଓ ସିନେମାଟୋଗ୍ରାଫର ଭାବେ କାର୍ୟ୍ୟ ମଧ୍ୟ କରୁଥିଲେ । ପୁନେ ସ୍ଥିତ ଫିଲ୍ମ ଆଣ୍ଡ ଫିଲ୍ମ ଟେଲିଭିଜନ ଇନଷ୍ଟିଚ୍ୟୁଟରୁ ସେ ଡିଗ୍ରୀ ହାସଲ କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons