ପଡ଼ିଆରୁ ମହିଳାଙ୍କ ମୃତଦେହ ଉଦ୍ଧାର

Get real time updates directly on you device, subscribe now.

ଜୟପୁର: ସ୍ଥାନୀୟ ଜୟନଗର ଭୂତନାଥ ଶ୍ମଶାନ ପାଖ ଏକ ପଡ଼ିଆରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତା ହେଉଛନ୍ତି ବାଲିଆ ପଞ୍ଚାୟତ ପାଲିଗୁଡ଼ାର ଭଗବତୀ ଗାଦବା(୪୫) । ଡଗ୍ ସ୍କ୍ୱାଡ୍ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରି ନମୁନା ସଂଗ୍ରହ କରିଛନ୍ତି । ଏ ସମ୍ପର୍କରେ ସଦର ଥାନାରେ ଏକ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇଛି । ମୃତାଙ୍କୁ ତାଙ୍କ ପରିବାର ସଦସ୍ୟ ନେବାକୁ ମନା କରିବାରୁ ପ୍ରଶାସନ ପକ୍ଷରୁ ମୃତଦେହ ସକ୍ରାର କରାଯାଇଥିବା ଏସଡିପିଓ ଅରୂପ ଅଭିଶେକ ବେହେରା କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ଜୟନଗର ଭୂତନାଥ ଶ୍ମଶାନ ଛକରେ ରହିଛି ଏକ ଠାକୁରାଣୀ ମନ୍ଦିର । ଆଜି ସକାଳେ ଏହାର ପଛପଟ ବୁଦୁବୁଦିକିଆ ପଡ଼ିଆର ଏକ ଗଛମୂଳେ ମହିଳାଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଥିଲା । ଖବରପାଇ ଏସ୍ଡିପିଓ ଶ୍ରୀ ବେହେରା, ସଦର ଥାନା ଏସ୍ଆଇ ଶଙ୍କର ପଣ୍ଡା, ଏଏସ୍ଆଇ ଗଣେଶ ପ୍ରସାଦ ବେହେରା ପ୍ରମୁଖ ପହଞ୍ଚିଥିଲେ । ଖବର ଦିଆଯିବା ପରେ କୋରାପୁଟରୁ ଡଗ୍ ସ୍କ୍ୱାଡ୍ ଏବଂ ସାଇଣ୍ଟିଫିକ୍ ଅଧିକାରୀ ପହଞ୍ଚି ତନାଘନା କରିଥିଲେ । ପ୍ରଥମେ ଏହା ଏକ ଅଜଣା ମୃତଦେହ ବୋଲି ଜଣାପଡ଼ିଥିଲା । ପରେ ମୃତାଙ୍କ ଭାଇ ଅନ୍ତାର ଜଗନ୍ନାଥ ପରଜା ପହଞ୍ଚି ଶବ ଚିହ୍ନଟ କରିଥିଲେ । ଜଗନ୍ନାଥ କହିଛନ୍ତି, ୧୫ ବର୍ଷ ତଳେ ତାଙ୍କ ଭଉଣୀ ପାଲିଗୁଡ଼ାର ଗଣ୍ଡା ଗାଦବାକୁ ବିବାହ କରିଥିଲେ । ତାଙ୍କର ୨ ପୁଅ ଥିଲେ । ୨ ପୁଅ ଏବଂ ଗଣ୍ଡା ଏବେ ଦୁନିଆରେ ନାହାନ୍ତି । ବିବାହ ପରଠୁ ଭଗବତୀ ସହରରେ କୁଲି କରି ଚଳୁଥିଲେ । ଗଣ୍ଡାଙ୍କୁ ବିବାହ କରିବା ପରେ ତାଙ୍କ ସହ ସମସ୍ତ ସମ୍ପର୍କ କଟିଯାଇଛି । ତେଣୁ ମୃତଦେହ ସେ ଛୁଇଁବେ ନାହିଁ । ତାଙ୍କ ସମାଜରେ ଏଥିଲାଗି ବାରଣ ରହିଛି ।
ଭଉଣୀଙ୍କ ମୃତୁ୍ୟ ସମ୍ପର୍କରେ ଜଗନ୍ନାଥ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ପରେ ଶବ ଜବତ କରାଯାଇ ବ୍ୟବଚ୍ଛେଦ କରାଯାଇଥିଲା । ସ୍ଥାନୀୟ ଚମ୍ପାକୁପୁଲି ଶ୍ମଶାନରେ ଶବ ସକ୍ରାର କରାଯାଇଥିଲା । ଶ୍ରୀ ବେହେରା କହିଛନ୍ତି, ପ୍ରଥମେ ଅପମୃତୁ୍ୟ ମାମଲା ରୁଜୁ କରାଯାଇଛି । ବ୍ୟବଚ୍ଛେଦ ରିପୋର୍ଟ ଏବଂ ତଦନ୍ତ ସରିବା ପରେ ଯଦି ଏହା ଅନ୍ୟ ଦିଗକୁ ନିଦେ୍ର୍ଧଶ କରିବ, ତେବେ ମାମଲା ଟର୍ଣ୍ଣ କରିବ । ଏସ୍ଆଇ ଶଙ୍କର ପଣ୍ଡା ମାମଲାର ଅନୁସନ୍ଧାନକାରୀ ଅଧିକାରୀ ଅଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons