ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣା : ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖିବାକୁ ବାଚସ୍ପତିଙ୍କ ରୁଲିଂ

Get real time updates directly on you device, subscribe now.

ଭୁବନେଶ୍ବର : ପଟ୍ଟନାୟକିଆ ଟ୍ରିପଲ ମର୍ଡର ଘଟଣାରେ ଗୃହରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ରଖିବାକୁ ବାଚସ୍ପତିଙ୍କ ରୁଲିଂ । ଗତକାଲି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବିବୃତ୍ତି ରଖିବାକୁ ରୁଲିଂ ଦେଇଥିଲେ । ତେବେ ବିରୋଧୀଙ୍କ ହଟ୍ଟଗୋଳ ପରେ ରୁଲିଂର ପୁନଃବିଚାର କରି ସାନି ରୁଲିଂ ଦେଲେ ବାଚସ୍ପତି ।
ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ପଟ୍ଟନାୟକିଆ ଛକରେ ଟ୍ରିପଲ ମର୍ଡର ଘଟଣାରେ ୬ଜଣଙ୍କୁ ଗିରଫ କରିଛି ପୋଲିସ । ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରି ୬ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ଗିରଫ ନେଇ ଡିଜିପି ଆର.ପି. ଶର୍ମା ସୂଚନା ଦେଇଛନ୍ତି ।
ସୂଚନାଯାଗ୍ୟ ଯେ, ଗତ ୧୪ ତାରିଖ ଦିନ ପଟ୍ଟନାୟକିଆ ଛକରେ ଗୋଟିଏ ପରିବାରର ତିନି ଜଣଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକମାନେ ହେଲେ ପୂର୍ଣ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ବେହେରା ଓ ପଞ୍ଚୁ ବେହେରା । ପଟ୍ଟନାୟକିଆ ଛକରେ ଥିବା ଢାବାରୁ କାମ ସାରି ସ୍କୁଟିରେ ଘରକୁ ବାହିରିଥିଲେ ପୂର୍ଣ୍ଣଚନ୍ଦ୍ର । ହଠାତ୍ ରାସ୍ତାରେ ପୂର୍ଣ୍ଣଚନ୍ଦ୍ରଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ ୩ ଜଣ ଦୁର୍ବୃତ୍ତ । ପୂର୍ଣ୍ଣଚନ୍ଦ୍ର ତଳେ ପଡିଯାଇଥିଲେ । ଅତି ନିର୍ଦ୍ଦୟ ଭାବେ ବାରମ୍ବାର ହାଣି ଚାଲିଥିଲେ ଦୁର୍ବୃତ୍ତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ପୂର୍ଣ୍ଣଚନ୍ଦ୍ରଙ୍କ ବଡବାପା ପୁଅ ପଞ୍ଚୁ ବେହେରା । ପୂର୍ଣ୍ଣକୁ ଛାଡି ସେମାନେ ପଞ୍ଚୁଙ୍କୁ ଆକ୍ରମଣ କରିଥିଲେ । ଦୁର୍ବୃତ୍ତମାନେ ଏତେ ନିର୍ଦୟ ଥିଲେ ଯେ ସେଇଠି ହାଣି ଚାଲିଥିଲେ । ଏହାପରେ ବାଇକରେ ଘଟଣାସ୍ଥଳରେ ପହଞ୍ଚିଥିଲେ ପରିବାରର ଆଉ ଜଣେ ସଦସ୍ୟ କୃଷ୍ଣଚନ୍ଦ୍ର । କିଛି ଭାବିବା ପୂର୍ବରୁ କୃଷ୍ଣଙ୍କୁ ମଧ୍ୟ ଶେଷ କରି ଦେଇଥିଲେ ଦୁର୍ବୃତ୍ତମାନେ । ମାତ୍ର କେଇ ମିନିଟ୍‌ ଭିତରରେ ତିନିଜଣଙ୍କୁ ଏମାନେ ହତ୍ୟା କରିଥିଲେ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons