ପଞ୍ଚିମ ବଙ୍ଗରେ ରାଜନୈତିକ ହିଂସା: ବିଜେପି କର୍ମୀ-ପୁଲିସ ସଂଘର୍ଷ

Get real time updates directly on you device, subscribe now.

କୋଲକାତା: ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡ ଯୋଗୁ ଗତ କିଛି ଦିନ ଭିତରେ ବିଜେପିର ଅନେକ କର୍ମୀ ପ୍ରାଣ ହରାଇବା ପରେ ଦଳ ଆଜି ଏହାକୁ ନେଇ ରାଜଧାନୀ କୋଲକାତାରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ଏହି ବିକ୍ଷୋଭ ସମୟରେ କିନ୍ତୁ ପୁଲିସ ସହ ଦଳୀୟ କର୍ମୀମାନଙ୍କର ସଂଘର୍ଷ ହୋଇଛି ।
ରିପୋର୍ଟ ଅନୁଯାୟୀ, ଗତ ଶନିବାର ଠାରୁ ଏପର୍ଯ୍ୟନ୍ତ ରାଜ୍ୟରେ ୮ ଜଣ ବିଜେପି କର୍ମୀଙ୍କୁ ହତ୍ୟା କରାଯାଇସାରିଲାଣି । ବିଜେପି ଅଭିଯୋଗ କରୁଛି କି ଲୋକସଭା ନିର୍ବାଚନରେ ଦଳର ଭଲ ପ୍ରଦର୍ଶନରେ ଈର୍ଷାନ୍ୱିତ ହୋଇ ଶାସକ ତୃଣମୂଳ କଂଗ୍ରେସର କର୍ମୀମାନେ ଏଭଳି କାଣ୍ଡ ଭିଆଉଛନ୍ତି । ଏହାକୁ ବିରୋଧ କରି ବିଜେପି ଗତ ସୋମବାର ସମଗ୍ର ରାଜ୍ୟରେ କଳା ଦିବସ ପାଳନ କରିଥିଲା ଏବଂ ତା’ଛଡା ବସୀରଘାଟ ଜିଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଥିଲା । ଦଳ ଘୋଷଣା କରିଥିଲା କି ବୁଧବାର ଦଳର କର୍ମୀମାନେ କୋଲକାତାର ଲାଲବଜାର ସ୍ଥିତ ପୁଲିସ ମୁଖ୍ୟାଳୟ ଯାଏଁ ଏକ ଶୋଭାଯାତ୍ରାରେ ଯିବେ ଏବଂ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିବେ । ତଦନୁଯାୟୀ, ଆଜି ହଜାର ହଜାର ବିଜେପି କର୍ମୀ ଏକ ଶୋଭାଯାତ୍ରାରେ ପୁଲିସ ମୁଖ୍ୟାଳୟ ଆଡକୁ ଯାଉଥିଲାବେଳେ ସେଣ୍ଟ୍ରାଲ ଆଭେନ୍ୟୁ ନିକଟରେ ପୁଲିସ ସେମାନଙ୍କୁ ଅଟକାଇଥିଲା । ଦଳୀୟ କର୍ମୀମାନେ ପୁଲିସ ବ୍ୟାରିକେଡ ଭାଙ୍ଗି ଆଗକୁ ଯିବାକୁ ଉଦ୍ୟମ କରିବାରୁ ପୁଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିବା ସହିତ ଲୁହବୁହା ଗ୍ୟାସ୍ ଓ ପାଣି ମାଡ଼ କରିଥିଲା । ଏହାଯୋଗୁ କିଛି ବିଜେପି କର୍ମୀ ଆହତ ହୋଇଥିଲେ । ଦଳର ନେତାମାନେ ପୁଲିସର ଏଭଳି ଦମନଲୀଳାକୁ ବିରୋଧ କରି ସେଠାରେ ଧାରଣା ଦେଇଥିଲେ । ଦଳର ରାଜ୍ୟ ଅ୍ମକ୍ଷ ଦିଲ୍ଲୀପ ଘୋଷ, ବରିଷ୍ଠ ନେତା ମୁକୁଲ ରୟ ଏବଂ ରାଜ୍ୟ ବିଜେପି ଦାୟତ୍ୱରେ ଥିବା ଦଳର ପ୍ରଭାରୀ କୈଳାସ ବିଜୟବର୍ଗୀୟ ପ୍ରମୁଖ ଏହି ବିକ୍ଷୋଭ ପ୍ରଦର୍ଶନରେ ସାମିଲ ହୋଇଥିଲେ ।
ରାଜ୍ୟପାଳ ଡାକିଲେ ସର୍ବଦଳୀୟ ବୈଠକ
ପଶ୍ଚିମବଙ୍ଗରେ ରାଜନୈତିକ ହିଂସାକାଣ୍ଡରେ ହଠାତ୍ ବୃଦ୍ଧି ହେବା ଘଟଣା ଏବେ ସମସ୍ତଙ୍କୁ ବିବ୍ରତ କରିଥିଲାବେଳେ ଏହାକୁ ରୋକିବା ପାଇଁ ରାଜ୍ୟପାଳ କେଶରୀନାଥ ତ୍ରିପାଠୀ ଗୁରୁବାର ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ଗୁରୁବାର ଅପରାହ୍ଣ ୪ଟାରେ ଏହି ବୈଠକ ଡକାଯାଇଛି ଏବଂ ସମସ୍ତ ଦଳଙ୍କୁ ଏଥିପାଇଁ ନିମନ୍ତ୍ରଣ କରାଯାଇଛି ବୋଲି ରାଜଭବନ ସୂତ୍ରରୁ ସୂଚନା ଦିଆଯାଇଛି । ରାଜ୍ୟପାଳ ଏଭଳି ହିଂସାକାଣ୍ଡ ବନ୍ଦ କରିବା ପାଇଁ ସବୁ ଦଳଙ୍କ ସହଯୋଗ ଲୋଡିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons