ପଟ୍ଟନାୟକଗୁଡ଼ାକୁ ଖୋଲିଲା ରାସ୍ତା

Get real time updates directly on you device, subscribe now.

ଜୟପୁର: ସହର ଉପକଣ୍ଠ ପଟ୍ଟନାୟକଗୁଡ଼ାକୁ ସବୁଦିନିଆ ରାସ୍ତା ଖୋଲିଛି । ଗାଗନାପୁର ଛକରୁ ସାହି ଭିତରକୁ ଏକ ମୋରମ୍ ରାସ୍ତା ତିଆରି କରିଛି ପ୍ରଶାସନ । ଯାହାକୁ ନେଇ ସାହି ବାସିନ୍ଦା ପ୍ରଶାସନକୁ ଧନ୍ୟବାଦ ଦେଇଛନ୍ତି । ଆଗାମୀଦିନରେ ଏହି ରାସ୍ତାକୁ ପିଚୁ କରିବା ସହ ସାହି ଭିତରେ ଥିବା କେତୋଟି କଲଭର୍ଟ ତିଆରି ଲାଗି ଅନୁରୋଧ କରାଯିବ ବୋଲି କଲୋନିବାସୀ କହିଛନ୍ତି ।
ଗାଁ ଲୋକ କହିଛନ୍ତି, ସହରରୁ ମାତ୍ର ଗୋଟିଏ କିମି ଦୂରରେ ଥିବା ଏଠାକାର ବାସିନ୍ଦା ପକ୍କା ରାସ୍ତା, ଷ୍ଟ୍ରିଟ୍ ଲାଇଟ୍, ପିଇବା ପାଣି ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିଲେ । ଏ ସମ୍ପର୍କରେ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରାଯାଇଥିଲା । ବିଧାୟକ ତାରାପ୍ରସାଦ ବାହିନୀପତି, ଉପଜିଲ୍ଲାପାଳ ହେମକାନ୍ତ ସୟ, ବିଡିଓ ସୁରଜ ପଟ୍ଟନାୟକ, ଉମୁରୀ ସରପଞ୍ଚ ବୈଦ୍ୟନାଥ ନାୟକଙ୍କ ନିକଟରେ ଦାବି କରାଯାଇଥିଲା । ଗାଁରୁ ପଞ୍ଚବଟୀ ନଗର ଦେଇ ଗାଗନାପୁର ମେନ୍ରୋଡ୍କୁ ରହିଥିବା ସଂଯୋଗ ପାଦଚଲା ରାସ୍ତାର ଉନ୍ନତିକରଣ ଲାଗି ଦାବି କରାଯାଇଥିଲା । ବିଧାୟକ ଏବଂ ପ୍ରଶାସନିକ ଅଧିକାରୀମାନେ ଦାବି ପୂରଣ ଲାଗି ପ୍ରତିଶ୍ରୁତି ଦେଇଥିଲେ । ବ୍ଲକ ପ୍ରଶାସନ ପକ୍ଷରୁ ଏଥିଲାଗି ଟେଣ୍ଡର ଡକାଯାଇଥିଲା । ୯ ଲକ୍ଷ ଟଙ୍କା ବ୍ୟୟରେ ରାସ୍ତା, ପୋଲ ନିର୍ମାଣ କରାଯାଇଛି । ଏନଆରଜିଏସ୍ରେ ଏହି କାମ କରାଯାଇଥିବା ଜଣାପଡିଛି । ଗାଁ ଲୋକଙ୍କ ଦାବି ପୂରଣ ହୋଇଥିବାରୁ ବିଧାୟକ ଶ୍ରୀ ବାହିନୀପତି, ଉପଜିଲ୍ଲାପାଳ ଶ୍ରୀ ସୟ, ବିଡ଼ିଓ ଶ୍ରୀ ପଟ୍ଟନାୟକ ଏବଂ ସରପଞ୍ଚ ଶ୍ରୀ ନାୟକଙ୍କୁ ପବିତ୍ର ମୋହନ ପାତ୍ର, ପ୍ରଶାନ୍ତ କୁମାର କର, ଡମ୍ବରୁଧର, ବାବୁଲା ସେଠୀ, ନଳିନୀ କୁମାର ଷଡ଼ଙ୍ଗୀ, ସୁରଜ ଶାହା ପ୍ରମୁଖ ଧନ୍ୟବାଦ ଜଣାଇଛନ୍ତି ।

ରିପୋର୍ଟ: ବାସୁଦେବ ଜେନା

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons