ପଞ୍ଚଭୂତରେ ଲୀନ ହେଲେ ତପୁ ମିଶ୍ର

Get real time updates directly on you device, subscribe now.

କଟକ: କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କର ଆଜି ଭୁବନେଶ୍ୱର ସତ୍ୟନଗରଠାରେ ଶ୍ମଶାନଠାରେ ଶେଷକୃତ୍ୟ ସଂପନ୍ନ ହୋଇଛି । ଆଜି ସକାଳେ ତାଙ୍କୁ ପୁରୀ କେନାଲ୍ ରୋଡ୍ ହଂସପାଳ ମେଟ୍ରୋ ସାଟେଲାଇଟ ଆପାର୍ଟମେଣ୍ଟକୁ ଅଣାଯାଇଥିଲା । ସେଠାରେ ତାଙ୍କ ପରିବାର ଲୋକେ ଶେଷ ଦର୍ଶନ କରିବା ସହିତ ତପୁଙ୍କୁ ଅହ୍ୟ ସୁଲକ୍ଷଣୀ ସଧବା ବେଶରେ ସଜା ଯାଇଥିଲା । ତା’ ପରେ ଓଲିଉଡ୍ର ବହୁ କଳାକାର ତପୁଙ୍କ ବାସଭବନରେ ଉପସ୍ଥିତ ରହି ଶେଷ ଦର୍ଶନ କରିଥିଲେ । ଏହା ପରେ ସତ୍ୟନଗର ଶ୍ମଶାନକୁ ନିଆଯାଇଥିଲା । ସ୍ୱାମୀ ଦୀପକ ପୂଜାହାରୀ ମୁଖାଗ୍ନି ଦେଇଥିଲେ ।
ଶନିବାର ରାତି ୧୧ଟାରେ ବିଶିଷ୍ଟ ଓଲିଉଡ୍ କଣ୍ଠଶିଳ୍ପୀ ଧ୍ରୁତିତପା ମିଶ୍ର(ତପୁ)ଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ପରଲୋକ ହୋଇଯାଇଥିଲା । ତାଙ୍କୁ ୩୬ ବର୍ଷ ହୋଇଥିଲା । ଦୀର୍ଘଦିନ ଧରି ତପୁ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପ୍ରଥମେ କରୋନାରୁ ମୁକ୍ତ ହେବା ପରେ ସେ ଅଧିକ ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା । କିନ୍ତୁ ତାଙ୍କର ହୃଦଘାତରେ ପରଲୋକ ହୋଇଥିବା ଡାକ୍ତରମାନେ ସୂଚନା ଦେଇଥିଲେ ।
ତପୁ ସମ୍ବଲପୁର ମୋଦିପଡ଼ାଠାରେ ୧୯୮୫ ମସିହା ଜାନୁଆରୀ ୧୧ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଗୁରୁ ଜ୍ଞାନଞ୍ଜନ ମହାପାତ୍ରଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିବା ପରେ ସେ ଆଗକୁ ଆଗକୁ ମାଡ଼ି ଚାଲିଥିଲେ । ସମ୍ବଲପୁରୀ ଗୀତ ମନ ଯମୁନାର କୂଳେ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ । ଏହା ପରେ ଗୀତ ପାଇଁ ଭୁବନେଶ୍ୱର ଚାଲି ଆସିଥିଲେ । ‘ଆଇ ଲଭ ୟୁ’ ଚଳଚିତ୍ର ତାଙ୍କ ପାଇଁ ଏକ ମାଇଲ୍ଷ୍ଟୋନ୍ ପାଲଟିଥିଲା । କିନ୍ତୁ ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ସ୍ୱରୂପ ନାୟକ ତପୁଙ୍କୁ ପ୍ରଥମଥର ଚଳଚିତ୍ରରେ ବ୍ରେକ ଦେଇଥିଲେ । କୁଳନନ୍ଦନ ସିନେମାରେ ତପୁ ପ୍ରଥମେ କଣ୍ଠଦାନ କରିଥିଲେ । ଏଥିରେ ନାୟକ ଭାବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ମେଘନା ମିଶ୍ର ନାୟିକା ଭାବେ ଅଭିନୟ କରିଥିଲେ । ଏହାର ନିଦେ୍ର୍ଧଶକ ଥିଲେ ଚଣ୍ଡୀ ପରିଜା । ଏଥିରେ ତପୁଙ୍କ ଗୀତ ଶ୍ରୋତାଙ୍କୁ ବିମୋହିତ କରିଥିଲା । ଏହା ପରେ ୨୦୦୫ରେ ଅର୍ଜୁନ ଚଳଚିତ୍ରରେ ଗାଇଥିବା ଗୀତ ମୁଁ ତୁମକୁ ଭଲ ପାଏ ଲୋକପ୍ରିୟତା ଆଣି ଦେଇଥିଲା । ଏହା ପରେ ଲେଖିଛି ନାଁ ତୋର, ସାଲୋନି ସାଲୋନି, ଦିଲ୍ ଜାନିୟା, ମୁଁ ଖାଣ୍ଟି ଓଡ଼ିଆ ଝିଅ, ଧିରେ ଧିରେ ଭଳି ବହୁ ସୁପରହିଟ୍ ଗୀତ ଗାଇ ଓଡଲିଉ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଚଳଚିତ୍ର ଚକୋଲେଟ, ଲୋଫର୍, ସ୍ୱୟଂସିଦ୍ଧା, ଆଖି ପଲକରେ ତୁ, ଧିରେ ଧିରେ ପ୍ରେମ ହେଲା, ଆଉ ଲଭ୍ ୟୁ, ଟୋପାଏ ସିନ୍ଦୂୂର ଦିଟୋପା ଲୁହ ପ୍ରଭୃତି ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ଚଳଚିତ୍ରରେ କଣ୍ଠଦାନ କରି ଓଲିଉଡ୍ରେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ୨ ହଜାରରୁ ଅଧିକ ଗୀତରେ ତପୁ କଣ୍ଠଦାନ କରିଛନ୍ତି । ସେ ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ୪ଥର ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ତାଙ୍କ ପରଲୋକରେ ଓଡ଼ିଆ ଚଳଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons